ସାଇଖମ ମୀରାବାଈ ଚାନୁ

ଉଇକିପିଡ଼ିଆ‌ରୁ
ସାଇଖମ ମୀରାବାଈ ଚାନୁ
Saikhom Mirabai Chanu.jpg
ମୀରାବାଈ ଚାନୁ ୨୦୧୬ ଏସୀୟ କ୍ରୀଡ଼ା ପ୍ରତିଯୋଗୀତାରେ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1994-08-08) ୮ ଅଗଷ୍ଟ ୧୯୯୪ (ବୟସ ୨୮)
ନୋଙ୍ଗପୋକ କାକଚିଙ୍ଗ,ଇମ୍ଫାଲ ପୂର୍ବ, ମଣିପୁର, ଭାରତ
ଘରମଣିପୁର , ଭାରତ
ଉଚ୍ଚତା୧.୫୦ ମି
ଓଜନ୪୯ କିଗ୍ରା
Sport
ଦେଶଭାରତ
କ୍ରୀଡ଼ାଭାରୋତ୍ତଳନ
Event(s)୪୯ କିଗ୍ରା

ସାଇଖମ ମୀରାବାଈ ଚାନୁ (ଜନ୍ମ ୮ ଅଗଷ୍ଟ ୧୯୯୪) ଜଣେ ଭାରତୀୟ ମହିଳା ଭାରୋତ୍ତୋଳନକାରୀ । ୨୦୨୦ ଟୋକିଓ ଅଲିମ୍ପିକର ୪୯କେଜି ବର୍ଗରେ ସେ ରୌପ୍ୟପଦକ ହାସଲ କରିଥିଲେ । ଟୋକିଓ ଅଲିମ୍ପିକରେ ଏହା ଥିଲା ଭାରତର ପ୍ରଥମ ପଦକ ।[୧][୨][୩] ୨୦୧୪ ମସିହାରୁ ମୀରାବାଈ ଭାରତକୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ସେ ପ୍ରଥମେ ୪୮କିଗ୍ରା ବର୍ଗରେ ଖେଳୁଥିଲେ ଓ ପରେ ୪୯ କିଗ୍ରା ବର୍ଗକୁ ପରିବର୍ତ୍ତନ କରିଥିଲେ । ସେ ଭାରଉତ୍ତୋଳନରେ ଭାରତ ପାଇଁ ବିଶ୍ୱ ଚାମ୍ପିୟନସିପ, କମନୱେଲ୍‌ଥ ଓ ଏସୀୟ କ୍ରୀଡ଼ାରେ ପଦକ ଜିତିଛନ୍ତି । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ[୪] ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

୨୦୨୦ ଟୋକିଓ ଅଲିମ୍ପିକରେ ୪୯କିଗ୍ରା ବର୍ଗରେ ସମୁଦାୟ ୨୨୦କିଗ୍ରା ଓଜନ ଉଠାଇ ସେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିଲେ ।[୫] ସେ ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ୪୮କିଗ୍ରା ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦୧୭ ଆମେରିକାର ଆନାହେଇମରେ ହୋଇଥିବା ବିଶ୍ୱ ଭାରୋତ୍ତୋଳନ ଚ୍ୟାମ୍ପିୟନସିପର ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣପଦକ ଜିତିଥିଲେ । ଆଗରୁ ସେ କମନୱେଲ୍‌ଥ ଗେମ୍ସରେ ପଦକ ଓ ୨୦୧୪ରେ  ଗ୍ଲାସଗୋରେ ହୋଇଥିବା କମନୱେଲ୍‌ଥ ଗେମ୍ସରେ ମହିଳା ୪୮ କିଗ୍ରା ବିଭାଗରେ ରୌପ୍ୟପଦକ ଜିତିଥିଲେ ।[୬] ସେଠରେ ଆଉଜଣେ ଭାରତୀୟା କୁମୁକଚାମ ସଞ୍ଜିତା ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ୨୦୧୮ ଗୋଲ୍ଡ଼ କୋଷ୍ଟ କମନୱେଲ୍‌ଥ ଗେମ୍ସରେ ସ୍ୱର୍ଣ୍ଣପଦକ ଜିଣି ଏକ କମନୱେଲ୍‌ଥ ଗେମ୍ସ ରେକର୍ଡ଼ ପ୍ରତିଷ୍ଠା କରିଥିଲେ । [୭]

ମୀରାବାଈ ୨୦୧୬ ରିଓ ଅଲମ୍ପିକ୍ସର ମହିଳା ୪୮ କିଗ୍ରା ବିଭାଗରେ ମନୋନୀତ ହୋଇଥିଲେ । ତେବେ ସେ କ୍ଲିନ ଆଣ୍ଡ ଜର୍କ ବିଭାଗରେ ସେ ତିନି ଥର ଭିତରେ ଏହା ସାରିବାରେ ଅସମର୍ଥ ହୋଇଥିଲେ ।[୮] ୨୦୧୭ ଆମେରିକାର ଆନାହେଇମରେ ହୋଇଥିବା ବିଶ୍ୱ ଭାରୋତ୍ତୋଳନ ଚ୍ୟାମ୍ପିୟନସିପର ସେ ମହିଳା ୪୮ କିଗ୍ରା ବିଭାଗରେ ସେ ପ୍ରତିଯୋଗିତା ରେକର୍ଡ଼ରେ ସେ ସର୍ବମୋଟ ୧୯୪ କିଗ୍ରା (୮୫ କିଗ୍ରା ସ୍ନାଚ ଓ ୧୦୯ କିଗ୍ରା କ୍ଲିନ ଆଣ୍ଡ ଜର୍କ) ଭାରୋତ୍ତଳନ କରି ସେ ସ୍ୱର୍ଣ୍ଣପଦକ ଜିଣିଥିଲେ ।[୯]

ମୀରାବାଈ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ରାଜୀବଗାନ୍ଧୀ ଖେଳରତ୍ନ ପୁରସ୍କାର ଗ୍ରହଣ କରୁଥିବା ଅବସରରେ

କ୍ରୀଡ଼ା ନିମନ୍ତେ ତାଙ୍କ ଅବଦାନ ନିମନ୍ତେ ମଣିପୁରର ରାଜ୍ୟପାଳ ଏନ. ବିରେନ୍ଦ୍ର ସିଂହ ସମ୍ମାନୀତ ହୋଇଥିଲେ ଓ ତାଙ୍କୁ ୨୦ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।[୧୦] ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ[୧୧] ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମୀରାବାଈ ଚାନୁ, ୧୯୯୪ ମସିହା ଅଗଷ୍ଟ ମାସ ୮ ତାରିଖରେ ମଣିପୁରର ରାଜଧାନୀ ଇମ୍ଫାଲର ନୋଙ୍ଗପୋକ କାକଚିଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରୌପ୍ୟ ପଦକ - ୨୦୨୦ ଟୋକିଓ ଅଲିମ୍ପିକ[୧୨]
  • ପଦ୍ମଶ୍ରୀ - ୨୦୧୮[୧୩]
  • ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର - ୨୦୧୮[୧୪]

ଆଧାର[ସମ୍ପାଦନା]

  1. "Sensational Mirabai Chanu snatches silver at Tokyo Olympics". The Economic Times. 24 July 2021. Retrieved 24 July 2021.
  2. "Tokyo Olympics: Indian weightlifter Saikhom Mirabai Chanu wins silver medal". Web News Observer (in ଆମେରିକୀୟ ଇଂରାଜୀ). 2021-07-24. Retrieved 2021-07-24.{{cite web}}: CS1 maint: url-status (link)
  3. "Tokyo Olympics 2021 Live: Mirabai Chanu wins silver, India's first medal at Tokyo 2020". The Times of India (in ଇଂରାଜୀ). Retrieved 2021-07-24.
  4. "Padma awards 2018 announced, MS Dhoni, Sharda Sinha among 85 recipients: Here's complete list". India TV. 25 January 2018. Retrieved 26 January 2018.
  5. July 24, India Today Web Desk; July 24, 2021UPDATED:; Ist, 2021 12:38. "Tokyo 2020: Mirabai Chanu becomes 1st Indian weightlifter to win silver in Olympics". India Today (in ଇଂରାଜୀ). Retrieved 2021-07-24.{{cite web}}: CS1 maint: extra punctuation (link) CS1 maint: numeric names: authors list (link)
  6. "Lifter Sanjita Khumukcham wins India`s first gold medal at 2014 Commonwealth Games". 24 July 2014.
  7. https://www.firstpost.com/sports/commonwealth-games-2018-cwg-2018-gold-coast-live-updates-mirabai-chanu-wins-indias-first-gold-medal-4418861.html/amp
  8. "Rio Olympics 2016: India's Saikhom Mirabai Chanu fails to complete weightlifting event". First Post. 7 August 2016. Retrieved 8 August 2016.
  9. "Mirabai Chanu wins gold at world Weightlifting Championships". 30 November 2017.
  10. "World weightlifting champion Mirabai gets Rs 20 lakh". Zee News (in ଇଂରାଜୀ). 2018-01-27. Retrieved 2018-01-29. {{cite news}}: More than one of |accessdate= and |access-date= specified (help)
  11. "Padma awards 2018 announced, MS Dhoni, Sharda Sinha among 85 recipients: Here's complete list". India TV. 25 January 2018. Retrieved 26 January 2018.
  12. "Mirabai Chanu Silver Tokyo 2020". IndiaToday. Retrieved 2021-07-24.
  13. "Padma awards 2018 announced, MS Dhoni, Sharda Sinha among 85 recipients: Here's complete list". India TV. 25 January 2018. Retrieved 26 January 2018.
  14. "World weightlifting champion Mirabai gets Rs 20 lakh". Zee News (in ଇଂରାଜୀ). 2018-01-27. Retrieved 2018-01-29.