ସଳପ
ଦେଖଣା
ସଳପ (ଓଡ଼ିଆରେ ସଲପ ବା ସଡ଼ପ[୧] ଓ ବଣ୍ଡା ଭାଷାରେ ସାପୁଂ ନାମରେ ଜଣା) ସଳପ ଗଛରୁ ତିଆରି ଏକ ପ୍ରକାର ଦେଶୀ ମଦ । ଏହା ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବଣ୍ଡା ଓ ଗଦବା ଆଦି ସମ୍ପ୍ରଦାୟଙ୍କଦ୍ୱାରା ମୁଖ୍ୟତଃ ତିଆରି ଓ ନିୟମିତ ଭାବେ ପାନ କରାଯାଏ ।[୨][୩] ସଳପ ଗଛର ଉପର ଡାଳକୁ ମୋଡ଼ି ସେଥିରେ କଳସୀ ଲଗାଇ ତାଡ଼ି ସଂଗ୍ରହ କଲାପରେ ସେହି ତାଡ଼ିରୁ କିଣ୍ୱନ ପଦ୍ଧତିରେ ସଳପ ତିଆରି କରାଯାଏ । ଏଥିରେ ୫-୬% ସୁରାସାର ରହିଥାଏ । ତେଣୁ ଏହା ପାନ କରି ଖୁବ ଅଧିକ ନିଶା ହେବାର ସମ୍ଭାବନା ନଥାଏ ।[୪] ତେବେ ସଳପ ନିଶାରେ ସଳପ ଗଛ ଉପରେ ନିଜର ମାଲିକାନା ଜାହିର କରିବା ପାଇଁ ଘର-ଘର ଭିତରେ ଓ ଘରଲୋକଙ୍କ ଭିତରେ ମରଣାନ୍ତକ କଳିର ଦୃଷ୍ଟାନ୍ତ ମଧ୍ୟ ରହିଛି ।[୨]
ଆଧାର
[ସମ୍ପାଦନା]- ↑ Praharaj, G. C. (NaN). Purnnacandra Odia Bhashakosha. Retrieved 15 July 2020.
{{cite book}}
: Check date values in:|date=
(help) - ↑ ୨.୦ ୨.୧ L. K. Mahapatra (1 January 1994). Tribal Development in India: Myth and Reality. Vikas Publishing House. ISBN 978-0-7069-7351-8.
- ↑ Bulletin of the Department of Anthropology. Manager of Publications. 1956.
- ↑ Anthropological Survey of India (1956). Bulletin.