ସୁମନୀ ଝୋଡ଼ିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁମନୀ ଝୋଡ଼ିଆ
ଜନ୍ମ ଓ ଜନ୍ମସ୍ଥାନ
ସୁମନୀ ଝୋଡ଼ିଆ

ଶିରିଗୁଡ଼ା, ରାୟଗଡ଼ା, ଓଡ଼ିଶା, ଭାରତ
ଜୀବିକାସମାଜ ସେବୀ
ପୁରସ୍କାରସ୍ତ୍ରୀ ଶକ୍ତି ସମ୍ମାନ

ସୁମନୀ ଝୋଡ଼ିଅା ରାୟଗଡ଼ା ଜିଲ୍ଲା କାଶୀପୁର ଅନ୍ତଗର୍ତ ନିପଟ ଅାଦିବସୀ ଗାଅାଁ ଶିରିଗୁଡ଼ାର ଜଣେ ଅପାେଠାଇ ମହିଳା । ତାଙ୍କର ମଦ ବିରୋଧୀ ଅଭିଯାନ ୧୯୯୧ ମସିହାରେ ତାଙ୍କୁ ଜଣେ ସାହସୀ ନାରୀ ଓ ସମାଜସେବୀକାର ପରିଚୟ ପ୍ରଦାନ କରିଥିଲା ।[୧] ଜଣେ ଅାଦିବାସୀ ନାରୀ ନିଜ ଅଞ୍ଚଳରୁ ମଦ ଉେଚ୍ଛଦ କରିବା ନିମେନ୍ତ ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମ୍ମୁଖରେ ସାହସୀକତା ପ୍ରଦାନ କରିବା ତାଙ୍କୁ ସ୍ୱତନ୍ତ୍ର ସେଜଇଥିଲା । ଚାକଚକ୍ୟ ଓ ସମାଜ ସେଚତନତାଠାରୁ ବହୁ ଦୂରେର ରହିଥିବା ସୁମନୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ତାଙ୍କର ଦାୟିତ୍ୱେବାଧ ପ୍ରତି ସେଚତନ କରାଇ ପାଲଟି ଯାଇଥିଲେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ । 

ମଦ ବନ୍ଦ ଅଭିଯାନ[ସମ୍ପାଦନା]

ପ୍ରାୟ ଦୁଇ ଦଶନ୍ଧି ତଳର କଥା । ୧୯୯୧ ମସିହାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯାଇଥାନ୍ତି ରାୟଗଡ଼ା ଜିଲ୍ଳାର ସଦର ମହକୁମା ଗସ୍ତରେ । ସେତେବେଳ ଭିଡ଼ ଭିତରୁ ଶୁଭିଥିଲା ସୁମନୀଙ୍କ ସ୍ୱର । ଭିଡ଼ କାଟି ବିଜୁ ବାବୁଙ୍କୁ ଅାଗରେ ପହଞ୍ଚିଥିଲେ ସୁମନୀ । ତା’ପରେ ସେ ଯାହା କହିଥିଲେ ତାହା ଥିଲା ଏକ ଚମତ୍କାର । ସ୍ୱାଧୀନତାର ଅଦ୍ଧର୍ଶତାବ୍ଦୀ ପରେ ବି ଯେଉଁ ଗାଅାଁକୁ ଗାଡ଼ି ମଟରର ଧୂଅାଁ ସୁଧା ପହଞ୍ଚି ପାରି ନ ଥିଲା ସେହି ଗାଅାଁର ଅାଦିବାସୀ ମହିଳା ସୁନାନୀ କହିଥିଲେ ଏମିତି, "ଅାଗିଅାଁ, ମଦେର ସୁନା ଯାଉଛି, ମଦରେ ଜମି ଯାଉଛି, ମାଦରେ ମାଡ଼ଗୋଳ, ମଦରେ ମାରପିଟି, ଏ ମହୁଲ ମଦକୁ ଯଦି ଲାଇେସନ୍ସ ଦବୁ, ବୋଇେଲ କୋଡ଼ିଏ ପଚିଶି ଜଣ ମହିଳା ଅାସିଚୁ, ଏଇ ତୋର ବାସନ ମାଜିବୁ, ନହେଲ ଯିବୁନାଇଁ । ତୁ ମହୁଲ ଲାଇେସନ୍ସ କାହିଁକି ଦଉଚୁ? ଯଦି ମଦ ବନ୍ଦ ନ କରି ପାରିବୁ ତେବେ ଓଡ଼ିଶାର ମୁଖିଅମନ୍‌ତ୍‌ରୀ କାହିଁକି ହେଇଛୁ?"[୧]

ସେଦିନ ସୁମନୀଙ୍କ ସାହସିକତା ଦେଖି କିଛି କ୍ଷଣ ନୀରବ ହୋଇଯାଇଥିଲେ ବିଜୁବାବୁ । ସୁମନୀଙ୍କ ଭିତରେ ଏକ ବିପ୍ଳବୀକୁ ଦେଖିବା ପରେ ଓଡ଼ିଶା ଇତିହାସରେ ଯୋଡ଼ା ହୋଇଗଲା ଏକ ସ୍ୱତନ୍ତ୍ର ପୃଷ୍ଠା । ଜଣେ ସାଧାରଣ ଅପାଠୋଇ ମହିଳାଙ୍କୁ ନିଜ ଉପେଦଷ୍ଟା ଭାବେ ନିଯୁକ୍ତି କରିବା ସହିତ ତାଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପୁଲିସ୍‌ କ୍ଷମତା ପ୍ରଦାନ କରିଥିଲେ । ସମସ୍ତ ଜିଲ୍ଳାପାଳ ଏସ୍‌.ପିମାନଙ୍କୁ ସୁମନୀଙ୍କ କଥା ମାନିବାକୁ ବିଜୁବାବୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।[୧] ସେହିଦିନଠାରୁ ସୁମନୀଙ୍କ ମଦ ବିରୋଧୀ ଅାେନ୍ଦାଳନକୁ ଯେପରି ଏକ ସ୍ୱୀକୃତି ପ୍ରାପ୍ତ ହୋଇଥିଲା । ପାଦଚଲା ରାସ୍ତାଟିଏ ନ ଥିବା ଗାଅାଁର ମହିଳା ସୁମନୀ ନିଜର ଅଦମ୍ୟ ଇଚ୍ଛାଶକ୍ତୀ ବଳେର ଶତାଧିକ ମହିଳାଙ୍କୁ ବନାଇଥିଲେ ଅନ୍ଦୋଳନକାରୀ । ସେ ତାଙ୍କ ଅଞ୍ଚଳେର ମଦଭୋଗୀ ପୁରୁଷ ବିରୋଧରେ କେବଳ ସ୍ୱର ଉଠାଇ ନ ଥିଲେ ବରଂ ଠେଙ୍ଗା ଉଠାଇ ପାଲଟି ଯାଇଥିଲେ ବିପ୍ଳବିନୀ । ସେ ମଦ ବିରୋଧୀ ଅାନ୍ଦୋଳନ କରୁଥିବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ଲୋକ ତାଙ୍କୁ ‘ମଦ ମର୍ଦ୍ଦନୀ’ ଭାବେ ଜାଣିବାକୁ ପାଇଥିଲେ । 

ପ୍ରଥମେ ରାୟଗଡ଼ ଜିଲ୍ଲା ଓ ପରେ ଅନ୍ୟ ୮୦ ଦଶକର ଶେଷ ଭାଗ ବେଳକୁ ରାୟଗଡ଼ ସୀମା ଡେଇଁ ଅନ୍ୟ ଅାଦିବାସୀ ଜିଲ୍ଲାଗୁଡ଼ିକୁ ପ୍ରେବଶ କେଲ ସୁମନୀ । ସୁମନୀଙ୍କ ନେତୃତ୍ୱେର ମହିଳାମାେନ ଠେଙ୍ଗାବାଡ଼ି ଧରି ଗାଅାଁ ଗାଅାଁ ବୁଲି ମଦ ଭାଟି ଭାଙ୍ଗିେଲ । ମଦୁଅାଙ୍କୁ ସାବାଡ଼ କଲେ । ଏପରିକି ମଦ ମାଫିଅାମାେନ ସେମାନଙ୍କର ମାରଣାସ୍ତ୍ର ପ୍ରେୟଗ କରି ସୁମନୀଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ବି ଡରି ଯାଇ ନଥିେଲ ସାହସିନୀ ସୁମନୀ । ସେ ମଦ ବିରୋଧୀ ଅାେନ୍ଦାଳନର ନେତୃତ୍ୱ ନେଇ ସାଧାରଣ ଅାଦିବାସୀ ମହିଳାରୁ ପାଲଟିଗଲେ ବିପ୍ଳବିନୀ ସୁମନୀ ଝୋଡ଼ିଅା । ସୁମନୀ ନିଜ ଜୀବନର ଅନ୍ତିମ ପଯର୍୍ୟାୟେର ବି ଅାେନ୍ଦାଳନରତ । ସେ କହନ୍ତି, ସମଗ୍ର ରାୟଗଡ଼ା ଜିଲ୍ଲା ନ ହେଲା ନାହିଁ କାଶିପୁର ବ୍ଲକେର ସବୁ ମଦ ବନ୍ଦ କରିବା ତାଙ୍କର ପ୍ରଧାନ ପ୍ରାଥମିକତା ।

ପୁରସ୍କାର[ସମ୍ପାଦନା]

୨୦୦୩ ମସିହାେର ସୁମନୀକୁ ତାଙ୍କ ଅାେନ୍ଦାଳନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ସ୍ତ୍ରୀ ଶକ୍ତି ସମ୍ମାନ’ ପ୍ରଦାନ କରାଯାଇଛି । ଏତ୍‌ଦ୍‌ବ୍ୟତୀତ ସେ ବହୁ ରାଜ୍ୟ ଓ ଜାତୀୟସ୍ତରୀୟ ସମ୍ମାନପ୍ରାପ୍ତ ମହିଳା । ସୁମନୀ ତାଙ୍କର ସମସ୍ତ ପୁରସ୍କାର ରାଶିକୁ ଅାଦିବାସୀ ବାଳିକାମାନଙ୍କ କଲ୍ୟାଣ ନିମେନ୍ତ ବିନିେଯାଗ କରି ଦେଇଛନ୍ତି । ତାଙ୍କର ‘ପ୍ରଗତୀ ମହିଳା ମଣ୍ଡଳ’ ନାମକ ଏକ ସଂସ୍ଥା ରହିଛି । ଯେଉଁ ସଂସ୍ଥା ମାଧ୍ୟମେର ସେ ସମସ୍ତ ଅାଦିବାସୀ ମହିଳାଙ୍କୁୁ ସ୍ୱାବଲମ୍ବୀ କରିବାର ସ୍ୱପ୍ନ ଦେଖିଛନ୍ତି ।

ସୋନିଅା ଗାନ୍ଧୀଙ୍କୁ ଭେଟିଥିେଲ ସୁମନୀ[ସମ୍ପାଦନା]

୨୦୧୩ ମସିହାେର ସୁମନୀ ଝୋଡ଼ିଅା କେଂଗ୍ରସ ଅଧ୍ୟକ୍ଷା ସୋନିଅା ଗାନ୍ଧୀଙ୍କୁ ନୂଅାଦିଲ୍ଲୀଠାେର ତାଙ୍କ ବାସଗୃହ ମଧ୍ୟେର ଭେଟି ଝୋଡ଼ିଅା କମ୍ୟୁନିଟିକୁୁ ଜାତୀୟ ଅାଦିବାସୀ ତାଲିକାରେ ରଖିବା ପାଇଁ ଅନୁେରାଧ କରିଥିେଲ । ସେ ସମୟରେ ୮୫ଟି ଗ୍ରାମର ଝୋଡ଼ିଅା କମୁ୍ୟନିଟିର ଲୋକସଂଖ୍ୟା ଥିଲେ ୫୦,୦୦୦ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ MOHANTY, DHRUTIKAM (12 August 2011). "Sumani Jhodia: Woman of substance". Archived from the original on 24 June 2018. Retrieved 24 June 2018.
  2. "SONIA URGED TO INCLUDE JHODIA TRIBE IN ST LIST". 21 December 2013. Archived from the original on 24 June 2018. Retrieved 24 June 2018.