Jump to content

ସାଇନା ନେହୱାଲ

ଉଇକିପିଡ଼ିଆ‌ରୁ
(ସାଇନା ନେହେୱ୍ଆଲରୁ ଲେଉଟି ଆସିଛି)
ସାଇନା ନେହୱାଲ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1990-03-17) ୧୭ ମାର୍ଚ୍ଚ ୧୯୯୦ (ବୟସ ୩୪)[]
ହିସର, ହରିଆଣା
ବାସସ୍ଥାନହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ
ଉଚ୍ଚତା1.65 m (5 ft 5 in)
ଓଜନ60 kg (130 lb)
ଦେଶ ଭାରତ
କେଉଁ ହାତ ବ୍ୟବହାର କରନ୍ତିRight
Women's singles
ସର୍ବୋଚ୍ଚ ରାଙ୍କ2[] (December 2, 2010)
ବର୍ତ୍ତମାନ ରାଙ୍କ4[] (15 March 2012)
Title(s)2009 Indonesia Super Series, 2010 Singapore Super Series, 2010 Indonesia Super Series, 2010 Hong Kong Super Series, Chinese Taipei Open, 2010 India Open Grand Prix Gold, Swiss Open (badminton) 2011, Swiss Open 2012, 2012 Indonesia Super Series Premier, 2012 Summer Olympics

ସାଇନା ନେହୱାଲ (ଜନ୍ମ-୧୭ ମାର୍ଚ୍ଚ ୧୯୯୦) ଜଣେ ଭାରତୀୟ ମହିଳା ବ୍ୟାଡ଼ମିଟନ ଖେଳାଳୀ। ତାଙ୍କ ପିତାଙ୍କ ନାମ ଡ.ହରବୀର ସିଂହ ନେହୱାଲ ଓ ମାତାଙ୍କ ନାମ ଊଷା ନେହୱାଲ । ଉଭୟ ହରିଆଣାର ପୂର୍ବତନ ରାଜ୍ୟ ବ୍ୟାଡ଼ମିଟନ ଚାମ୍ପିଆନ ଥିଲେ। ସାଇନା ବ୍ୟାଡ଼ମିଟନକୁ ଆସିବାର ପ୍ରେରଣା ପିତାମାତାଙ୍କଠାରୁ ପାଇଥିଲେ। ୨୦୦୨ମସିହାରେ ସ୍ପୋର୍ଟସ ବ୍ରାଣ୍ଡ ୟୋନିକ୍ସ ପ୍ରାୟୟୋକ ହେବାପରେ ୨୦୦୪ ମସିହାରେ ବିପିସିଏଲ ସାଇନାଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ପରେ ଅଲିମ୍ପିକ ଗୋଲ୍ଡ କ୍ୱେଷ୍ଟ ସହାୟତାରେ ସାଇନା ନିଜ ବ୍ୟାଡ଼ମିଟନ କ୍ୟ୍ୟାରିଅର ଆଗକୁ ବଢେଇଥିଲେ।[]ପ୍ରଥମେ ଖେଳାଳୀ ଭାବେ ଏସିଆନ ସାଟେଲାଇଟ ବ୍ୟାଡ଼ମିଟନ ଟୁର୍ଣ୍ଣାମେଣ୍ଟକୁ ଦୁଇଥର ଜିତି ସାଇନା ଲୋକଲୋଚନକୁ ଆସିଥିଲେ।ଘରୋଇ ସ୍ତରରେ ଷ୍ଟାରର ମାନ୍ୟତା ପାଇସାରିଥିବା ସାଇନା ଏହିଠାରୁ ଆନ୍ତର୍ଜାତିକ ସଫଳତା ପାଇଥିଲେ। ୨୦୦୬ରେ ଏକ ଫୋର ଷ୍ଟାର ଟୁର୍ଣ୍ଣାମେଣ୍ଟ ଜିତି ସେ ଚୀନଇଣ୍ଡୋନେସିଆ ଖେଳାଳୀଙ୍କ ପାଇଁ ବିପଦ ଭାବେ ଉଭା ହେଇଥିଲେ।[]୨୦୧୨ଲଣ୍ଡନ ଅଲିମ୍ପିକରେ ସାଇନା ନେହୱାଲ ପ୍ରଥମ ଭାରତୀୟ ମହିଳା ଭାବେ ବ୍ୟାଡ଼ମିଟନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ପ୍ରାଥମିକ ଜୀବନ

[ସମ୍ପାଦନା]

ସାଇନା ହରିଆଣାର ହିସାର ଜିଲ୍ଲାର ଧିନ୍ଦାର ଗାଁରେ ଏକ ଜେଠ ପରିବାରରେ ଜନ୍ମ।[]ପିଲାବେଳେ ତାଙ୍କର ବ୍ୟାଡ଼ମିଟନ ପ୍ରତି ଆଗ୍ରହ ନଥିଲା। ବ୍ୟାଡ଼ମିଟନ ଖେଳରେ ଆଧିପତ୍ୟ ବିସ୍ତାର କରୁଥିବା ସାଇନା ତାଙ୍କ ଖେଳ ଜୀବନ କରାଟେରୁ ଆରମ୍ଭ କରିଥିଲେ। କିଛିଟା ସଫଳତା ସହ କରାଟେ ଭଳି ବିପଦଜ୍ଜନକ ଖେଳରେ ଏହି ହାଇଦ୍ରାବାଦୀ ତରୁଣୀ ବ୍ରାଉନ ବେଲ୍ଟ ହାସଲ କରିଥିଲେ।[]ତେବେ କୋଚଙ୍କ ଦୁଃସାହସିକ ନିର୍ଦ୍ଦେଶ ପାଇଁ ଶିଶୁ ସାଇନା କରାଟେ ଛାଡିବାର ନିଷ୍ପତ୍ତି କରିନେଇଥିଲେ। କୋଚ ପେଟ ଉପରେ ମୋଟରସାଇକଲ ଚଢାଇବାକୁ କହିବାପରେ ୮ ବର୍ଷୀୟା ସାଇନା କରାଟେ ଛାଡି ବ୍ୟାଡ଼ମିଟନକୁ ଓହ୍ଲାଇଥିଲେ। ସାଇନାଙ୍କ ପିଲାବେଳ ଚୌଧୁରୀ ଚରଣ ସିଂହ ହରିଆଣ କୃଷି ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସରେ କଟିଥିଲା[]। ପିତା ଡ.ହରବୀର ସିଂହ ନେହୱାଲ ଏହି ବିଶ୍ୱବିଦ୍ୟାଳୟରେ ଚାକିରି କରିଥିଲେ। ହରବୀର ପରେ ହାଇଦ୍ରାବାଦ ଚାଲିଯିବ ସହ ସେଠାରେ ସ୍ଥାୟୀଭାବେ ରହିଥିଲେ।

ସଫଳତା

[ସମ୍ପାଦନା]

ଫିଲିପାଇନ୍ସ ଓପନରେ ୮୬ ତମ ସିଡ୍ ଭାବେ ଖେଳ ଆରମ୍ଭ କରି ବହୁ ସିଡେଡ୍ ଖେଳାଳୀଙ୍କୁ ହରାଇ ସାଇନା ଚାମ୍ପିଆନ ହେବା ଆନ୍ତର୍ଜାତୀୟ ସ୍ତରରେ ତାଙ୍କୁ ପ୍ରତିଷ୍ଠିତ କରାଇଥିଲା। ପରେ ପରେ ସେ ବହୁ ଆନ୍ତର୍ଜାତୀୟ ସଫଳାତା ପାଇ ଭାରତକୁ ବିଶ୍ୱ ବ୍ୟାଡ଼ମିଟନର ଶକ୍ତିଭାବେ ସ୍ଥାପିତ କରିଥିଲେ। ୨୦୦୩ରୁ ୨୦୧୨ ମସିହା ମଧ୍ୟରେ ସାଇନା ଆନ୍ତର୍ଜତୀୟ ସ୍ତରରେ ୧୮ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି। ୨୦୧୧ ଏହି ସଫଳ ତାରକା ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଚୀନର ୱ୍ଆଙ୍ଗ ସିଜିଆନଙ୍କୁ ହରାଇ ସୁଇସ୍ ଓପନ ଟାଇଟଲ ବଜାଇ ରଖିଥିଲେ। ୨୦୧୨ ଜୁଲାଇ ମାସରେ ଥାଇଲାଣ୍ଡ ଓପନ ଗ୍ରାଣ୍ଡପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି।[]ସେ ମଧ୍ୟ ଇଣ୍ଡୋନେସିଆ ସୁପର ସିରିଜରେ ତୃତୀୟ ଥର ଚାମ୍ପିଆନ ହେବାର ରେକର୍ଡ କରିଛନ୍ତି।[୧୦]ପ୍ରଥମ ଭାରତୀୟ ଭାବେ ସେ ଚାରିବର୍ଷ ତଳେ ବେଜିଂ ଅଲିମ୍ପିକର କ୍ୱାଟର ଫାଇନାଲକୁ ଯାଇଥିଲେ ମଧ୍ୟ ସେମିଫାଇନାଲ ଖେଳି ପରିନଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ କ୍ରିଡ଼ାରେ ଏହି ବିଫଳତାକୁ ପଛରେ ପକାଇ ସେ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବକୁ ଦ୍ୱିଗୁଣିତ କରିଛନ୍ତି।

ଆନ୍ତର୍ଜାତୀୟ ବ୍ୟାଡ଼ମିଟନରେ କେତେକାଂଶରେ ଚୀନ ଓ ଇଣ୍ଡୋନେସିଆ ପ୍ରତିଯୋଗୀଙ୍କୁ ପ୍ରତିହତ କରିଥିବା ପ୍ରଥମ ଭାରତୀୟ ଭାବେ ସାଇନା ବେଜିଂ ଅଲିମ୍ପିକ କ୍ରିଡ଼ାର କ୍ୱାର୍ଟର ଫାଇନାଲ ପ୍ରବେଶ କରିଥିଲେ। ତେବେ ପଦକ ପାଇବାର ସୁଯୋଗ ପାଇ ନ ଥିଲେ। ସାଇନା ପ୍ରଥମ ଭାରତୀୟ ଭାବେ ବିଶ୍ୱ ଜୁନିଅର ବ୍ୟାଡ଼ମିଟନ ଚାମ୍ପିଆନ ଟାଇଟଲ ଜିତିବାର ରେକର୍ଡ କରିଥିଲେ। ୨୦୦୯ରେ ସେ ପ୍ରଥମ ଭାରତୀୟ ଭାବେ ସେ ଇଣ୍ଡୋନେସିଆ ସୁପର ସିରିଜରେ ଚାମ୍ପିଆନ ହୋଇଥିଲେ। ୨୦୧୦ରେ ସିଙ୍ଗାପୁରଓପନ ଜିତି ସେ କ୍ୟାରିଅରର ଦ୍ୱିତୀୟ ସୁପର ସିରିଜ ଟାଇଟଲ ଜିତି ଚହଳ ସୃଷ୍ଟି କରିଥିଲେ। ଦ୍ୱିତୀୟ ଥର ପାଇଁ ଇଣ୍ଡୋନେସିଆ ଓପନ ଜିତି ସେ ସୁପର ସିରିଜରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।

ସାଇନା ପ୍ରଥମେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ ଏସ୍.ଏମ୍.ଆରିଫଙ୍କଠାରୁ କୋଛି ନେଇ ବ୍ୟାଡ଼ମିଟନକୁ ଓହ୍ଲାଇଥିଲେ। ଇଣ୍ଡୋନେସିଆ ବ୍ୟାଡ଼ମିଟନ କିମ୍ବଦନ୍ତୀ ଅତିକ ଜୁହାରି ମଧ୍ୟ ତାଙ୍କୁ କୋଚିଂ ଦେଇଛନ୍ତି। ପୁର୍ବତନ ଅଲ ଇଂଲଣ୍ଡ ଚାମ୍ପିଆନ ପୁଲେଲା ଗୋପିଚାନ୍ଦ ସଂମ୍ପ୍ରତି ସାଇନାଙ୍କ ମେଣ୍ଟର ଅଛନ୍ତି।

କ୍ୟାରିଅର ରେକର୍ଡ

[ସମ୍ପାଦନା]
ଟୁର୍ଣ୍ଣାମେଣ୍ଟ ବର୍ଷ ଫଳାଫଳ
Czech Republic Czechoslovakia Junior Open ୨୦୦୩  Gold
Australia 2004 Commonwealth Youth Games ୨୦୦୪  Silver
India Asian Satellite Badminton Tournament ୨୦୦୫  Gold
Australia 2006 Commonwealth Games ୨୦୦୬  Bronze
Philippines Philippines Open (badminton) ୨୦୦୬  Gold
India Asian Satellite Badminton Tournament ୨୦୦୬  Gold
India Indian National Badminton Championships ୨୦୦୭  Gold
India National Games of India ୨୦୦୭  Gold
Chinese Taipei 2008 Chinese Taipei Open Grand Prix Gold ୨୦୦୮  Gold
India Indian National Badminton Championships ୨୦୦୮  Gold
India 2008 Commonwealth Youth Games ୨୦୦୮  Gold
India 2008 BWF World Junior Championships ୨୦୦୮  Gold
ଚୀନ2008 Summer Olympics ୨୦୦୮ Quarterfinalist
Malaysia 2008 BWF Super Series Masters finals ୨୦୦୮ Semifinalist
ଇଣ୍ଡୋନେସିଆ 2009 Indonesia Super Series ୨୦୦୯  Gold
India2009 BWF World Championships ୨୦୦୯ Quarterfinalist
India 2009 Indian Open Grand Prix ୨୦୦୯  Gold
Kingdom of England 2010 All England Super Series ୨୦୧୦ Semifinalist
India2010 Badminton Asia Championships ୨୦୧୦  Bronze
India 2010 India Open Grand Prix Gold ୨୦୧୦  Gold
Singapore 2010 Singapore Open Super Series ୨୦୧୦  Gold
ଇଣ୍ଡୋନେସିଆ 2010 Indonesia Open Super Series ୨୦୧୦  Gold
France 2010 BWF World Championships ୨୦୧୦ Quarter-finalist
India 2010 Commonwealth Games ୨୦୧୦  Gold
Hong Kong 2010 Hong Kong Super Series ୨୦୧୦  Gold
Switzerland 2011 Swiss Open Grand Prix Gold ୨୦୧୧  Gold
Malaysia 2011 Malaysia Open Grand Prix Gold ୨୦୧୧  Silver
ଇଣ୍ଡୋନେସିଆ 2011 Indonesia Open Super Series Premier ୨୦୧୧  Silver
France 2011 BWF World Championships ୨୦୧୧ Quarter-finalist
ଚୀନ 2011 BWF Super Series Masters Finals ୨୦୧୧  Silver
Switzerland 2012 Swiss Open Grand Prix Gold ୨୦୧୨  Gold
Thailand 2012 Thailand Open Grand Prix Gold ୨୦୧୨  Gold
ଇଣ୍ଡୋନେସିଆ 2012 Indonesia Open Super Series Premier ୨୦୧୨  Gold
United Kingdom2012 Summer Olympics ୨୦୧୨  Bronze
  1. "Saina Nehwal | India Medal Hopes | Badminton | Delhi Commonwealth Games | Profile | Career - Oneindia News". News.oneindia.in. 2010-09-24. Retrieved 2011-06-29.
  2. – Best World Ranking
  3. "ଆର୍କାଇଭ୍ କପି". Archived from the original on 2016-03-03. Retrieved 2012-08-05. {{cite web}}: Cite has empty unknown parameter: |1= (help)
  4. http://olympicgoldquest.in/
  5. http://www.hindu.com/2006/05/29/stories/2006052908361800.htm
  6. http://news.oneindia.in/feature/2010/saina-nehwal-india-badminton-cwg-profile-career.html
  7. "ଆର୍କାଇଭ୍ କପି". Archived from the original on 2012-07-09. Retrieved 2012-08-09. {{cite web}}: Cite has empty unknown parameter: |1= (help)
  8. http://www.thehindu.com/life-and-style/metroplus/article3605837.ece
  9. http://www.thehindu.com/sport/other-sports/article3512045.ece
  10. "ଆର୍କାଇଭ୍ କପି". Archived from the original on 2012-06-19. Retrieved 2012-08-09. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ

[ସମ୍ପାଦନା]