ସାଲବୁଟାମୋଲ
Clinical data | |
---|---|
Trade names | Ventolin, Proventil, others |
AHFS/Drugs.com | monograph |
data | |
Pregnancy category | |
Routes of administration | Oral, inhalational, IV |
ATC code | |
Legal status | |
Legal status | |
Pharmacokinetic data | |
Metabolism | Liver |
Onset of action | <15 min (inhaled), <30 min (pill)[୨] |
Elimination half-life | 3.8 - 6 hours |
Duration of action | 2 to 6 hrs[୨] |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.038.552 |
Chemical and physical data | |
Formula | C13H21NO3 |
Molar mass | 239.311 g/mol |
3D model (JSmol) | |
Chirality | 1 : 1 mixture (racemate) |
| |
| |
(verify) |
ସାଲବୁଟାମୋଲ ବା ଆଲବୁଟେରୋଲ, ବ୍ୟବସାୟୀକ ନାମ ଭେଣ୍ଟୋଲିନ ଏକ ଔଷଧ ଯାହା ମଧ୍ୟମ ଓ ବଡ଼ ଶ୍ୱାସ ନଳୀକୁ ଖୋଲିବା କାମ କରେ ।[୨] ଆଜ୍ମା, ବ୍ୟାୟାମ ଜନିତ ଶ୍ୱସନୀଗ୍ରହ (bronchospasm) ଓ ସିଓପିଡି ଇତ୍ୟାଦି ରୋଗମାନଙ୍କ ନିମନ୍ତେ ଏହା ଦିଆଯାଏ ।[୨] ଏହା ରକ୍ତରେ ଅଧିକ ପଟାସିଅମ ସ୍ତର ଥିଲେ ମଧ୍ୟ ଦିଆଯାଏ ।[୩] ଏହା ସାଧାରଣତଃ ଇନହେଲର (ଅନ୍ତଃଶ୍ୱସକ) ବା ନେବୁଲାଇଜର (କଣିତ୍ର) ଆକାରରେ, ବଟିକା ଓ ଶିରାଭ୍ୟନ୍ତର ଇଞ୍ଜେକସନ ଦ୍ରବଣ ଆକାରରେ ମଧ୍ୟ ମିଳେ ।[୨][୪] ଇନହେଲର ଆକାରରେ ନେଲେ ୧୫ ମିନିଟ ମଧ୍ୟରେ ଏହାର କାମ ଆରମ୍ଭ ହୋଇଯାଏ ଓ ୨ରୁ ୬ ଘଣ୍ଟା ପର୍ଯ୍ୟନ୍ତ ରହେ ।[୨]
ସାଲବୁଟାମୋଲର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସାଧାରଣତଃ ଅସ୍ଥିରତା, ମୁଣ୍ଡବଥା, ଦୃତ ହୃତ୍ପିଣ୍ଡ ଗତି, ଶିରଭ୍ରମ ଓ ଉତ୍କଣ୍ଠା ଅନୁଭବ ଦେଖାଯାଏ ।ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶ୍ୱସନୀଗ୍ରହ (bronchospasm), ଅନିୟମିତ ହୃତ୍ସ୍ପନ୍ଦନ ଓ ସ୍ୱଳ୍ପ ରକ୍ତ ପଟାସିଅମ ହେବା ଲକ୍ଷ କରାଯାଏ ।[୨] ଏହା ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ବ୍ୟବହାର କଲେ ମଧ୍ୟ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ ।[୨][୫] ସାଲବୁଟାମୋଲ ଏକ ସ୍ୱଳ୍ପ କାର୍ଯ୍ୟକାରୀ β୨-ଆଡ୍ରେନର୍ଜିକ ରିସେପ୍ଟର ଆଗୋନିସ୍ଟ ଯାହା ଅନୈଛିକ ପେଶୀ ଶିଥିଳକ ଭାବରେ କାମ କରେ । [୨]
ସାଲବୁଟାମୋଲ ପ୍ରଥମେ ଇଂଲଣ୍ଡରେ ସନ ୧୯୬୭ରେ ତିଆରି ହୋଇଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୧୯୮୨ରେ ଡାକ୍ତରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ମିଳିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୨] ଦୁଇ ଶହ ଡୋଜ୍ ଥିବା ଇନହେଲରର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୧.୧୨ରୁ ୨.୬୪ ଆମେରିକୀୟ ଡଲାର ଥିଲା ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ନିମନ୍ତେ ମୁଲ୍ୟ ୨୫ରୁ ୫୦ ଡଲାର ।[୯]
ଆଧାର
[ସମ୍ପାଦନା]- ↑ Health Canada
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Albuterol". The American Society of Health-System Pharmacists. Retrieved Dec 2, 2015.
- ↑ Mahoney, BA; Smith, WA; Lo, DS; Tsoi, K; Tonelli, M; Clase, CM (18 April 2005). "Emergency interventions for hyperkalaemia". The Cochrane database of systematic reviews (2): CD003235. doi:10.1002/14651858.CD003235.pub2. PMID 15846652.
- ↑ Starkey, ES; Mulla, H; Sammons, HM; Pandya, HC (September 2014). "Intravenous salbutamol for childhood asthma: evidence-based medicine?". Archives of Disease in Childhood. 99 (9): 873–7. doi:10.1136/archdischild-2013-304467. PMID 24938536.
- ↑ Yaffe, Sumner J. (2011). Drugs in pregnancy and lactation : a reference guide to fetal and neonatal risk (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 32. ISBN 9781608317080.
- ↑ Landau, Ralph (1999). Pharmaceutical innovation : revolutionizing human health. Philadelphia: Chemical Heritage Press. p. 226. ISBN 9780941901215.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Salbutamol". International Drug Price Indicator Guide. Archived from the original on 7 March 2016. Retrieved 5 December 2015.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 448. ISBN 9781284057560.