ବ୍ୟକ୍ତିତ୍ୱ ବିକାର
Personality disorders | |
---|---|
ବିଭାଗ | Psychiatry |
ଲକ୍ଷଣ | Maladaptive behavior, thinking, and feeling[୧] |
ଆକ୍ରାନ୍ତ ସମୟ | Late childhood, early aduldhood[୧] |
ଅବଧି | Long term[୧] |
କାରଣ | Unclear[୨] |
ବିପଦ କାରକ | Genetics, cultural factors[୨] |
ଚିକିତ୍ସା | Counselling[୨] |
Prognosis | Often poor[୨] |
ପୁନଃପୌନିକ | 6–15%[୧] |
ବ୍ୟକ୍ତିତ୍ୱ ବିକାର (Personality disorders/ PD ) ମାନସିକ ରୋଗ ଗୋଷ୍ଠୀ ରୋଗ ଯେଉଁଥିରେ ଅସଙ୍ଗତ ଆଚରଣ, ଚିନ୍ତାଧାରା ଏବଂ ଅନୁଭବ ଦେଖାଯାଏ ।[୧] ଏହା ଅନେକ ପ୍ରସଙ୍ଗରେ ଘଟିଥାଏ ଏବଂ ବ୍ୟକ୍ତିର ସଂସ୍କୃତିଦ୍ୱାରା ଗ୍ରହଣୀୟ ନୁହେଁ | [୧] ଲକ୍ଷଣଗୁଡିକ ଏଭଳି ସ୍ତରରେ ଥାଏ ଯେଉଁଥିରେ କାର୍ଯ୍ୟ କ୍ଷମତା କମିଯାଏ ହୋଇଯାଏ କିମ୍ବା ଉଲ୍ଲେଖନୀୟ ଚାପ ସୃଷ୍ଟି ହୁଏ | [୨] ସାଧାରଣତଃ ପିଲାଦିନର ଉତ୍ତର ଭାଗରେ କିମ୍ବା ବୟସ୍କ ଅବସ୍ଥାରେ ଏହି ରୋଗ ହୁଏ | [୧]
ଏହାର ମୂଳ କାରଣ ଅସ୍ପଷ୍ଟ ରହିଛି। [୨] ଜେନେଟିକ ଏବଂ ସାଂସ୍କୃତିକ କାରଣଗୁଡ଼ିକ ଜଡ଼ିତ ହୋଇପାରେ | [୨] ବ୍ୟକ୍ତିତ୍ୱ ବିକାର ତିନୋଟି ଭାଗରେ ବିଭକ୍ତ ହୋଇଥାଏ ଯଥା: - କ (A ) (ଆତ୍ମକୈନ୍ଦ୍ରିକ), ଖ (ବି) (ନାଟକୀୟ), ଏବଂ ଗ (C) (ଉଦ୍ବେଗ)ରେ ବିଭକ୍ତ | [୨] କ ଭାଗରେ ପାରାନଏଡ, ସିଜଏଡ ଓ ସିଜୋଟାଇପାଲ; ଭାଗ ଖରେ କ୍ଲଷ୍ଟର ବିରେ ଅସାମାଜିକ, ହିଷ୍ଟ୍ରିଓନିକ, ନାର୍ସିସିଷ୍ଟିକ ଏବଂ ସୀମାରେଖା; ଏବଂ ଭାଗ ଗରେ ଦୂରେଇ ରହିବା, ନିର୍ଭରଶୀଳ ଏବଂ ଅବସେସିଭ-କମ୍ପଲସିଭ ବେମାରୀ ଇତ୍ୟଦି ଦେଖାଯାଏ ।[୨] ବ୍ୟକ୍ତି ବିଷୟରେ ଭଲ ରୂପେ ଜାଣିଥିବା ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ | [୨]
ଚିକିତ୍ସାରେ ଜଣେ ବ୍ୟକ୍ତିଙ୍କୁ ନୂତନ ଆଚରଣ ବିକାଶ ପାଇଁ ଶିକ୍ଷା ଦିଆଯାଏ | [୨] ଏଥିରେ ସାମାଜିକ ଦକ୍ଷତା ତାଲିମ, ଗୋଷ୍ଠୀ ଚିକିତ୍ସା, ଜ୍ଞାନଗତ ଆଚରଣ ବିଧି, କିମ୍ବା ସାଇକୋଡାଇନାମିକ ଚିକିତ୍ସା କରାଯାଏ । [୨] ନିର୍ଦ୍ଦିଷ୍ଟ ଔଷଧ ଅନୁମୋଦିତ ହୋଇନଥିବା ବେଳେ ବେଳେବେଳେ ଆଣ୍ଟିସାଇକୋଟିକ, ଲିଥିୟମ୍, କିମ୍ବା ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ବ୍ୟବହାର କରାଯାଇପାରେ | [୨] ଚିକିତ୍ସା କଷ୍ଟସାଧ୍ୟ ହୋଇପାରେ କାରଣ ଅଧିକାଂଶ ରୋଗୀ ନିଜର କୌଣସି ସମସ୍ୟା ଥିବା ଭାବନ୍ତି ନାହିଁ | [୨] ସମୟ ସହିତ ରୋଗର ଉନ୍ନତି ଏବଂ ଅବନତି ହୁଏ ଯଦିଓ କେତେକ କ୍ଷେତ୍ରରେ ବୟସ ବୃଦ୍ଧି ସହିତ କମ୍ ପ୍ରଭାବିତ ହୁଅନ୍ତି | [୨]
ଅତି କମ୍ରେ ଜନସଂଖ୍ୟାର ପ୍ରାୟ ୬ରୁ ୧୫% ମଧ୍ୟରେ ଗୋଟିଏ ବ୍ୟକ୍ତିତ୍ୱ ବିକାର ହୁଏ | [୧] [୨] କ ଭାଗ ପ୍ରାୟ ୩ରୁ ୬%, ଖ ଭାଗ ପ୍ରାୟ ୧.୫% ଏବଂ ଗ ଭାଗ ପ୍ରାୟ ୩ରୁ ୯%କୁ ପ୍ରଭାବିତ କରିଥାଏ | [୧] [୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨] ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଚାରି Humors କାରଣରୁ ହେଉଥିବା ହିପୋକ୍ରେଟସ ପ୍ରସ୍ତାବ ଦେଇଥିଲେ | [୨] ୧୯୫୨ ମସିହାରେ ଡିସିଏମ-୧ ୭ ବ୍ୟକ୍ତିତ୍ୱର ବିଭ୍ରାଟ ତାଲିକାଭୁକ୍ତ କରିଥିଲା ଯାହା ଡିସିଏମ-୪ରେ ୧୧ ଏବଂ ଡିସିଏମ-୫ରେ ୧୦କୁ ବୃଦ୍ଧି ପାଇଥିଲା | [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ American Psychiatric Association (2013). Diagnostic and Statistical Manual of Mental Disorders (Fifth ed.). Arlington, VA: American Psychiatric Publishing. pp. 646–49. ISBN 978-0-89042-555-8.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Fariba, K; Gupta, V; Kass, E (January 2020). "Personality Disorder". PMID 32310518.
{{cite journal}}
: Cite journal requires|journal=
(help)