ସାର୍ବଜନିକ ଭବିଷ୍ୟନିଧି ଯୋଜନା
ସାର୍ବଜନିକ ଭବିଷ୍ୟନିଧି ଯୋଜନା କିମ୍ବା ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପି.ପି.ଏଫ.) ହେଉଛି ଭାରତୀୟ ନାଗରିକମାନଙ୍କର ପାଇଁ ଏକ ସଞ୍ଚୟ ତଥା ଆୟକର ବଞ୍ଚାଇବାର ଯୋଜନା ।[୧] ୧୯୬୮ ମସିହାରେ ଏହାକୁ ପ୍ରଚଳନ କରାଯାଇଥିଲା । ଭଲ ସୁଧ ହାର, ଆୟକର କାଟରୁ ରିହାତି ମିଳିବା ସହ ଜନତା ମାନଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ଜାଗୃତ କରିବା ଏହି ଯୋଜନା ମୂଳ ଲକ୍ଷ ।[୨] ଏହି ଯୋଜନାଟି ଭାରତ ସରକାରଙ୍କର ତତ୍ତ୍ୱାବଧନରେ ହେଉଥିବାରୁ ଏଥିରେ ଜମା ଟଙ୍କା ବୁଡ଼ିଯିବାର ଆଶଙ୍କା ବହୁତ କମ ବା ନାହିଁ କହିଲେ ଚଳେ ।
ଖାତା ଖୋଲିବାର ଯୋଗ୍ୟତା
ସମସ୍ତ ଭାରତୀୟ ନାଗରିକ ଏହି ଯୋଜନାରେ ନିଜର ଖାତା ଖୋଲିପାରିବେ ।
ପ୍ରବାସୀ ଭାରତୀୟ
ଅଗଷ୍ଟ ୨୦୧୮ ସୁଦ୍ଧା, ପ୍ରବାସୀ ଭାରତୀୟମାନଙ୍କୁ ଏହି ଯୋଜନାରେ ଖାତା ଖୋଲିବାର ଅନୁମତି ମିଳେ ନାହିଁ । କିନ୍ତୁ ଯଦି ସେମାନେ ଆଗରୁ ଭାରତରେ ଥିଲାବେଳେ ଖାତା ଖୋଲିଦେଇଛନ୍ତି ତେବେ ୧୫ ବର୍ଷ ପରିପକ୍ୱତା ପର୍ଯ୍ୟନ୍ତ ଖାତାଟି ସଚଳ ରଖି ପାରିବେ ।[୩] ପ୍ରବାସୀମାନଙ୍କୁ ଏହି ଯୋଜନାରେ ଖାତା ଖୋଲିବାକୁ ଏକ ଚିଠା ପ୍ରସ୍ତାବିତ ହୋଇଥିଲେ ମଧ୍ୟ ଏଯାଏଁ ଏହାକୁ ଅନୁମତି ମିଳିନାହିଁ ।[୪]
ନିବେଶ ଏବଂ ଲାଭ
ଅତି କମରେ ଜଣଙ୍କୁ ବର୍ଷକୁ ୫୦୦ ଟଙ୍କା ଜମା ରଖିବାକୁ ପଡିଥାଏ । ଏହା ନାବିହାରୀ ପାରିଲେ ବର୍ଷକୁ ୫୦ ଟଙ୍କା ହିସାବରେ ଜୋରିମାନା ଦେବାକୁ ପଡେ । ଜଣେ ଖାତାଧାରୀ ନିଜ ଖାତାରେ (ଏବଂ ବାକି ଖାତାଗୁଡ଼ିକରେ ଯେଉଁଥିରେ ସେ ଅଭିଭାବକ ଅଟନ୍ତି ମିଶେଇ) ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ଦେଢ଼ ଲକ୍ଷ, ୧,୫୦,୦୦୦ ଟଙ୍କା ରଖିପାରିବେ । ଯଦି ଜଣେ ଏହି ସର୍ବାଧିକ ମୂଲ୍ୟରୁ ଅଧିକ ଅର୍ଥ ଜମା କରନ୍ତି ତେବେ ସେଥିରେ ସୁଧ ମିଳେନାହିଁ । ଏହି ଅର୍ଥ ଆପଣ ଏକ ସାଙ୍ଗରେ (ଲମ୍ପ ସମ) ବା ୧୨ଟି ଚୁକ୍ତିରେ ଜମା କରିପାରିବେ । [୫]
ପ୍ରତି ତ୍ରୟମାସିକ ହିସାବରେ ଭାରତର ଅର୍ଥ ବିଭାଗ ସୁଧର ହାର ନିର୍ଧାରଣ କରିଥାଏ । ୨୦୧୮, ୧ ଅକ୍ଟୋବରରୁ ଏହି ହାର ୮% ଅଛି । ଏକ ମାସର ପଞ୍ଚମ ଦିନ ଏବଂ ଶେଷ ଦିନ ମଧ୍ୟରେ ଥିବା ସର୍ବନିମ୍ନ ମୂଲ୍ୟ ଉପରେ ସେହି ମାସର ସୁଧ ହିସାବ ହୋଇଥାଏ । ତେଣୁ ମାସର ପାଞ୍ଚ ତାରିଖ କିମ୍ବା ତା ପୂର୍ବରୁ ଅର୍ଥ ଜମା କରିବା ଭଲ । ଆର୍ଥିକ ବର୍ଷ ଶେଷରେ, ଅର୍ଥାତ ୩୧ ମାର୍ଚ୍ଚରେ ଏହି ସୁଧ ଏକାଥରେ ବର୍ଷକୁ ଥରେ ଖାତାରେ ଜମା ହୋଇଥାଏ ।[୬]
ସୁଧ ହାର
୨୦୧୪-୧୬
ସମୟ-ସୀମା | ସୁଧ ହାର |
---|---|
୨୦୧୪ - ମାର୍ଚ୍ଚ ୨୦୧୬ | ୮.୭% |
୨୦୧୬-୧୭
ତ୍ରୟମାସ | ସୁଧ ହାର |
---|---|
ଏପ୍ରିଲ ୨୦୧୬ - ଜୁନ ୨୦୧୬ [୭] | ୮.୯% |
ଜୁଲାଇ ୨୦୧୬ - ସେପ୍ଟେମ୍ବର ୨୦୧୬[୮] | ୮.୧% |
ଅକ୍ଟୋବର ୨୦୧୬ - ଡିସେମ୍ବର ୨୦୧୬[୯] | ୮.୦% |
ଜାନୁୟାରୀ ୨୦୧୭ - ମାର୍ଚ୍ଚ ୨୦୧୭ | ୮.୦% |
୨୦୧୭-୧୮
ତ୍ରୟମାସ | ସୁଧ ହାର |
---|---|
ଏପ୍ରିଲ ୨୦୧୭ - ଜୁନ ୨୦୧୭[୧୦] | ୭.୯% |
ଜୁଲାଇ ୨୦୧୭ - ସେପ୍ଟେମ୍ବର ୨୦୧୭[୧୧] | ୭.୮% |
ଅକ୍ଟୋବର ୨୦୧୭ - ଡିସେମ୍ବର ୨୦୧୭ | ୭.୮% |
ଜାନୁୟାରୀ ୨୦୧୮ - ମାର୍ଚ୍ଚ ୨୦୧୮ | ୭.୬% |
୨୦୧୮-୧୯
ତ୍ରୟମାସ | ସୁଧ ହାର |
---|---|
ଏପ୍ରିଲ ୨୦୧୮ - ଜୁନ ୨୦୧୮[୧୨] | ୭.୬% |
ଜୁଲାଇ ୨୦୧୮ - ସେପ୍ଟେମ୍ବର ୨୦୧୮[୧୩] | ୭.୬% |
ଅକ୍ଟୋବର ୨୦୧୮ - ଡିସେମ୍ବର ୨୦୧୮[୧୪] | ୮.୦% |
ଯୋଜନଟିର ସମୟସୀମା
ମୂଳତଃ ସମୟସୀମା ୧୫ ବର୍ଷ ରଖାଯାଇଛି । ୧୫ ବର୍ଷ ପରେ ଯଦି ଜଣେ ଚାହିଁବ ତେବେ ଏହାକୁ ପାଞ୍ଚ ପାଞ୍ଚ ବର୍ଷ ହିସାବରେ ଆଗକୁ ଆହୁରି ଅଧିକ ବର୍ଷ ପର୍ଯ୍ୟନ୍ତ ଅର୍ଥ ଜମା ରଖିହେବ ।
ଯୋଜନଟିର ପରିପକ୍ୱତା ପରେ
୧୫ ବର୍ଷ ହୋଇସାରିଲା ପରେ ନିବେଶକାରୀ ମାନଙ୍କ ପାଖରେ ତାଙ୍କର ଜମାରାଶିକୁ ନିମ୍ନ ଲିଖିତ ତିନୋଟି ବିକଳ୍ପ ରହିଥାଏ ।[୧୫]
- ସମ୍ପୂର୍ଣ୍ଣ ଅର୍ଥ କାଢ଼ି ଆଣିବା
- ଖାତାଟିରେ ଆଗକୁ କୌଣସି ଅର୍ଥ ଜମା ନରଖି ଅଧିକ ବର୍ଷ ପର୍ଯ୍ୟନ୍ତ ଏହାର ସମୟସୀମା ବଢାଇବା । ଯଦି ନିବେଶକାରୀ ଖାତା ପରିପକ୍ୱତାର ୧ ବର୍ଷ ମଧ୍ୟରେ ନିଜ ଜମାରାଶିକୁ ନେଇ କିଛି ପଦକ୍ଷେପ ନେବେ ନାହିଁ ତେବେ ଏହି ବିକଳ୍ପ ଆପେ ଆପେ ଲାଗୁ ହୋଇଯିବ । ଏହି ବିକଳ୍ପ ପରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ କେବଳ ଥରୁଟିଏ ହିଁ ଜମରାଶିରୁ ମନ ମୁତାବକ ଅର୍ଥ କାଢ଼ିପାରିବେ । ବାକି ରାଶି ଉପରେ ସୁଧ ମିଲିଚାଲିଥିବା ।
- ଖାତାଟିରେ ଆଗକୁ ଅର୍ଥ ଜମା ରଖି ଅଧିକ ବର୍ଷ ପର୍ଯ୍ୟନ୍ତ ଏହାର ସମୟସୀମା ବଢାଇବା । ଏଥିଲାଗି ଗୋଟିଏ ଫର୍ମ-ଏଚ ୧୬ ବର୍ଷ ପୂର୍ବରୁ ଦେବାକୁ ପଡ଼ିବ । ଏହି ବିକଳ୍ପରେ ବର୍ଦ୍ଧିତ ୫ ବର୍ଷ ପ୍ରାରମ୍ଭରେ ଥିବା ଜମାରାଶିର କେବଳ ୬୦% ଅର୍ଥ ଆପଣ କାଢ଼ିପାରିବେ । ପ୍ରତିବର୍ଷ କେବଳ ଥରୁଟିଏ ଆପଣ ଟଙ୍କା କାଢିପାରିବେ ।
ସୁବିଧା
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ ବା ଡାକଘରକୁ ଯାଇ ଆପଣ ନିଜର ଖାତା ଖୋଲିପାରିବେ ।
- ଖାତା ନିଜ ନାମରେ ବା ଅଭିଭାବକ ହିସାବରେ କୌଣସି ନାବାଳକ/ନାବାଳିକାର ନାମରେ ମଧ୍ୟ ଖାତା ଖୋଲିପାରିବେ ।
- ଏହି ଯୋଜନାରେ ଜମାରାଶି ଉପରେ ଆପଣାକୁ ୠଣ ମଧ୍ୟ ମିଳିପାରିବ ।
- ଖାତା ଖୋଲିବାର ସପ୍ତମ ବର୍ଷ ପରେ ମଧ୍ୟ ଆପଣ ଚାହିଁଲେ କିଛି ଅର୍ଥ ଉଠାଇ ପାରିବେ ।
- ନୋମିନି ମଧ୍ୟ ସୁବିଧା ଅଛି, ଅର୍ଥାତ ଖାତାଧାରୀଙ୍କର ୧୫ ବର୍ଷ ଆଗରୁ ଦେହାନ୍ତ ହୋଇଗଲେ ମନୋନୀତ ବ୍ୟକ୍ତି ବିଶେଷଙ୍କୁ ଅର୍ଥ ରାଶି ଦିଆହେବ ।
ଆୟକର ରିହାତି
ପ୍ରତି ଆର୍ଥିକ ବର୍ଷରେ ଆୟକର ରିହାତି ନିୟମର ସେକ୍ସନ ୮୦ସିରେ ଆପଣ ଏହି ଯୋଜନାରେ ୧,୫୦,୦୦୦ ଟଙ୍କା ଜମା ରଖିପାରିବେ । ଏଥିରେ ମିଳୁଥିବା ସୁଧରେ ମଧ୍ୟ ଆୟକର ଲାଗେ ନାହିଁ । [୧୬]
ଆହୁରି ଦେଖନ୍ତୁ
ଆଧାର
- ↑ "PPF rate to fetch 7.6%: Why it is still a winner".
- ↑ "PPF Scheme". Retrieved 20 October 2014.
- ↑ "NRI PPF Rules – Account and Notification 2017-2018". Money chai. Archived from the original on 6 September 2018. Retrieved 6 September 2018.
- ↑
{{cite news}}
: Empty citation (help) - ↑ https://economictimes.indiatimes.com/wealth/invest/holding-a-ppf-account-in-your-as-well-as-your-childs-name-know-the-maximum-you-can-deposit/articleshow/65947237.cms
- ↑ https://economictimes.indiatimes.com/wealth/invest/looking-to-open-a-ppf-account-here-are-7-things-to-consider/articleshow/57406458.cms
- ↑
{{cite news}}
: Empty citation (help) - ↑
{{cite news}}
: Empty citation (help) - ↑
{{cite news}}
: Empty citation (help) - ↑
{{cite news}}
: Empty citation (help) - ↑
{{cite news}}
: Empty citation (help) - ↑
{{cite news}}
: Empty citation (help) - ↑
{{cite news}}
: Empty citation (help) - ↑
{{cite news}}
: Empty citation (help) - ↑ "PPF maturity options". Archived from the original on 2018-07-26. Retrieved 2018-11-04.
- ↑ https://www.financialexpress.com/money/ppf-10-things-you-need-to-know-before-opening-a-public-provident-fund-account/1162383/