ସିଜୋଟାଇପାଲ ବ୍ୟକ୍ତିତ୍ୱ ରୋଗ
| Schizotypal personality disorder | |
|---|---|
People with schizotypal personality disorder often dress in eccentric ways. | |
| ବିଭାଗ | Psychiatry |
| ଲକ୍ଷଣ | Strange thinking, lack of friends, unusual appearance, suspiciousness[୧] |
| ଆକ୍ରାନ୍ତ ସମୟ | By early adulthood[୧] |
| ବିପଦ କାରକ | Family history[୧] |
| ସଠିକ ରୋଗ ନିର୍ଣ୍ଣୟ | Psychosis, autism spectrum disorder, substance misuse, other personality disorders[୧] |
| ଚିକିତ୍ସା | Counselling[୨] |
| ପୁନଃପୌନିକ | 0.6 to 4.6%[୧] |
ସିଜୋଟାଇପାଲ ବ୍ୟକ୍ତିତ୍ୱ ରୋଗ (ଇଂରାଜୀ ଭାଷାରେ Schizotypal personality disorder/ STPD ) ଏକ ପ୍ରକାର ମାନସିକ ରୋଗ ଯେଉଁଥିରେ ଘନିଷ୍ଠ ସମ୍ପର୍କରେ ଦୀର୍ଘକାଳ ରହିଲେ ଅସନ୍ତୋଷ ସହିତ ବିଚିତ୍ର ଆଚରଣ କରୁଥିବା ଦେଖାଯାଏ । [୧] ଏଥିରେ ରୋଗୀ ସନ୍ଦେହୀ, ଅସାଧାରଣ ପୋଷାକ ପିନ୍ଧିବା ଏବଂ ଅନ୍ଧବିଶ୍ୱାସୀ ହୋଇପାରେ | [୧] ସେହିମାନଙ୍କ ମଧ୍ୟରୁ ଅଳ୍ପ ସଂଖ୍ୟକ ସିଜୋଫ୍ରେନିଆର ବିକାଶ କରନ୍ତି ।[୧]
ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ । [୧] ମାନସିକ ଚାପ ଯୋଗୁ ଲକ୍ଷଣଗୁଡ଼ିକର ଅବନତି ହୋଇପାରେ । [୧] ଏହା ଏକ କ୍ଲଷ୍ଟର 'ଏ' ବ୍ୟକ୍ତିତ୍ୱ ବ୍ୟାଧି, ଯେଉଁଥିରେ ଏକବାଗିଆ ବ୍ୟବହାର କରିବା ଦେଖାଯାଏ ।[୧] ରୋଗୀର ସଂସ୍କୃତିକୁ ଧ୍ୟାନରେ ରଖି ରୋଗ ନିର୍ଣ୍ଣୟ କରିବା ଆବଶ୍ୟକ | [୧]
ଚିକିତ୍ସାରେ ସାଧାରଣତଃ ପରାମର୍ଶ ଦିଆଯାଏ ।[୨] ଲୋକମାନେ ବ୍ୟକ୍ତିତ୍ୱ ପରିବର୍ତ୍ତନ ଅପେକ୍ଷା ଉଦ୍ବେଗ କିମ୍ବା ଉଦାସୀନତା ପାଇଁ ସାହାଯ୍ୟ ମାଗନ୍ତି ।[୧] ଜନସଂଖ୍ୟାର ଏହା ପ୍ରାୟ ୦.୬ରୁ ୪.୬% ଲୋକଙ୍କୁ ପ୍ରଭାବିତ କରିଥାଏ ।[୧] ପ୍ରାରମ୍ଭ ଯୁବାବସ୍ଥାରେ ଏହା ଆରମ୍ଭ ହୁଏ ।[୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] "ସିଜୋଟାଇପ୍" ଶବ୍ଦ ୧୯୫୬ମସିହାରେ ସାଣ୍ଡୋର ରାଡୋଙ୍କଦ୍ୱାରା ବ୍ୟବହୃତ ହୋଇଥିଲା । [୨]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 11 12 13 14 15 16 Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 655-659. doi:10.1176/appi.books.9780890425596.156852. ISBN 978-0-89042-555-8.
{{cite book}}: Cite has empty unknown parameter:|1=(help) - 1 2 3 Hales, Robert E. (2008). The American Psychiatric Publishing Textbook of Psychiatry (in ଇଂରାଜୀ). American Psychiatric Pub. p. 836. ISBN 978-1-58562-257-3. Archived from the original on 2021-08-29. Retrieved 2021-01-13.