ସୁମନୀ ଝୋଡ଼ିଆ
ସୁମନୀ ଝୋଡ଼ିଆ | |
---|---|
ଜନ୍ମ | ସୁମନୀ ଝୋଡ଼ିଆ |
ବୃତ୍ତି | ସମାଜ ସେବୀ |
ପୁରସ୍କାର | ସ୍ତ୍ରୀ ଶକ୍ତି ସମ୍ମାନ |
ସୁମନୀ ଝୋଡ଼ିଆ ଜଣେ ଭାରତୀୟ ଆଦିବାସୀ ସମାଜସେବିକା । ସେ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଶିରିଗୁଡ଼ାରେ ଜନ୍ମିତ ଓ ସେଠାରେ ୧୯୯୧ରୁ ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ନିମନ୍ତେ ଜଣାଶୁଣା । ସେ ୧୯୯୦ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପାଦେଷ୍ଟା ଭାବେ ନିଯୁକ୍ତ ହୋଇଥିଲେ ।[୧] ମଦ ବିରୋଧରେ ଆନ୍ଦୋଳନ ପାଇଁ ସେ ପ୍ରଗତି ମହିଳା ମଣ୍ଡଳ ନାମକ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ସ୍ଥାପନା କରିଥିଲେ । ପରେ ଏହା ଓଡ଼ିଶାରେ ଆଦିବାସୀ ମହିଳାଙ୍କଦ୍ୱାରା ପରିଚାଳିତ ସ୍ୱୟଂ ସହାୟିକା ଗୋଷ୍ଠୀ ତିଆରି ଅଭିଯାନ ଆରମ୍ଭ କରିଥିଲା । ୨୦୦୩ ମସିହାରେ ଭାରତ ସରକାର ତାଙ୍କୁ ତାଙ୍କର ମଦ ବିରୋଧୀ ସମାଜସେବା ନିମନ୍ତେ ତାଙ୍କୁ "ସ୍ତ୍ରୀ ଶକ୍ତି ସମ୍ମାନ"ରେ ସମ୍ମାନୀତ କରିଥିଲେ । ସେ ପୁରସ୍କାର ଅର୍ଥକୁ ଆଦିବାସୀ ଝିଅମାନଙ୍କ ଉନ୍ନତି ନିମନ୍ତେ ଦାନକରିଦେଇଥିଲେ ।[୨]
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁମନୀ ଝୋଡ଼ିଆ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ନିକଟସ୍ଥ ଶିରିଗୁଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।
ମଦ ବନ୍ଦ ଅଭିଯାନ
[ସମ୍ପାଦନା]୧୯୯୧ ମସିହାରେ ବିଜୁ ପଟ୍ଟନାୟକ ରାୟଗଡ଼ା ଜିଲ୍ଳାର ସଦର ମହକୁମା ଗସ୍ତରେ ଆସିଥିବା ବେଳେ ସୁମନୀ ଝୋଡ଼ିଆ ମଦ ଲାଇସେନ୍ସ ଆବଣ୍ଟନ ବିରୋଧରେ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କର ମଦ ବିରୋଧୀ ଅଭିଯାନ ଲୋକଲୋଚନକୁ ଆସିଥିଲା ।[୨] ପରେ ପଟ୍ଟନାୟକ ଝୋଡ଼ିଆଙ୍କୁ ନିଜ ଉପଦେଷ୍ଟା ଭାବରେ ନିଯୁକ୍ତି କରିବା ସହିତ ତାଙ୍କୁ ପୁଲିସ କ୍ଷମତା ପ୍ରଦାନ କରିଥିଲେ । ପଟ୍ଟନାୟକ ସମସ୍ତ ଜିଲ୍ଳାପାଳ ଓ ପୁଲିସ ସବଇନସ୍ପେକ୍ଟରମାନଙ୍କୁ ଝୋଡ଼ିଆଙ୍କ କଥା ମାନିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।[୨] ତାହା ପରେ ଝୋଡ଼ିଆଙ୍କ ମଦ ବିରୋଧୀ ଆନ୍ଦୋଳନ ସରକାରୀ ସ୍ୱୀକୃତି ପାଇଥିଲା । ପ୍ରଥମେ ରାୟଗଡ଼ା ଜିଲ୍ଲା ଓ ପରେ ୮୦ ଦଶକର ଶେଷ ଭାଗ ବେଳକୁ ଅନ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଏହି ଅଭିଯାନ ବଳବତ୍ତର ହୋଇଥିଲା । ମହିଳା ଆନ୍ଦୋଳନକାରୀମାନେ ଠେଙ୍ଗାବାଡ଼ି ଧରି ଗାଆଁଗାଆଁ ବୁଲି ମଦ ଭାଟି ଭାଙ୍ଗିବା ଭଳି କାର୍ଯ୍ୟକ୍ରମରେ ଭାଗନେଇଥିଲେ ।
ପୁରସ୍କାର
[ସମ୍ପାଦନା]୨୦୦୩ ମସିହାେର ସୁମନୀ ଝୋଡ଼ିଆଙ୍କୁ ତାଙ୍କ ମଦ ବିରୋଧୀ ଆନ୍ଦୋଳନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ "ସ୍ତ୍ରୀ ଶକ୍ତି ସମ୍ମାନ" ପ୍ରଦାନ କରାଯାଇଛି । ଏହା ବ୍ୟତୀତ ସେ ବିଭିନ୍ନ ରାଜ୍ୟ ଓ ଜାତୀୟସ୍ତରୀୟ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ନିଜର ସମସ୍ତ ପୁରସ୍କାର ରାଶିକୁ ଆଦିବାସୀ ବାଳିକାମାନଙ୍କ କଲ୍ୟାଣ ନିମନ୍ତେ ବିନିଯୋଗ କରିଦେଇଛନ୍ତି । ସେ "ପ୍ରଗତି ମହିଳା ମଣ୍ଡଳ" ନାମକ ସ୍ୱୟଂ ସହାୟିକା ଗୋଷ୍ଠୀ ଆରମ୍ଭ କରିଥିଲେ । ସମସ୍ତ ଆଦିବାସୀ ମହିଳାଙ୍କୁୁ ସ୍ୱାବଲମ୍ବୀ କରିବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ।
ଆଧାର
[ସମ୍ପାଦନା]- ↑ "Fond memories of Biju's SP". www.telegraphindia.com. The Telegraph. Archived from the original on 30 August 2021. Retrieved 30 August 2021.
{{cite news}}
:|archive-date=
/|archive-url=
timestamp mismatch; 16 ମଇ 2021 suggested (help) - ↑ ୨.୦ ୨.୧ ୨.୨ Mohanty, Dhrutikam (12 August 2011). "Sumani Jhodia: Woman of substance". Archived from the original on 30 August 2021. Retrieved 24 June 2018.
{{cite news}}
:|archive-date=
/|archive-url=
timestamp mismatch; 16 ମଇ 2021 suggested (help)