ପାଟି ଘାଆ

ଉଇକିପିଡ଼ିଆ‌ରୁ
Mouth ulcer
Oral ulcer, mucosal ulcer, aphthae[୧]
A mouth ulcer in the lower lip due to aphthous stomatitis.
ବିଭାଗOral medicine
କାରଣLocal trauma, aphthous stomatitis, herpes, medications, lupus, syphilis, neutropenia, mouth cancer[୧]
ବିପଦ କାରକDry mouth, tobacco use[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, examination, biospy[୧]
ଔଷଧLidocaine applications[୨]
ଚିକିତ୍ସାBased on underlying cause[୨]
ପୁନଃପୌନିକCommon[୩]

ପାଟି ଘାଆ ରୋଗରେ ପାଟିରେ ଥିବା ମ୍ୟୁକସ ଝିଲ୍ଲୀରେ ଘାଆ ହୋଇଥାଏ | [୨] ସେଗୁଡ଼ିକ ଲାଲ କିମ୍ବା ଧଳା ରଙ୍ଗରେ ଦେଖାଯାଇପାରେ | [୨] ଏଥିରେ ପ୍ରାୟ ଯନ୍ତ୍ରଣା ହୁଏ ଯାହା ଫଳରେ ପାଣି ପିଇବା କମିଯାଇ ନିର୍ଜଳନ (ଡିହାଇଡ୍ରେସନ୍) ହୋଇପାରେ | [୨] କେତେକ ପ୍ରକାର ରୋଗ ବାରମ୍ବାର ହୋଇପାରେ | [୪]

ଅଧିକାଂଶ କ୍ଷେତ୍ରରେ ସ୍ଥାନୀୟ ଆଘାତ କିମ୍ବା ଆଫଥସ ଷ୍ଟୋମାଟାଇଟିସ୍ ("canker sores") କାରଣରୁ ଏହି ରୋଗ ହୋଇଥାଏ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରାମକ ରୋଗ, ଅଟୋଇମ୍ୟୁନ ଡିଜିଜ ଏବଂ ପାଟି କର୍କଟ ଥାଇପାରେ ।[୧] ସିଫିଲିସ୍, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ ବା କର୍କଟ ରୋଗ ଯୋଗୁ ହେଉଥିବା ପାଟି ଘାଅ ଯନ୍ତ୍ରଣାଦାୟକ ହୁଏନି । [୧] ରୋଗର ଲକ୍ଷଣ, ପରୀକ୍ଷା ଏବଂ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ରୋଗର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୨] ଲୁଣିଆ କିମ୍ବା ଅମ୍ଳଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇପାରେ। [୨] ଯନ୍ତ୍ରଣା ଉପଶମ ନିମନ୍ତେ ଲିଡୋକେନ୍ ଦିଆଯାଇ ପାରେ । [୨] ପାଟି ଘାଆ ଏକ ସାଧାରଣ ରୋଗ ଅଟେ । [୩] ଉଦାହରଣ ସ୍ୱରୂପ ପ୍ରାୟ ୨୦% ଲୋକଙ୍କର ଆଫଥସ ଷ୍ଟୋମାଟାଇଟିସ୍ ଥାଏ। [୩]  

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Lehman, JS; Rogers RS, 3rd (July 2016). "Acute oral ulcers". Clinics in dermatology. 34 (4): 470–4. doi:10.1016/j.clindermatol.2016.02.019. PMID 27343961.{{cite journal}}: CS1 maint: numeric names: authors list (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Mouth Sores and Inflammation - Mouth and Dental Disorders". Merck Manuals Consumer Version (in ଇଂରାଜୀ). Retrieved 28 November 2020.
  3. ୩.୦ ୩.୧ ୩.୨ Bruce, AJ; Dabade, TS; Burkemper, NM (February 2015). "Diagnosing oral ulcers". JAAPA : official journal of the American Academy of Physician Assistants. 28 (2): 1–10. doi:10.1097/01.JAA.0000459826.63026.67. PMID 25621959.
  4. Fitzpatrick, SG; Cohen, DM; Clark, AN (March 2019). "Ulcerated Lesions of the Oral Mucosa: Clinical and Histologic Review". Head and neck pathology. 13 (1): 91–102. doi:10.1007/s12105-018-0981-8. PMID 30701449.