ସରହପା

ଉଇକିପିଡ଼ିଆ ରୁ
(ସରହାପାଦ ରୁ ଲେଉଟି ଆସିଛି)
Jump to navigation Jump to search

ସରହପାଦସରହ ଏଠାକୁ ଫେରାଇ ଆଣିଥାନ୍ତି ।

ସରହପା
ନେପାଳରୁ ମିଳିଥିବା ସରହପାଙ୍କ ଏକ ମୂର୍ତ୍ତୀ
ଧର୍ମବୌଦ୍ଧ
ଜନ୍ମ ତାରିଖଖ୍ରୀ. ୭୬୯
ଜନ୍ମସ୍ଥାନଓଡ଼ିଶା
ତିରୋଧାନ୮୦୯
ଦର୍ଶନବୌଦ୍ଧବାଦ
ରଚନାବଳୀଆଶ୍ଚର୍ଯ୍ୟଚର୍ଯାଚୟର ଚର୍ଯା ଗୀତିକା ରଚନା

ସରହପା ବୌଦ୍ଧ ଧର୍ମର ଜଣେ ମହାସିଦ୍ଧ ଥିଲେ ।

ଜୀବନକାଳ[ସମ୍ପାଦନା]

ସିଦ୍ଧ କବି ମାନଙ୍କ ମଧ୍ୟରେ ସିଦ୍ଧଚାର୍ଯ ସରହପା ଆଦି ସିଦ୍ଧ ବା ସର୍ବ ପ୍ରାଚୀନ ସିଦ୍ଧ ଭାବେ ପରିଚିତ। ସେ ଥିଲେ ଜଣେ ବ୍ରାହ୍ମଣ ଭିକ୍ଷୁ । ତାଙ୍କ ପିତା ଥିଲେ ଜଣେ ବ୍ରାହ୍ମଣ,ମାତ୍ର ମାତା ଥିଲେ ନୀଚକୁଳ ସମ୍ଭୁତ।। ଲାମା ତାରନାଥଙ୍କ ବିବରଣୀ ଅନୁସାରେ ସରହପାଙ୍କ ଜନ୍ମ ଓଡ଼ିଶାରେ। ସେ ଥିଲେ "ଉଡ୍ଡ଼ୀୟା"ର ଅଧିବାସୀ ।'ପାଗ-ସମ-ଯୋଂଗ୍-ଯାଂଗ୍'ପୁସ୍ତକ ଅନୁସାରେ ସେ ପ୍ରାଚ୍ୟ ଦେଶର ଲୋକ ସୂଚିତ। ପ୍ରାଚ୍ୟ ଦେଶରେ ଉଡ୍ଡ଼ୀୟ ମାନେ ଅନ୍ତର୍ଭୁକ ହେଉଥିବାରୁ ସରହପାଙ୍କ ଜନ୍ମ ଜେ, ଓଡ଼ିଶାରେ ଏଥିରେ ସନ୍ଦେହର ଅବକାଶ ନାହି।ସେ ଓଡ଼ିଶାରେ ଅଧ୍ୟୟନ କରିସାରିବା ପରେ ଉଚ୍ଚ ଶିକ୍ଷା ପାଈଁ ବାହାରକୁ ଯାଇଥିଲେ। ପରେ ସେ ସେଠାରେ କିଛିକଳା ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ପରେ ସେ ନାଳନ୍ଦା ଯାତ୍ରା କରି ସେଠାରେ 'ଶର'ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କ କନ୍ୟାଙ୍କୁ ବିବାହ କରିଥିଲେ।ଏହାପରେ ସେ ସଦା ସର୍ବଦା ହାତରେ ଏକ ସର ଧାରଣ କଲେ ।ଶର ପ୍ରସ୍ତୁତ କରୁଥିବା ସମ୍ପ୍ରଦାୟରେ ବିବାହ ହେତୁ ହାତରେ ସର୍ବଦା ଶର ଧାରଣ କରୁଥିବାରୁ ତାଙ୍କ ନାମ ହୋଇଥିଲା ସରହପା। ସେ ରାହୁଳ ଭଦ୍ର,ମହାଶବର,ସରହ,ଆଚାର୍ଯ୍ୟ, ଆଦି ନାମରେ ନାମିତ ହୋଇଥିଲେ।

ରଚନାବଳୀ[ସମ୍ପାଦନା]

ସରହପା ତାହାଙ୍କର ଚର୍ଯାପଦର ଅନେକ ରଚନା ନିମନ୍ତେ ଖ୍ୟାତ । ସେ 25ଟି ଗ୍ରନ୍ଥର ରଚୟିତା। ଏହି ଗ୍ରନ୍ଥ ମଧ୍ୟରେ ତାଙ୍କର 'ଦୋହାକୋଷ' ଅନ୍ୟତମ। ଚର୍ଯା ଗୀତିକାରେ ଥିବା ତାଙ୍କର 4ଟି ଗିତିକା ହେଲା 22,32,38,39 ନମ୍ବର ଗିତିକା। ସେ ତାଙ୍କ ଗିତିକାରେ ନିଜକୁ ଅଚିନ୍ତ୍ୟ ଯୋଗୀ ଭାବରେ ସୂଚାଇଛନ୍ତି। ଜନ୍ମ,ମରଣ,ସ୍ଥିତି ସଂପର୍କରେ ସେ ନିର୍ବିକଳ୍ପ। ଏ ସବୁରେ ସେ ପ୍ରଭେଦ ଦେଖି ନାହାନ୍ତି। ତେଣୁ ଏସବୁରେ ଆନ୍ତରିକତା ଆଣିବା ପାଈଁ ସେ ସାଧନାର ଜଟିଳ ପଥ ପରିହାର କରିବା ପାଈଁ ସେ ପରାମର୍ଶ ଦିଅନ୍ତି।ସହଜ ମାର୍ଗ ଅବଲମ୍ବନ କରି ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ତତ୍ତ୍ୱକୁ ଉପଲବ୍ଧି କରିବା ପାଈଁ ସେ କହିଛନ୍ତି। ତାଙ୍କ 'ମନଃ ଶିକ୍ଷା ଚର୍ଯା'ରେ 'ନୈକାଚର୍ଯା'ତାଙ୍କର ଏକ ରୂପ ଗିତିକା। ଏଥିରେ ସେ କହିଛନ୍ତି,କାୟା ରୂପକ ନୈକାରେ ବିଶୁଦ୍ଧ ମନକୁ ହାଲୁକା କରି ଏବଂ ସଦଗୁରୁ ଅନୁସାରେ ହାତରେ ମଙ୍ଗ ଧରି ସ୍ଥିର ଚିତ୍ତରେ ସେହି ନୈକାକୁ ଆଶ୍ରୟ କରିବା ପାଈଁ ସେ ଉପଦେଶ ଦେଇଛନ୍ତି। ଶୂନ୍ୟ ସାଧନା ଏବଂ କାୟା ସାଧନା ତାଙ୍କ ଗୀତିକାରେ ସ୍ଥାନ ପାଇଛି। ସେ କହନ୍ତି ଘୋର ଅନ୍ଧକାରରେ ଚନ୍ଦ୍ରକାନ୍ତ ମଣି ଯେଭଳି ଆଲକ ବିଛୁରିତ କରେ ଠିକ ସେହିପରି ପରମ ମହାସୁଖ ମଧ୍ୟ ମନୁଷ୍ୟର ଅଶେଷକୁ ଦୁରିତ ହରଣ କରି ତାକୁ ନିର୍ୱାଣ ପଥ ଦର୍ଶାଇଏ। ତେଣୁ ସେ କହିଛନ୍ତି- "ଯଦି ମନ ପବନ ନ ସଂଚରଇରବି ସସୀ ନାହିଁପବସେ

ତହି ବଟ ଚିତ୍ତ ବିସାମକରୁ ସରେହେ କହିଓ ଭୱସେ ।
ଘୋର ଅନ୍ଧାରେ ଚନ୍ଦ୍ରମଣି ଜିମି ଉତ୍ ଜୋଳା କରେଇ
ପରମ ମହାସୁଖ ଏଣୁ କଣେ ହୁରିଓ ଅଶେଷ ହରେଇ ।"

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିକ[ସମ୍ପାଦନା]