Jump to content

ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ

ଉଇକିପିଡ଼ିଆ‌ରୁ
(ସହଯୋଗ:ଓଡ଼ିଆରେ ଟାଇପରୁ ଲେଉଟି ଆସିଛି)
ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆ ସକ୍ରିୟ କରିବା ପାଇଁ ପୃଷ୍ଠାର ବାମ ପାଖରେ ଥିବା ଉପରେ କହନ୍ତି, ତାହା ଉପରେ କ୍ଲିକ କରନ୍ତୁ ।

                           ଏହିପରି ଏକ ବଡ଼ Popup Window ଖୋଲିବ

  • ଓଡ଼ିଆରେ ଟାଇପ କରିବା ନିମନ୍ତେ ଆପଣଙ୍କୁ ଯେକୌଣସି ପୃଷ୍ଠାର ବାମ ପାଖରେ ଥିବା "ଅଲଗା ଭାଷାରେ କିମ୍ବା (Languages)" କଡ଼ରେ ଥିବା କଗ ହୁଇଲ୍ ଉପରେ କ୍ଲିକ କରନ୍ତୁ ।
  • Display କ୍ଲିକ କରି "ଓଡ଼ିଆ" ବାଛନ୍ତୁ ।
  • ତାହାପରେ Apply settingsରେ କ୍ଲିକ କରନ୍ତୁ ।
  • ଏବେ ଟାଇପ କରି ଆରମ୍ଭ କଲାବେଳେ ପୃଷ୍ଠାର ଡାହାଣ ପାଖ କୋଣରେ ଏକ ଛୋଟ କି-ବୋର୍ଡ଼ ଆଇ‌କନ ଦେଖିପାରିବେ । ତା' ଉପରେ କ୍ଲିକ କଲେ ଦେଖିବେ ଏଥିରେ ମୁଖ୍ୟତଃ ତିନି ପ୍ରକାରର ଟାଇପିଂ ସଜାଣି (Typing layout) ଅଛି:
  1. ଫୋନେଟିକ ଟାଇପିଂ/ଲେଖନୀ (ତଳେ ଦେଖନ୍ତୁ) (ଉଚ୍ଚାରଣ ଅନୁସାରେ ଟାଇପିଂ ଯଥା: ସାବଧାନ ପାଇଁ sabdhan)
  2. ଟ୍ରାନ୍ସଲିଟରେସନ
  3. ଇନସ୍କ୍ରିପ୍ଟ (ଏକ ଆନ୍ତର୍ଜାତୀୟ ମାନକ ଟାଇପିଂ ବ୍ୟବସ୍ଥା)

ଏହି ତିନୋଟି ମଧ୍ୟରୁ ନିଜ ମନମୁତାବକ ଗୋଟିଏରେ କ୍ଲିକ କରି ଫୋନେଟିକ, ଟ୍ରାନ୍ସଲିଟରେସନ, ଇନସ୍କ୍ରିପ୍ଟ ଭିତରୁ ଗୋଟିଏ ବାଛନ୍ତୁ ।

ୱିଣ୍ଡୋଜ କମ୍ପ୍ୟୁଟର ପାଇଁ ମାଇକ୍ରୋସଫ୍ଟ ଇଣ୍ଡିକ ଟୁଲ୍ସ

ଏହି ଟୁଲ ନିମିତ୍ତ ଆବଶ୍ୟକ ଉପକରଣଗୁଡିକ ହେଲା:

  1. ୱିଣ୍ଡୋଜ ୧୦ ବା ତା'ଠୁ ଉପର ଅପରେଟିଂ ସିଷ୍ଟମ ଥିବା କମ୍ପ୍ୟୁଟର
  2. ଇଣ୍ଟରନେଟ କେବଳ ଥରେ ଡାଉନଲୋଡ ଓ ଇନଷ୍ଟଲ କରିବା ନିମନ୍ତେ
  • ପ୍ରଥମେ ଓଡ଼ିଆ ଭାଷାର କିବୋର୍ଡ ଇନ୍‌ଷ୍ଟଲ କରନ୍ତୁ । ଏହି ପୃଷ୍ଠାଟିରେ ଲେଖାହୋଇଅଛି ।

ଡାଉନଲୋଡ ହୋଇଥିବା oriya.exe ଫାଇଲଟିକୁ ଇନଷ୍ଟଲ କଲେ ଯେକୌଣସି ୱିଣ୍ଡୋଜ କମ୍ପ୍ୟୁଟରରେ ଓଡ଼ିଆରେ ଟାଇପ କରିପାରିବେ । ଇନଷ୍ଟଲରେ ସହଯୋଗ ନିମିତ୍ତ ନିମ୍ନରେ କିଛି ଛବି ଦିଆଗଲା ।

ସୁବିଧା

  • ଉପରେ ଦିଆଯାଇଥିବା ଚତୁର୍ଥ ଛବି ଅନୁସାରେ ଆପଣ Win + Space କି ଦବେଇ ଏହି ସୁବିଧାଟିକୁ ଯେବେ ଚାହିଁଲେ ଚାଲୁ/ବନ୍ଦ କରିପାରିବେ ।
  • କେବଳ ଏକ ନିର୍ଦ୍ଧିଷ୍ଟ ବ୍ରାଉଜରରେ ସିମୀତ ନରହି ଆପଣ ଅନ୍ୟ ଯେକୌଣସି ଆପ୍ଲିକେସନରେ, ଯେକୌଣସି ବ୍ରାଉଜରରୁ ଏହାକୁ ବ୍ୟବହାର କରିପାରିବେ .. .
  • ଅତି ଜଟିଳ ଶବ୍ଦ ଯାହା ସାଧାରଣରେ ଲେଖିବାକୁ ସମୟ ଲାଗେ ତାହା ଅତି କମ ସମୟରେ ଏଠାରେ ଲେଖିହୋଇପାରିବ ।
  • ଲେଖିବା ନିମିତ୍ତ ଆପଣଙ୍କୁ ଇଣ୍ଟରନେଟର ଦରକାର ନାହିଁ ।

ଅସୁବିଧା

  • ଏହା କେବଳ ୱିଣ୍ଡୋଜ ୧୦ ବା ତା'ଠୁ ଉପର ଅପରେଟିଂ ସିଷ୍ଟମ ସୀମିତ ।
  • ବେଳେ ବେଳେ ଆପଣ ଚାଁହୁଥିବା ଶବ୍ଦଟି ପ୍ରଥମ ପାଞ୍ଚୋଟି ବିକଳ୍ପମଧ୍ୟରେ ମିଳିନପାରେ ।

ଗୁଗଲ ଇନପୁଟ ଟୁଲ୍ସ

ଏହା ପାଇଁ ନିମ୍ନଲିଖିତ ସଫ୍ଟୱେର ଆବଶ୍ୟକ ।

ଇନଷ୍ଟଲକରିବାରେ ସୁବିଧା ନିମିତ୍ତ ନିମ୍ନରେ କିଛି ଛବି ଦିଆହେଲା ।

ସୁବିଧା

  • ଉପରେ ଦିଆଯାଇଥିବା ଦ୍ଵିତୀୟ ଛବି ଅନୁସାରେ ଆପଣ Alt + Z କି ଦବେଇ ଏହି ସୁବିଧାଟିକୁ ଯେବେ ଚାହିଁଲେ ଚାଲୁ/ବନ୍ଦ କରିପାରିବେ ।
  • ଏଠାରେ ଧଂରନ୍ତୁ ଆପଣଙ୍କୁ ଗୁଗଲ ଦେଉଥିବା ତୃତୀୟ ଶବ୍ଦଟି ଆପଣଙ୍କୁ ବ୍ୟବହାର କରିବାକୁ ଇଛା ତେବେ ଆପଣ ତଳ ଆରୋ କି ଦ୍ୱାରା ତୃତୀୟ ଶବ୍ଦ ଯାଏଁ ଜାଇ ସ୍ପେସ କି ଉପଯୋଗ କରିପାରିବେ କିମ୍ବା ସିଧା ସଳଖ ଆପଣଙ୍କ କିବୋର୍ଡ଼ରେ ସଂଖ୍ୟା 3 ପ୍ରେସ କରିପାରିବେ ।
  • କେବଳ ୱିଣ୍ଡୋଜରେ ସୀମିତ ନରହି ଆପଣ ଯେକୌଣସି ଅପରେଟିଂ ସିଷ୍ଟମରୁ (ଉବୁଣ୍ଟୁ, ଆପଲର ମ୍ୟାକ (ଅପରେଟିଂ ସିଷ୍ଟମ) ଇତ୍ୟାଦି) ଏହାକୁ ଉପଯୋଗ କରିପାରିବେ ।
  • ଅତି ଜଟିଳ ଶବ୍ଦ ଯାହା ସାଧାରଣରେ ଲେଖିବାକୁ ସମୟ ଲାଗେ ତାହା ଅତି କମ ସମୟରେ ଏଠାରେ ଲେଖିହୋଇପାରିବ ।

ଅସୁବିଧା

  • ଏହା କେବଳ କ୍ରୋମ ବ୍ରାଉଜରରେ ସୀମିତ
  • ବେଳେ ବେଳେ ଆପଣ ଚାଁହୁଥିବା ଶବ୍ଦଟି ପ୍ରଥମ ପାଞ୍ଚୋଟି ବିକଳ୍ପମଧ୍ୟରେ ମିଳିନପାରେ ।
  • ଏଥିରେ ଲେଖିବା ନିମିତ୍ତ ଆପଣଙ୍କୁ ଇଣ୍ଟରନେଟ ଦରକାର ।

ଲେଖନୀ ଓଡ଼ିଆରେ ଲେଖିବା ପାଇଁ ଏକ ଇନପୁଟ ବ୍ୟବସ୍ଥା ଯାହା ଓଡ଼ିଆ ଉଇକିପିଡ଼ିଆରେ ଉପଲବ୍ଧ ଯାହା ଉଚ୍ଚାରଣକୁ ଭିତ୍ତି କରି ତିଆରି ହୋଇଛି । (ଡାହାଣ ପାଖରେ ଥିବା ଛବିରେ ଏହା କିପରି ସକ୍ରିୟ କରାଯିବ ଦେଖନ୍ତୁ)

ସୁବିଧାମାନ

  • ଲେଖନୀରେ ଲେଖିବା ବେଳେ ଉଭୟ ମୌଳିକ ବର୍ଣ୍ଣ (ସ୍ୱର ଓ ବ୍ୟଞ୍ଜନ) ଲେଖାଯାଇପାରେ ।
  • ତେବେ ଯୁକ୍ତାକ୍ଷର ପାଇଁ ସାଧାରଣତଃ ହଳନ୍ତ ବ୍ୟବହାର କରିବାକୁ ପଡ଼େ (ଉଦାହରଣ: କ୍ତ ଲେଖିବା ପାଇଁ (z ଟାଇପ କରି) ଟାଇପ କରିବା ପାଇଁ ପଡ଼େ)
  • ବହୁଳ ଭାବେ ବ୍ୟବହୃତ କେତେକ ଯୁକ୍ତାକ୍ଷର, ଫଳା ଓ ମାତ୍ରା ପାଇଁ ବିନା ହଳନ୍ତରେ ଲେଖିହେବ (ଉଦାହରଣ: ଙ୍କ
  • ଲିନକ୍ସ ଓ ଆପଲ ମ୍ୟାକ ବ୍ୟବହାରକାରୀମାନେ ନିଜ କମ୍ପ୍ୟୁଟରରେ ଓଡ଼ିଆ ପାଇଁ ବ୍ୟବହାର କରୁଥିବା ଫୋନେଟିକ କି-ବୋର୍ଡ଼ ଲେଆଉଟର ପ୍ରାୟ ସମସ୍ତ ଅକ୍ଷର ସଜାଣି ଏଥିରେ ରହିଛି

ଅକ୍ଷରସଜ୍ଜା

ସ୍ୱରବର୍ଣ୍ଣ


a

A

i

I

u

U

e

E

o

O

R
  ଅଁଳା
MM
aMMLa
  (ସଂସାର)
M
(sMsar)
  (ଦୁଃଖ)
H  (duHkh)

ବ୍ୟଞ୍ଜନବର୍ଣ୍ଣ

kkh/Kggh/GNG
cch/CjjhNg
TThDDhN
tthddhn
pph/Fbbhm
y/Jrlw/WS
କ୍ଷ
shshLx
ଜ୍ଞଡ଼ଢ଼
ZqQ

ମାତ୍ରା

କାକିକୀକେକୈକୁକୂକୋକୌ
kakikIkekEkukUkokou
୍ (ହଳନ୍ତ)କ୍ରକ୍ରାକ୍ରିକ୍ରେକ୍ରୋକ୍ରୀକ୍ରୌକ୍ରୈ
zkzrkzrakzrikzrekzrokzrIkzroukzrE
ଦୁଃଖସଂସାରଅଁଳାଙ୍ଗଗଙ୍ଗା
HduHkhMsMsarMMaMMLanggnga


ଯୁକ୍ତାକ୍ଷର

କ୍କଦ୍ଦଦ୍ଧଚ୍ଚଚ୍ଛଜ୍ଜଜ୍ଝତ୍ତ
kkddddhcccchjjjjhtt
ଟ୍ଟଡ୍ଡନ୍ନଣ୍ଣପ୍ପବ୍ବଦ୍ଭବ୍ଦବ୍ଧ
TTDDnznNzNppbzbdzbhbzdbzdh

ଉଦାହରଣ

ଯୁକ୍ତାକ୍ଷର ସବୁ ଲେଖିବା ପାଇଁ ଦୁଇଟି ବର୍ଣ୍ଣକୁ ହଳନ୍ତ ଦ୍ୱାରା ଯୋଡ଼ି ଲେଖିବାକୁ ପଡ଼ିବ । "z" ଟାଇପ କଲେ ହଳନ୍ତଟିଏ ଆସିବ ।

  • ସ‌ହର= s _ (underscore, Shift -) hr
  • ସ୍ୱର୍ଣ୍ଣ = swrzNzN
  • ପ୍ରତି = pz rti
  • ପ୍ରୌଢ଼ = pzrouQ
  • କୃତ୍ୟ = kRtY
  • ର‌୍ଯାଙ୍କିଙ୍ଗ = r_ynking (ଅଣ୍ଡରସ୍କୋର "_" ଟାଇପ କଲେ ଜିରୋ-ଉଇଡ୍‌ଥ ଜଏନର (ZWJ) ଟାଇପ ହୁଏ ଫଳରେ "ଯ ଫଳା"ଟି ଶବ୍ଦର ଆରମ୍ଭରେ ଥିବା "ର" ସହ ମିଶି "ର୍ୟାଙ୍କିଙ୍ଗ" ଦିଶେନାହିଁ)

ଓଡ଼ିଆ Transliteration

ବ୍ୟବହାରକାରୀ Transliteration ବ୍ୟବହାର କରି ଇଂରାଜୀ କି ବୋର୍ଡ଼ରେ ଟାଇପ କଲେ ଓଡ଼ିଆରେ ଲେଖିହୋଇଯିବ । ଓଡ଼ିଆର ଉଚ୍ଚାରଣ ଅନୁସାରେ ଏହା କାମ କରେ ଆଉ ଲେଖିଲାବେଳେ ଖୁବ ସହଜରେ ଓଡ଼ିଆରେ ଲେଖିହୁଏ ।

ସ୍ୱରବର୍ଣ୍ଣ (Vowels)

aaaiIuU
eaioauR

ବ୍ୟଞ୍ଜନ ବର୍ଣ୍ଣ (Consonants)

kakhagaghaNGa
caChajajhaNga
TaThaDaDhaNa
tathadadhana
papha/fababhama
YaralavaSa
କ୍ଷ
shasahaLaxa
ଜ୍ଞଡ଼ଢ଼
QaDazDhax

ମାତ୍ରା

କାକିକୀକୁକୂକେକୈକୋକୌ
kAkikIkukuu/ kUkekai/ kEkokou

ଚନ୍ଦ୍ରବିନ୍ଦୁ, ଅନୁସ୍ଵାର, ବିସର୍ଗ ଓ ହଳନ୍ତ

ଅଁଳାସଂସାରଦୁଃଖତତ୍‌କ୍ଷଣ
aXLAsaMsAraduHkhatat_kshaNa

ଯୁକ୍ତାକ୍ଷର

କ୍କକ୍ଖଗ୍ଗଚ୍ଚଚ୍ଛଜ୍ଜଜ୍ଝଜ୍ଞ
kkakkhaggaccacchajjajjhaqa
ଟ୍ଟଡ୍ଡଣ୍ଣପ୍ପବ୍ବଭ୍ଭବ୍ଦବ୍ଧ
TTaDDaNNappabbabhbhabdabdha

ଓଡ଼ିଆ ଇନସ୍କ୍ରିପ୍ଟ ଓ ଇନସ୍କ୍ରିପ୍ଟ 2

ଇନସ୍କ୍ରିପ୍ଟ ଏକ ଅନ୍ତର୍ଜାତୀୟ ସ୍ତରର ମାନକ । ଏହା ବ୍ୟବହାର କରି କିପରି ଟାଇପ କରିବେ ତାହା ତଳ ଅକ୍ଷରସଜାଣିରୁ ଶିଖିପାରିବେ ।

ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା ଶିଖିବା ପାଇଁ ଏକ ଶିକ୍ଷଣ ପୁସ୍ତିକା