Jump to content

ସୁଧୀରା ଦାସ

ଉଇକିପିଡ଼ିଆ‌ରୁ
ସୁଧୀରା ଦାସ
ସୁଧୀରା ଦାସ
ଜନ୍ମ(1932-03-08)ମାର୍ଚ୍ଚ ୮, ୧୯୩୨
Died୩୦ ଅକ୍ଟୋବର ୨୦୧୫(2015-10-30) (ବୟସ ୮୩)
Citizenshipଭାରତ
Educationରେଭେନ୍ସା କଲେଜ
କଲିକତା ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଇଞ୍ଜିନିୟରିଂ କ୍ୟାରିଅର
ଆନୁଷ୍ଠାନିକ ସଭ୍ୟବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ (ଅଧୁନା ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ),
ରାଉରକେଲା ମହିଳା ପଲିଟେକନିକ
ଭୁବନେଶ୍ୱର ମହିଳା ପଲିଟେକନିକ
ଜଣାଶୁଣା ପ୍ରକଳ୍ପଭୁବନେଶ୍ୱର ମହିଳା ପଲିଟେକନିକର ସ୍ଥାପନା

ସୁଧୀରା ଦାସ (୮ ମାର୍ଚ୍ଚ ୧୯୩୨-୩୦ ଅକ୍ଟୋବର ୨୦୧୫) ଜଣେ ଭାରତୀୟ ଇଞ୍ଜିନିୟର ଥିଲେ ।[୧] ଦାସ ଓଡ଼ିଶାର ପ୍ରଥମ ମହିଳା ଇଞ୍ଜିନିୟର ଥିଲେ ।[୨][୩][୪][୫]

ଜୀବନୀ

[ସମ୍ପାଦନା]

ଦାସ ଓଡ଼ିଶାର କଟକଠାରେ ୧୯୩୨ ମସିହା ମାର୍ଚ୍ଚ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨]

ଶିକ୍ଷା

[ସମ୍ପାଦନା]

ଦାସ ୧୯୫୧ ମସିହାରେ ରେଭେନ୍ସା କଲେଜରୁ ବ୍ୟାଚେଲର ଅଫ ସାଇନ୍ସ (ବିଏସସି) ଡିଗ୍ରୀ ହାସଲ କରିଥିଲେ । ପରେ ସେ କଲିକତା ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ୧୯୫୬ ମସିହାରେ ଯୋଗଦେଇ ରେଡ଼ିଓ ପଦାର୍ଥ ବିଜ୍ଞାନ ଓ ଇଲେକ୍ଟ୍ରୋନିକ୍ସରେ ମାଷ୍ଟର ଅଫ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ ।[୨]

ଦେହାନ୍ତ

[ସମ୍ପାଦନା]

୨୦୧୫ ମସିହା ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରଠାରେ ଦାସଙ୍କ ଦେହାନ୍ତ ହୋଇଥିଲା ।[୨]

କାର୍ଯ୍ୟ

[ସମ୍ପାଦନା]

ଏମଏସସି (ଟେକ) ପାସ କଲା ପରେ ୧୯୫୭ ମସିହାରେ ଦାସ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲରେ (ଅଧୁନା ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ) ଜଣେ ଅଧ୍ୟାପକ ଭାବେ ଯୋଗଦେଇଥିଲେ । ପରେ ସେ ରାଉରକେଲା ମହିଳା ପଲିଟେକନିକଠାରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ । ୧୯୫୭-୧୯୯୦ ମସିହା ଭିତରେ ସେ ଭିନ୍ନ ଭିନ୍ନ ସରକାରୀ ଅନୁଷ୍ଠାନରେ କାମ କରିଥିଲେ । ଏହି ସମୟରେ ସେ ମହିଳାମାନଙ୍କ ପାଇଁ ଡିପ୍ଲୋମା ଶିକ୍ଷା ନିମନ୍ତେ ଭୁବନେଶ୍ୱର ମହିଳା ପଲିଟେକନିକ ସ୍ଥାପନା କରିଥିଲେ ।[୨]

  1. ↑ Bulletin of the National Institute of Sciences of India. National Institute of Sciences of India. 1955.
  2. 1 2 3 4 5 "Odisha's first woman engineer passes away". www.dailypioneer.com. Daily Pioneer. 01 November 2015. Archived from the original on 26 August 2016. Retrieved 16 July 2016. {{cite news}}: Check date values in: |date= (help)
  3. ↑ "First woman engineer of Odisha dies". OdishaSunTimes.com. Odisha Sun Times. 30 October 2015. Archived from the original on 25 August 2016. Retrieved 16 July 2016.
  4. ↑ "First Women and First Person of Orissa". Orissaspider.com. 7 September 2011. Archived from the original on 17 February 2020. Retrieved 16 July 2016.
  5. ↑ Orissa reference: glimpses of Orissa. TechnoCAD Systems. 2001.