ସାର୍ବଜନିକ ଭବିଷ୍ୟନିଧି ଯୋଜନା

ଉଇକିପିଡ଼ିଆ‌ରୁ

ସାର୍ବଜନିକ ଭବିଷ୍ୟନିଧି ଯୋଜନା କିମ୍ବା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପି.ପି.ଏଫ.) ହେଉଛି ଭାରତୀୟ ନାଗରିକମାନଙ୍କର ପାଇଁ ଏକ ସଞ୍ଚୟ ତଥା ଆୟକର ବଞ୍ଚାଇବାର ଯୋଜନା ।[୧] ୧୯୬୮ ମସିହାରେ ଏହାକୁ ପ୍ରଚଳନ କରାଯାଇଥିଲା । ଭଲ ସୁଧ ହାର, ଆୟକର କାଟରୁ ରିହାତି ମିଳିବା ସହ ଜନତା ମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ଜାଗୃତ କରିବା ଏହି ଯୋଜନା ମୂଳ ଲକ୍ଷ ।[୨] ଏହି ଯୋଜନାଟି ଭାରତ ସରକାରଙ୍କର ତତ୍ତ୍ୱାବଧନରେ ହେଉଥିବାରୁ ଏଥିରେ ଜମା ଟଙ୍କା ବୁଡ଼ିଯିବାର ଆଶଙ୍କା ବହୁତ କମ ବା ନାହିଁ କହିଲେ ଚଳେ ।

ଖାତା ଖୋଲିବାର ଯୋଗ୍ୟତା[ସମ୍ପାଦନା]

ସମସ୍ତ ଭାରତୀୟ ନାଗରିକ ଏହି ଯୋଜନାରେ ନିଜର ଖାତା ଖୋଲିପାରିବେ ।

ପ୍ରବାସୀ ଭାରତୀୟ[ସମ୍ପାଦନା]

ଅଗଷ୍ଟ ୨୦୧୮ ସୁଦ୍ଧା, ପ୍ରବାସୀ ଭାରତୀୟମାନଙ୍କୁ ଏହି ଯୋଜନାରେ ଖାତା ଖୋଲିବାର ଅନୁମତି ମିଳେ ନାହିଁ । କିନ୍ତୁ ଯଦି ସେମାନେ ଆଗରୁ ଭାରତରେ ଥିଲାବେଳେ ଖାତା ଖୋଲିଦେଇଛନ୍ତି ତେବେ ୧୫ ବର୍ଷ ପରିପକ୍ୱତା ପର୍ଯ୍ୟନ୍ତ ଖାତାଟି ସଚଳ ରଖି ପାରିବେ ।[୩] ପ୍ରବାସୀମାନଙ୍କୁ ଏହି ଯୋଜନାରେ ଖାତା ଖୋଲିବାକୁ ଏକ ଚିଠା ପ୍ରସ୍ତାବିତ ହୋଇଥିଲେ ମଧ୍ୟ ଏଯାଏଁ ଏହାକୁ ଅନୁମତି ମିଳିନାହିଁ ।[୪]

ନିବେଶ ଏବଂ ଲାଭ[ସମ୍ପାଦନା]

ଅତି କମରେ ଜଣଙ୍କୁ ବର୍ଷକୁ ୫୦୦ ଟଙ୍କା ଜମା ରଖିବାକୁ ପଡିଥାଏ । ଏହା ନାବିହାରୀ ପାରିଲେ ବର୍ଷକୁ ୫୦ ଟଙ୍କା ହିସାବରେ ଜୋରିମାନା ଦେବାକୁ ପଡେ । ଜଣେ ଖାତାଧାରୀ ନିଜ ଖାତାରେ (ଏବଂ ବାକି ଖାତାଗୁଡ଼ିକରେ ଯେଉଁଥିରେ ସେ ଅଭିଭାବକ ଅଟନ୍ତି ମିଶେଇ) ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ଦେଢ଼ ଲକ୍ଷ, ୧,୫୦,୦୦୦ ଟଙ୍କା ରଖିପାରିବେ । ଯଦି ଜଣେ ଏହି ସର୍ବାଧିକ ମୂଲ୍ୟରୁ ଅଧିକ ଅର୍ଥ ଜମା କରନ୍ତି ତେବେ ସେଥିରେ ସୁଧ ମିଳେନାହିଁ । ଏହି ଅର୍ଥ ଆପଣ ଏକ ସାଙ୍ଗରେ (ଲମ୍ପ ସମ) ବା ୧୨ଟି ଚୁକ୍ତିରେ ଜମା କରିପାରିବେ । [୫]

ପ୍ରତି ତ୍ରୟମାସିକ ହିସାବରେ ଭାରତର ଅର୍ଥ ବିଭାଗ ସୁଧର ହାର ନିର୍ଧାରଣ କରିଥାଏ । ୨୦୧୮, ୧ ଅକ୍ଟୋବରରୁ ଏହି ହାର ୮% ଅଛି । ଏକ ମାସର ପଞ୍ଚମ ଦିନ ଏବଂ ଶେଷ ଦିନ ମଧ୍ୟରେ ଥିବା ସର୍ବନିମ୍ନ ମୂଲ୍ୟ ଉପରେ ସେହି ମାସର ସୁଧ ହିସାବ ହୋଇଥାଏ । ତେଣୁ ମାସର ପାଞ୍ଚ ତାରିଖ କିମ୍ବା ତା ପୂର୍ବରୁ ଅର୍ଥ ଜମା କରିବା ଭଲ । ଆର୍ଥିକ ବର୍ଷ ଶେଷରେ, ଅର୍ଥାତ ୩୧ ମାର୍ଚ୍ଚରେ ଏହି ସୁଧ ଏକାଥରେ ବର୍ଷକୁ ଥରେ ଖାତାରେ ଜମା ହୋଇଥାଏ ।[୬]

ସୁଧ ହାର[ସମ୍ପାଦନା]

୨୦୧୪-୧୬[ସମ୍ପାଦନା]

ସମୟ-ସୀମା ସୁଧ ହାର
୨୦୧୪ - ମାର୍ଚ୍ଚ ୨୦୧୬ ୮.୭%

୨୦୧୬-୧୭[ସମ୍ପାଦନା]

ତ୍ରୟମାସ ସୁଧ ହାର
ଏପ୍ରିଲ ୨୦୧୬ - ଜୁନ ୨୦୧୬ [୭] ୮.୯%
ଜୁଲାଇ ୨୦୧୬ - ସେପ୍ଟେମ୍ବର ୨୦୧୬[୮] ୮.୧%
ଅକ୍ଟୋବର ୨୦୧୬ - ଡିସେମ୍ବର ୨୦୧୬[୯] ୮.୦%
ଜାନୁୟାରୀ ୨୦୧୭ - ମାର୍ଚ୍ଚ ୨୦୧୭ ୮.୦%

୨୦୧୭-୧୮[ସମ୍ପାଦନା]

ତ୍ରୟମାସ ସୁଧ ହାର
ଏପ୍ରିଲ ୨୦୧୭ - ଜୁନ ୨୦୧୭[୧୦] ୭.୯%
ଜୁଲାଇ ୨୦୧୭ - ସେପ୍ଟେମ୍ବର ୨୦୧୭[୧୧] ୭.୮%
ଅକ୍ଟୋବର ୨୦୧୭ - ଡିସେମ୍ବର ୨୦୧୭ ୭.୮%
ଜାନୁୟାରୀ ୨୦୧୮ - ମାର୍ଚ୍ଚ ୨୦୧୮ ୭.୬%

୨୦୧୮-୧୯[ସମ୍ପାଦନା]

ତ୍ରୟମାସ ସୁଧ ହାର
ଏପ୍ରିଲ ୨୦୧୮ - ଜୁନ ୨୦୧୮[୧୨] ୭.୬%
ଜୁଲାଇ ୨୦୧୮ - ସେପ୍ଟେମ୍ବର ୨୦୧୮[୧୩] ୭.୬%
ଅକ୍ଟୋବର ୨୦୧୮ - ଡିସେମ୍ବର ୨୦୧୮[୧୪] ୮.୦%

ଯୋଜନଟିର ସମୟସୀମା[ସମ୍ପାଦନା]

ମୂଳତଃ ସମୟସୀମା ୧୫ ବର୍ଷ ରଖାଯାଇଛି । ୧୫ ବର୍ଷ ପରେ ଯଦି ଜଣେ ଚାହିଁବ ତେବେ ଏହାକୁ ପାଞ୍ଚ ପାଞ୍ଚ ବର୍ଷ ହିସାବରେ ଆଗକୁ ଆହୁରି ଅଧିକ ବର୍ଷ ପର୍ଯ୍ୟନ୍ତ ଅର୍ଥ ଜମା ରଖିହେବ ।

ଯୋଜନଟିର ପରିପକ୍ୱତା ପରେ[ସମ୍ପାଦନା]

୧୫ ବର୍ଷ ହୋଇସାରିଲା ପରେ ନିବେଶକାରୀ ମାନଙ୍କ ପାଖରେ ତାଙ୍କର ଜମାରାଶିକୁ ନିମ୍ନ ଲିଖିତ ତିନୋଟି ବିକଳ୍ପ ରହିଥାଏ ।[୧୫]

  1. ସମ୍ପୂର୍ଣ୍ଣ ଅର୍ଥ କାଢ଼ି ଆଣିବା
  2. ଖାତାଟିରେ ଆଗକୁ କୌଣସି ଅର୍ଥ ଜମା ନରଖି ଅଧିକ ବର୍ଷ ପର୍ଯ୍ୟନ୍ତ ଏହାର ସମୟସୀମା ବଢାଇବା । ଯଦି ନିବେଶକାରୀ ଖାତା ପରିପକ୍ୱତାର ୧ ବର୍ଷ ମଧ୍ୟରେ ନିଜ ଜମାରାଶିକୁ ନେଇ କିଛି ପଦକ୍ଷେପ ନେବେ ନାହିଁ ତେବେ ଏହି ବିକଳ୍ପ ଆପେ ଆପେ ଲାଗୁ ହୋଇଯିବ । ଏହି ବିକଳ୍ପ ପରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ କେବଳ ଥରୁଟିଏ ହିଁ ଜମରାଶିରୁ ମନ ମୁତାବକ ଅର୍ଥ କାଢ଼ିପାରିବେ । ବାକି ରାଶି ଉପରେ ସୁଧ ମିଲିଚାଲିଥିବା ।
  3. ଖାତାଟିରେ ଆଗକୁ ଅର୍ଥ ଜମା ରଖି ଅଧିକ ବର୍ଷ ପର୍ଯ୍ୟନ୍ତ ଏହାର ସମୟସୀମା ବଢାଇବା । ଏଥିଲାଗି ଗୋଟିଏ ଫର୍ମ-ଏଚ ୧୬ ବର୍ଷ ପୂର୍ବରୁ ଦେବାକୁ ପଡ଼ିବ । ଏହି ବିକଳ୍ପରେ ବର୍ଦ୍ଧିତ ୫ ବର୍ଷ ପ୍ରାରମ୍ଭରେ ଥିବା ଜମାରାଶିର କେବଳ ୬୦% ଅର୍ଥ ଆପଣ କାଢ଼ିପାରିବେ । ପ୍ରତିବର୍ଷ କେବଳ ଥରୁଟିଏ ଆପଣ ଟଙ୍କା କାଢିପାରିବେ ।

ସୁବିଧା[ସମ୍ପାଦନା]

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ ବା ଡାକଘରକୁ ଯାଇ ଆପଣ ନିଜର ଖାତା ଖୋଲିପାରିବେ ।
  • ଖାତା ନିଜ ନାମରେ ବା ଅଭିଭାବକ ହିସାବରେ କୌଣସି ନାବାଳକ/ନାବାଳିକାର ନାମରେ ମଧ୍ୟ ଖାତା ଖୋଲିପାରିବେ ।
  • ଏହି ଯୋଜନାରେ ଜମାରାଶି ଉପରେ ଆପଣାକୁ ୠଣ ମଧ୍ୟ ମିଳିପାରିବ ।
  • ଖାତା ଖୋଲିବାର ସପ୍ତମ ବର୍ଷ ପରେ ମଧ୍ୟ ଆପଣ ଚାହିଁଲେ କିଛି ଅର୍ଥ ଉଠାଇ ପାରିବେ ।
  • ନୋମିନି ମଧ୍ୟ ସୁବିଧା ଅଛି, ଅର୍ଥାତ ଖାତାଧାରୀଙ୍କର ୧୫ ବର୍ଷ ଆଗରୁ ଦେହାନ୍ତ ହୋଇଗଲେ ମନୋନୀତ ବ୍ୟକ୍ତି ବିଶେଷଙ୍କୁ ଅର୍ଥ ରାଶି ଦିଆହେବ ।

ଆୟକର ରିହାତି[ସମ୍ପାଦନା]

ପ୍ରତି ଆର୍ଥିକ ବର୍ଷରେ ଆୟକର ରିହାତି ନିୟମର ସେକ୍ସନ ୮୦ସିରେ ଆପଣ ଏହି ଯୋଜନାରେ ୧,୫୦,୦୦୦ ଟଙ୍କା ଜମା ରଖିପାରିବେ । ଏଥିରେ ମିଳୁଥିବା ସୁଧରେ ମଧ୍ୟ ଆୟକର ଲାଗେ ନାହିଁ । [୧୬]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "PPF rate to fetch 7.6%: Why it is still a winner".
  2. "PPF Scheme". Retrieved 20 October 2014.
  3. "NRI PPF Rules – Account and Notification 2017-2018". Money chai. Archived from the original on 6 September 2018. Retrieved 6 September 2018.
  4. {{cite news}}: Empty citation (help)
  5. https://economictimes.indiatimes.com/wealth/invest/holding-a-ppf-account-in-your-as-well-as-your-childs-name-know-the-maximum-you-can-deposit/articleshow/65947237.cms
  6. https://economictimes.indiatimes.com/wealth/invest/looking-to-open-a-ppf-account-here-are-7-things-to-consider/articleshow/57406458.cms
  7. {{cite news}}: Empty citation (help)
  8. {{cite news}}: Empty citation (help)
  9. {{cite news}}: Empty citation (help)
  10. {{cite news}}: Empty citation (help)
  11. {{cite news}}: Empty citation (help)
  12. {{cite news}}: Empty citation (help)
  13. {{cite news}}: Empty citation (help)
  14. {{cite news}}: Empty citation (help)
  15. "PPF maturity options". Archived from the original on 2018-07-26. Retrieved 2018-11-04.
  16. https://www.financialexpress.com/money/ppf-10-things-you-need-to-know-before-opening-a-public-provident-fund-account/1162383/