ସଳପ

ଉଇକିପିଡ଼ିଆ ରୁ
Jump to navigation Jump to search

ସଳପ (ଓଡ଼ିଆରେ ସଲପରେମ ସାମରେ ସାପୁଂ ନାମରେ ଜଣା) ସଳପ ଗଛରୁ ତିଆରି ଏକ ପ୍ରକାର ଦେଶୀ ମଦ । ଏହା ଓଡ଼ିଶାର କୋରାପୁଟମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବଣ୍ଡାଗଦବା ଆଦି ସମ୍ପ୍ରଦାୟଙ୍କଦ୍ୱାରା ମୁଖ୍ୟତଃ ତିଆରି ଓ ନିୟମିତ ଭାବେ ପାନ କରାଯାଏ ।[୧][୨] ସଳପ ଗଛର ଉପର ଡାଳକୁ ମୋଡ଼ି ସେଥିରେ କଳସୀ ଲଗାଇ ତାଡ଼ି ସଂଗ୍ରହ କଲାପରେ ସେହି ତାଡ଼ିରୁ କିଣ୍ୱନ ପଦ୍ଧତିରେ ସଳପ ତିଆରି କରାଯାଏ । ଏଥିରେ ୫-୬% ସୁରାସାର ରହିଥାଏ । ତେଣୁ ଏହା ପାନ କରି ଖୁବ ଅଧିକ ନିଶା ହେବାର ସମ୍ଭାବନା ନଥାଏ ।[୩] ତେବେ ସଳପ ନିଶାରେ ସଳପ ଗଛ ଉପରେ ନିଜର ମାଲିକାନା ଜାହିର କରିବା ପାଇଁ ଘର-ଘର ଭିତରେ ଓ ଘରଲୋକଙ୍କ ଭିତରେ ମରଣାନ୍ତକ କଳିର ଦୃଷ୍ଟାନ୍ତ ମଧ୍ୟ ରହିଛି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ L. K. Mahapatra (1 January 1994). Tribal Development in India: Myth and Reality. Vikas Publishing House. ISBN 978-0-7069-7351-8.
  2. Bulletin of the Department of Anthropology. Manager of Publications. 1956.
  3. Anthropological Survey of India (1956). Bulletin.