ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍
ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ ବା (ଏସ୍ ଏଲ୍ ଇ), ସ୍ୱଳ୍ପରେ ଲୁପସ୍ ଏକ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ନିଜ ଦେହର ଇମ୍ମ୍ୟୁନ ସିସ୍ଟମ ଭୁଲ କ୍ରମେ ନିଜ ଶରୀରର ସୁସ୍ଥ ତନ୍ତୁମାନଙ୍କୁ ଆକ୍ରମଣ କରେ । [୧] ବିଭିନ୍ନ ଲୋକ ଅନୁସାରେ ଏହା ସାଧାରଣରୁ ସାଂଘାତିକ ହୋଇପାରେ । ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଗଣ୍ଠି ଫୁଲା ଓ ଯନ୍ତ୍ରଣା, ଜ୍ୱର, ଛାତି ଯନ୍ତ୍ରଣା, ବାଳ ପତନ, ପାଟି ଘାଆ, ଲସିକା ଗ୍ରନ୍ଥି ଫୁଲା, ଥକ୍କା ଅନୁଭବ ହୁଏ ଓ ଲାଲ ରାସ୍ ଅଧିକାଂଶ ସମୟରେ ମୁହଁରେ ଦେଖାଯାଏ । ସାମୟିକ ଅଳ୍ପ କେତେକ ଲକ୍ଷଣ ସହ ଅସୁସ୍ଥି ହୁଏ ଯାହାକୁ ଫ୍ଲେୟାର (ବଢ଼ିବା ଓ କମିବା) କୁହାଯାଏ ।[୧]
ଏହି ରୋଗର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।[୧] ହରମୋନ ସମ୍ପର୍କୀୟ, ପରିବେଶ ଓ ଜେନେଟିକ୍ ପ୍ରଭାବ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୨] ଏକ ରୂପ ଜମଜ ମଧ୍ୟରୁ ଜଣକୁ ଏହି ରୋଗ ହେଲେ ଆଉ ଜଣକୁ ଏହି ରୋଗ ହେବା ସମ୍ଭାବନା ୨୪% ଥାଏ ।[୧] ମହିଳା ଯୌନ ହରମୋନ, ସୂର୍ଯ୍ୟାଲୋକ, ଧୂମ୍ରପାନ, ଭିଟାମିନ ଡି ଅଭାବ ଓ କେତେକ ସଂକ୍ରମଣ ଯୋଗୁ ଏହି ରୋଗର ରିସ୍କ ବା ସମ୍ଭାବନା ଅଧିକ ଥାଏ ।[୨] ରୋଗୀର ନିଜ ତନ୍ତୁ ବିରୁଦ୍ଧରେ ଇମ୍ମ୍ୟୁନ ପ୍ରଭାବ ଯୋଗୁ ଅଟୋଆଣ୍ଟିବଡି ପ୍ରସ୍ତୁତ ହୁଏ । ଏହା ଫଳରେ ଦେହରେ ଆଣ୍ଟ-ନ୍ୟୁକ୍ଲିଆର ଆଣ୍ଟବଡି ତିଆରି ହୁଏ ଯାହା ପ୍ରଦାହକାରୀ ହୁଏ । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୋଇପାରେ ଓ ଲକ୍ଷଣ ତଥା ଲାବୋରେଟରି ପରୀକ୍ଷା ଫଳମାନଙ୍କ ଉପରେ ଏହା ନିର୍ଭର କରେ । ଏହି ରୋଗ ବ୍ୟତୀତ ଆହୁରି ଅନେକ ପ୍ରକାରର ଲୁପସ୍ ଏରିଦେମାଟୋସସ୍ ରୋଗ ଯେପରିକି ଡିସ୍କଏଡ ଲୁପସ୍ ଏରିଦେମାଟୋସସ୍ ଓ ସବ୍ଆକ୍ୟୁଟ କ୍ୟୁଟାନିଅସ୍ ଲୁପସ୍ ଏରିଦେମାଟୋସସ୍ ଦେଖାଯାଏ ।[୧]
ଏହି ଅଦ୍ୟାବଧି ଆରୋଗ୍ୟସାଧ୍ୟ ନୁହେଁ ।[୧] ଏନଏସ୍ଏଆଇଡି, କର୍ଟିକୋସ୍ଟିରଏଡ୍, ଇମ୍ମ୍ୟୁନୋସପ୍ରେସିଭ ଔଷଧ, ହାଇଡ୍ରୋକ୍ଲୋରୋକୁଇନ୍ ଓ ମେଥୋଟ୍ରେକ୍ସେଟ୍ ଆଦି ଔଷଧ ଦେଇ ଚିକିତ୍ସା କରାଯାଏ ।[୧] ଅଲ୍ଟରନେଟ ମେଡିସିନ୍ର କୌଣସି ପ୍ରଭାବ ଏହି ଉପରେ ନାହିଁ ।[୧] ଏହି ରୋଗୀଙ୍କର ଆୟୁଷ କମ୍ ହୋଇଯାଏ । [୩] ଏହି ରୋଗ ଯୋଗୁ ହୃତ୍ପିଣ୍ଡରକ୍ତନଳୀ ରୋଗ ସଙ୍କଟ ବହୁତ ଅଧିକ ହୋଇଯାଏ ଓ ଏହାହିଁ ମୃତ୍ୟୁର ଏକ ସାଧାରଣ କାରଣ ।[୨] ଆଧୁନିକ ଚିକିତ୍ସାରେ ୮୦% ରୋଗୀଙ୍କର ବଞ୍ଚିବା ସମୟ ପ୍ରାୟ ୧୫ ବର୍ଷରୁ ଅଧିକ ରହୁଛି ।[୪] ଏହି ରୋଗଗ୍ରସ୍ତ ଗର୍ଭବତୀ ମହିଳାଙ୍କର ଅଧିକ ସଙ୍କଟ ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସଫଳ ପ୍ରସବ ହୁଏ ।[୧]
ଭିନ୍ନ ଭିନ୍ନ ଦେଶରେ ଏହି ରୋଗ ହାର ପ୍ରତି ଏକ ଲକ୍ଷରେ ୨୦ରୁ ୭୦ ଜଣ ଥାଏ ।[୫] ଜନ୍ମକ୍ଷମ ମହିଲାଙ୍କୁ ପୁରୁଷଙ୍କ ଅପେକ୍ଷା ଏହି ରୋଗ ୯ଗୁଣ ଅଧିକ ହୁଏ ।[୨] ସାଧାରଣତଃ ୧୫ରୁ ୪୫ ବର୍ଷ ବୟସରେ ଏହା ଆକ୍ରମଣ କଲେ ମଧ୍ୟ ଅନ୍ୟ ବୟସରେ ହୋଇପାରେ ।[୫][୧] ଆଫ୍ରିକା, କାରିବିଆନ ଓ ଚୀନ ଦେଶର ଲୋକଙ୍କର ଅନ୍ୟ ଗୋରା ଲୋକଙ୍କ ଅପେକ୍ଷା ଅଧିକ ସଙ୍କଟ ଥାଏ ।[୨][୫] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ହାର ସ୍ପଷ୍ଟ ନୁହେଁ ।[୬] ଲାଟିନ୍ ଭାଷାରେ ଲୁପସ୍ ଶବ୍ଦର ଅର୍ଥ ଗଧିଆ; ୧୮ଶ ଶତାବ୍ଦୀରେ ଗଧିଆ କାମୁଡ଼ା ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଉଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Handout on Health: Systemic Lupus Erythematosus". www.niams.nih.gov (in ଇଂରାଜୀ). February 2015. Retrieved 12 June 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ Lisnevskaia, L; Murphy, G; Isenberg, D (22 November 2014). "Systemic lupus erythematosus". Lancet (London, England). 384 (9957): 1878–88. PMID 24881804.
- ↑ Murphy, G; Isenberg, D (December 2013). "Effect of gender on clinical presentation in systemic lupus erythematosus". Rheumatology (Oxford, England). 52 (12): 2108–15. PMID 23641038.
- ↑ The Cleveland Clinic Intensive Review of Internal Medicine (5 ed.). Lippincott Williams & Wilkins. 2012. p. 969. ISBN 9781451153309. Retrieved 13 June 2016.
- ↑ ୫.୦ ୫.୧ ୫.୨ Danchenko, N.; Satia, J.A.; Anthony, M.S. (2006). "Epidemiology of systemic lupus erythematosus: a comparison of worldwide disease burden". Lupus. 15 (5): 308–318. doi:10.1191/0961203306lu2305xx. PMID 16761508.
- ↑ Tiffin, N; Adeyemo, A; Okpechi, I (7 January 2013). "A diverse array of genetic factors contribute to the pathogenesis of systemic lupus erythematosus". Orphanet journal of rare diseases. 8: 2. doi:10.1186/1750-1172-8-2. PMID 23289717.
{{cite journal}}
: CS1 maint: unflagged free DOI (link) - ↑ Blotzer JW (June 1983). "Systemic lupus erythematosus I: historical aspects". Md State Med J. 32 (6): 439–41. PMID 6348430.