କାଲାମିନ

ଉଇକିପିଡ଼ିଆ‌ରୁ


କାଲାମିନ
Combination of
zinc oxideastringent
ferric oxideantipruritic
Clinical data
PronunciationKAL a mine[୧]
ATC code

କାଲାମିନ, ଅନ୍ୟ ନାମ କାଲାମିନ ଲୋସନ (ଇଂରାଜୀ ଭାଷାରେ Calamine also known as calamine lotion) ଏକ ଔଷଧ ଯାହା ସାମାନ୍ୟ ଗଲୁ (itchiness) ହେଉଥିଲେ ବ୍ୟବ‌ହାର କରାଯାଏ ।[୨][୩] ସନବର୍ଣ୍ଣ ବା ଉତ୍ତାପ କାଳିମା, କୀଟ କାମୁଡ଼ା ବା ଅନ୍ୟାନ୍ୟ ସାମାନ୍ୟ ଚର୍ମ ବେମାରୀରେ ଦିଆଯାଏ ।[୪][୫] ଚର୍ମ ଜ୍ୱାଳା ହେଉଥିଲେ ଏହା ସାହାଯ୍ୟ କରେ ।[୧] ଏହା କ୍ରିମ (cream) ବା ଲୋସନ (lotion) ଆକାରରେ ଲଗାଯାଏ ।[୨]

କାଲାମିନର ପାର୍ଶ୍ୱ ପ୍ରତିକ୍ରିୟାରେ ଚମ ଜ୍ୱାଳା ହୋଇପାରେ ।[୪] ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୪] କାଲାମିନରେ ଜିଙ୍କ ଅକ୍ସାଇଡ (zinc oxide) ଓ ୦.୫% ଫେରିକ ଅକ୍ସାଇଡ (ferric oxide ବା Fe2O3) ମିଶ୍ରତ ହୋଇ ଥାଏ ।[୬] ଏହା ସ‌ହିତ ଫିନୋଲ (phenol) ଓ କ୍ୟାଲସିଅମ ହାଇଡ୍ରକ୍ସାଇଡ (calcium hydroxide) ମିଶେଇ କାଲାମିନ ଲୋସନ ତିଆରି କରାଯାଏ ।[୬][୭]

ଖ୍ରୀ:ପୂ: ୧୫୦୦ରୁ କାଲାମିନ ବ୍ୟବ‌ହାର କରାଯାଉଛି ।[୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହା ଜେନେରିକ ଔଷଧ ନାମରେ (generic medication) ଓ ବିନା ପ୍ରେସକ୍ରିପସନରେ (over the counter) ବିକ୍ରୟ ହୁଏ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୦୦ ମିଲି ବୋତଲର ହୋଲସେଲ କ୍ରୟ ମୂଲ୍ୟ ୦.୨୫ରୁ ୩.୮୫ ଆମେରିକୀୟ ଡଲାର ।[୧୦] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୦.୪୪ ପାଉଣ୍ଡ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Calamine (topical) medical facts from Drugs.com". www.drugs.com.
  2. ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. p. 801. ISBN 9780857111562.
  3. WHO Model Formulary 2008 (PDF). World Health Organization. 2009. p. 303. ISBN 9789241547659. Retrieved 8 December 2016.
  4. ୪.୦ ୪.୧ ୪.୨ "Aqueous Calamine Cream BP - Summary of Product Characteristics (SPC) - (eMC)". www.medicines.org.uk. 18 November 2016. Retrieved 29 December 2016.
  5. ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 191. ISBN 9781284057560.
  6. ୬.୦ ୬.୧ Braun-Falco, Otto; Plewig, Gerd; Wolff, Helmut Heinrich; Burgdorf, Walter (2012). Dermatology (in ଇଂରାଜୀ) (2 ed.). Springer Science & Business Media. p. 1724. ISBN 9783642979316.
  7. Ma, Joseph K. H.; Hadzija, Boka (2012). Basic Physical Pharmacy (in ଇଂରାଜୀ). Jones & Bartlett Publishers. p. 327. ISBN 9780763757342.
  8. Bendich, Adrianne; Deckelbaum, Richard J. (2016). Preventive Nutrition: The Comprehensive Guide for Health Professionals (in ଇଂରାଜୀ) (5 ed.). Springer. p. 608. ISBN 9783319224312.
  9. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  10. "Calamine". International Drug Price Indicator Guide. Retrieved 8 December 2016.[permanent dead link]