ସିନ୍ଧୁସ୍ନାନ ବିଷ୍ଫୋଟ

ଉଇକିପିଡ଼ିଆ‌ରୁ
Seabather's eruption
Pica pica,[୧] sea lice, sea poisoning, ocean itch[୨]
ଫାଇଲ:Sea bather's eruption (DermNet NZ arthropods-sea-bathers).jpg
Seabather's eruption
ବିଭାଗDermatology
ଲକ୍ଷଣTingling sensation, itchy rash[୧]
ଆକ୍ରାନ୍ତ ସମୟHours to days after exposure[୩]
ଅବଧିUp to 2 months[୧]
କାରଣSea anemones and thimble jellyfish[୧]
ବିପଦ କାରକSwimming in the ocean[୧][୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ସଠିକ ରୋଗ ନିର୍ଣ୍ଣୟSeaweed dermatitis, swimmer's itch[୧]
ପ୍ରତିକାରRinsing off with uncontaminated seawater[୧]
ଚିକିତ୍ସାHydrocortisone, calamine, NSAIDs, antihistamines[୧][୩]
ପୁନଃପୌନିକTropics and subtropics[୩]

ସିନ୍ଧୁସ୍ନାନ ବିଷ୍ଫୋଟ ରୋଗରେ ସି ଆନେମୋନ୍ସ (sea anomoone) ଓ ଥିମ୍ବ୍ଲଜେଲିଫିସ (thimble jellyfish) ନାମକ ଏକ ପ୍ରକାର କ୍ଷୁଦ୍ର ଜୀବର ଦଂଶନ ଯୋଗୁ ହେତୁ ଘଟିଥାଏ ।[୧] ପ୍ରାରମ୍ଭରେ ସାଧାରଣତଃ ଏକ ପ୍ରକାର ନିର୍ଦ୍ଦିଷ୍ଟ ଜ୍ୱାଳା ହୁଏ ଏବଂ ପରେ ସେହି ଅଞ୍ଚଳ କୁଣ୍ଡେଇ ହୁଏ ।[୧] ସାଧାରଣତଃ ପ‌ହଁରା ପୋଷାକ ତଳେ ଦେଖାଯାଏ ।[୧] ଲକ୍ଷଣ କିଛି ସପ୍ତାହ ଧରି ରହିପାରେ । [୧] ରୋଗ ଜଟିଳ ହେଲେ ଜୀବାଣୁ ଜନିତ ସଂକ୍ରମଣ ହୋଇପାରେ ।[୩]

ଅଧିକାଂଶ ଘଟଣା ସମୁଦ୍ରରେ ପହଁରିବା ପରେ ଘଟିଥାଏ । [୧] [୩] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଆରମ୍ଭରୁ ଏକ ବିଷାକ୍ତ ପଦାର୍ଥ ଅନ୍ତର୍ଭୂକ୍ତ ଥିବା ଜଣାଯାଏ ଏବଂ ପରେ ଆଲର୍ଜି ପ୍ରତିକ୍ରିୟା ଦେଖାଯାଏ[୧] ଏହା ଲୋକମାନଙ୍କ ମଧ୍ୟରେ ବ୍ୟାପେ ନାହିଁ ।[୩] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ।[୧] ସନ୍ତରଣକାରୀଙ୍କର ଗଲୁ ରୋଗରେ ଏହିପରି ସମାନ ଅବସ୍ଥା ଦେଖାଯାଏ ।[୧]

ଏହି ରୋଗ ଚିକିତ୍ସାରେ ହାଇଡ୍ରୋକର୍ଟିଜୋନ କିମ୍ବା କ।ଲାମିନ ଲୋସନ ବ୍ୟବହାର କରାଯାଇପାରେ ।[୧] ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ଏବଂ ଆଣ୍ଟିହିଷ୍ଟାମିନ ମଧ୍ୟ ସାହାଯ୍ୟ କରିପାରେ । [୧] [୩] ଜଳାଶୟରୁ ବାହାରିବା ପରେ ଭଲ ସମୁଦ୍ର ଜଳ ସହିତ ଧୋଇବାଦ୍ୱାରା ପ୍ରତିଷେଧ ହୋଇପାରେ ।[୧] ବାରମ୍ବାର ସିନ୍ଧୁ ସ୍ନାନ କଲେ ଖରାପ ଲକ୍ଷଣ ସୃଷ୍ଟି ହୋଇପାରେ । [୧]

ଅଧିକାଂଶ ଘଟଣା ଉଷ୍ମ କଟିବନ୍ଧ ଓ ଉପ ଉଷ୍ନ କଟିବନ୍ଧ ଅଞ୍ଚଳରେ ଘଟିଥାଏ; ଯଦିଓ ନ୍ୟୁୟର୍କ ପର୍ଯ୍ୟନ୍ତ ଉତ୍ତର ଦିଗ ପର୍ଯ୍ୟନ୍ତ ହୋଇଥିବା ମାମଲା ରିପୋର୍ଟ ହୋଇଛି । [୩] [୨] ପିଲାମାନେ ଅଧିକ ଗୁରୁତର ଭାବରେ ପ୍ରଭାବିତ ହୋଇପାରନ୍ତି ।[୩] ପ୍ରଥମେ ୧୯୪୯ ମସିହାରେ ଏହି ଅବସ୍ଥାକୁ ବର୍ଣ୍ଣନା କରାଯାଇଥିଲା ।[୧] ସମୁଦ୍ର ଉକୁଣୀ ଯୋଗୁ ଏହା ହୁଏ ନାହିଁ ଯେହେତୁ ଏହା କେବଳ ମାଛମାନଙ୍କୁ ପ୍ରଭାବିତ କରେ ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ "Sea bather's eruption | DermNet NZ". dermnetnz.org (in ଇଂରାଜୀ). Archived from the original on 14 April 2022. Retrieved 21 July 2022.
  2. ୨.୦ ୨.୧ Auerbach, Paul S.; Cushing, Tracy A.; Harris, N. Stuart (21 September 2016). Auerbach's Wilderness Medicine (in ଇଂରାଜୀ). Elsevier Health Sciences. p. 1695. ISBN 978-0-323-39609-7. Archived from the original on 29 July 2022. Retrieved 21 July 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Quail, MT (January 2019). "Warm water hazard: Sea lice and seabather's eruption". Nursing. 49 (1): 40–43. doi:10.1097/01.NURSE.0000549726.99691.05. PMID 30586048.
  4. Tomchik RS, Russell MT, Szmant AM, Black NA (April 1993). "Clinical perspectives on seabather's eruption, also known as 'sea lice'". JAMA. 269 (13): 1669–72. doi:10.1001/jama.269.13.1669. PMID 8455301.