Jump to content

ସୁମିତ୍ରା ମିଶ୍ର

ଉଇକିପିଡ଼ିଆ‌ରୁ

ସୁମିତ୍ରା ମିଶ୍ର (ଜନ୍ମ: ୨୧ ମାର୍ଚ୍ଚ ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକା ଓ ସମ୍ପାଦିକା । ସେ ରେଭେନ୍ସା ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ଯାଳୟରେ ୧୯୯୨ରୁ ୨୦୧୦ ଯାଏ ଅଠର ବର୍ଷ ଧରି ପ୍ରାଧ୍ଯାପିକା ତଥା ଗବେଷିକା ଭାବେ କାର୍ଯ୍ଯ କରିଥିଲେ । ସେ ଗଙ୍ଗାଧର ମିଶ୍ରଙ୍କୁ ବିବାହ କରିଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସୁମିତ୍ରା ମିଶ୍ର ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଧାତ୍ରିଗଡିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅର୍ଜୁନ ଚରଣ ଦାଶ ଓ ମାତାଙ୍କ ନାମ ବୁଦ୍ଧିମତୀ ଦାଶ । ରେଭେନ୍ସା ମହାବିଦ୍ଯାଳୟରୁ ଇଂରାଜୀରେ ସ୍ନାତକୋତ୍ତର (୧୯୭୩-୭୭), ଉତ୍କଳ ବିଶ୍ୱବିଦ୍ଯାଳୟରୁ ଇଂରାଜୀ ବିଷୟରେ ପିଏଚ୍. ଡି (୨୦୦୪), ହାଇଦ୍ରାବାଦ ସ୍ଥିତ “ଇଂରାଜୀ ଓ ବୈଦେଶିକ ଭାଷା ବିଶ୍ୱବିଦ୍ଯାଳୟ “ରୁ ପୋଷ୍ଟ ଗ୍ରାଜୁଏଟ୍ ସାର୍ଟିଫିକେଟ୍ ଇନ୍ ଟିଚିଂ ଅଫ୍ ଇଂଲିସ୍ (୧୯୯୮) ଡିଗ୍ରୀ ପ୍ରାପ୍ତ ହେଲେ । ପରେ ଏନ୍ ସି ସି ରେ ତାଲିମ୍ ପ୍ରାପ୍ତ ଆସୋସିଏଟ୍ ଏନ୍ ସି ସି ଅଫିସର୍ ପଦବୀ -ମେଜର୍ (୨୦୦୨) ପ୍ରାପ୍ତ ହେଲେ । ଅଧ୍ଯାପନା ବୃତ୍ତିରେ ଓଡିଶାର ବିଭିନ୍ନ ସରକାରୀ ମହାବିଦ୍ଯାଳୟରେ ଇଂରାଜୀ ବିଷୟ ଅଧ୍ଯାପନା ( ୧୯୭୮- ୨୦୧୩) କରି ଶେଷରେ ଅଧ୍ଯକ୍ଷା ଭାବେ ସରକାରୀ ମହିଳା ମହାବିଦ୍ଯାଳୟ, ସମ୍ବଲପୁରରୁ ଅବସର ନେଲେ । ତାଙ୍କ ତତ୍ତ୍ୱାବଧାନରେ ଆଠଜଣ ଅଧ୍ଯାପକ, ଅଧ୍ଯାପିକା ପି.ଏଚ୍.ଡି. ଓ ଏମ୍.ଫିଲ୍ ଡିଗ୍ରୀ ଲାଭ କରିଛନ୍ତି । ଏନ୍.ସି ସି.ରେ ତାଲିମ୍ ବେଳେ ଦୁଇ ଥର ସର୍ବଭାରତୀୟ ସ୍ତରରେ ରୌପ୍ଯପଦକ ହାସଲ କରିଥିଲେ । ସେ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ କବିତା, ଗଳ୍ପ, ପ୍ରବନ୍ଧ, ନାଟକ ଓ ଅନୁବାଦ ପୁସ୍ତକମାନ ଲେଖିଛନ୍ତି ।

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ଉଦାସ ଗୋଧୂଳି
  • ମନ ମୂର୍ଚ୍ଛନା
  • ପ୍ରୀତିପୁଷ୍ପା
  • ବର୍ଷା ବୀଥିକା
  • ତନୁତୀର୍ଥ
  • ଅନ୍ତର୍ଧ୍ୱନି
  • କରୋନା କଷଣ
  • ସ୍ମୃତି ସିନ୍ଦୁକରେ ଆମ ଗାଁ
  • ଉତ୍କଳ ବାଣୀ ନିରାଜକ (୨୦୨୩)
  • ମା ସେ ଅମୃତମୟୀ (୨୦୨୩)
  • ବିଦଗ୍ଧ ଅସ୍ତରାଗ (୨୦୨୩)

କ୍ଷୁଦ୍ରଗଳ୍ପ

[ସମ୍ପାଦନା]
  • ଆହତ ଅପରାହ୍ନ
  • ନିଶବ୍ଦ ଭଉଁରୀ
  • ପଣତ କାନିରେ ଆକାଶ
  • ଭିନ୍ନ ପ୍ରଜାତିର ପ୍ରଜାପତି
  • କରୋନା କବଳେ
  • କରୋନା କାଳୀକା
  • ପଥପ୍ରାନ୍ତେ
  • ବାତ୍ଯାପରେ
  • ବିସ୍ଥାପନ
  • କରୋନା କାଳ
  • ସଂଜୀବନୀ- ବିଦ୍ଯା ପବ୍ଲିସିଂ ୨୦୨୩

ଅନୁବାଦ

[ସମ୍ପାଦନା]
  • କ୍ରୀତଦାସତ୍ୱର ବାରବର୍ଷ ( “Twelve years a Slave” by Solomon Northup: American Negro Novel)
  • ବଟବୃକ୍ଷ ଛାୟାରେ ଓ ଅନ୍ଯାନ୍ଯ କାହାଣୀ (“Under the Banyan Tree and Other Stories'' by R. K. Narayan: Short story collection)
  • ମୋ ଜୀବନ, ସତ୍ଯାନୁସନ୍ଧାନର ଏକ କାହାଣୀ ( “ An Autobiography: The Story of My Experiments with Truth" by M K Gandhi)
  • ମୋ ବାଲ୍ଯକାଳ ( “ My Boyhood Days" by R N Tagore) ୨୦୨୩
  • କ୍ଷୁଧିତ ପାଷାଣ ଓ ଅନ୍ଯାନ୍ଯ ଗଳ୍ପ ( “The Hungry Stones and Other Stories: R N Tagore) ୨୦୨୩
  • The Lord of Time (ମନୋରମା ମହାପାତ୍ରଙ୍କ ଓଡ଼ିଆ ରଚନା ସମୟ ପୁରୁଷର ଅନୁବାଦ)

ଇଂରାଜୀ

[ସମ୍ପାଦନା]
  • Penelope’s Web (କବିତା)
  • Flames of Silence (କବିତା)
  • Still the Stones Sing (କବିତା)
  • The Red Moon (କବିତା)
  • Roses and Bruises (କବିତା)
  • The Ebbing Tide - Authors press, Delhi (କବିତା, ୨୦୨୩)
  • Whispering Shadows (କବିତା)
  • The Soul of Fire
  • Reminiscence (କ୍ଷୁଦ୍ରଗଳ୍ପ)