Jump to content

ସରହପା

ଉଇକିପିଡ଼ିଆ‌ରୁ
ସରହପା
ନେପାଳରୁ ମିଳିଥିବା ସରହପାଙ୍କ ଏକ ମୂର୍ତ୍ତୀ
ଧର୍ମବୌଦ୍ଧ
ଜନ୍ମ ତାରିଖଖ୍ରୀ. ୭୬୯
ଜନ୍ମସ୍ଥାନଓଡ଼ିଶା
ତିରୋଧାନ୮୦୯
ଦର୍ଶନବୌଦ୍ଧବାଦ
ରଚନାବଳୀଆଶ୍ଚର୍ଯ୍ୟଚର୍ଯାଚୟର ଚର୍ଯା ଗୀତିକା ରଚନା

ସରହ, ସରହପା, ସରହପାଦ (c. ଖ୍ରୀ. ୮ମ ଶତାବ୍ଦୀ) ଜଣେ ଭାରତୀୟ ବୌଦ୍ଧ ମହାସିଦ୍ଧ ଓ କବି । ସରହ ଶବ୍ଦର ଅର୍ଥ "ଯିଏ ଦ୍ୱୈତଭାବର ହୃଦୟକୁ ଅଦ୍ୱୈତର ଶର (ତୀର) ଭେଦ କରିଛନ୍ତି ।[୧] ଜଣେ ବିଦ୍ୱାନଙ୍କ ମତରେ, ଏହା ତାଙ୍କ ଜୀବନୀର ସେଇ ସମୟକୁ ସୂଚାଏ ଯେତେବେଳେ ସେ ଜଣେ ନୀଚ ଜାତିର ତୀର ନିର୍ମାତା ରୂପରେ ଥିବା ଏକ ଡାକିନୀଙ୍କଠାରୁ ଶିକ୍ଷାଲାଭ କରିଥିଲେ ।[୨]

ଜୀବନକାଳ

[ସମ୍ପାଦନା]

ସିଦ୍ଧ କବିମାନଙ୍କ ମଧ୍ୟରେ ସିଦ୍ଧଚାର୍ଯ ସରହପା ଆଦି ସିଦ୍ଧ ବା ସର୍ବ ପ୍ରାଚୀନ ସିଦ୍ଧ ଭାବେ ପରିଚିତ। ସେ ଥିଲେ ଜଣେ ବ୍ରାହ୍ମଣ ଭିକ୍ଷୁ । ତାଙ୍କ ପିତା ଥିଲେ ଜଣେ ବ୍ରାହ୍ମଣ,ମାତ୍ର ମାତା ଥିଲେ ନୀଚକୁଳ ସମ୍ଭୁତ।। ଲାମା ତାରନାଥଙ୍କ ବିବରଣୀ ଅନୁସାରେ ସରହପାଙ୍କ ଜନ୍ମ ଓଡ଼ିଶାରେ। ସେ ଥିଲେ "ଉଡ୍ଡ଼ୀୟା"ର ଅଧିବାସୀ ।'ପାଗ-ସମ-ଯୋଂଗ୍-ଯାଂଗ୍'ପୁସ୍ତକ ଅନୁସାରେ ସେ ପ୍ରାଚ୍ୟ ଦେଶର ଲୋକ ସୂଚିତ। ପ୍ରାଚ୍ୟ ଦେଶରେ ଉଡ୍ଡ଼ୀୟମାନେ ଅନ୍ତର୍ଭୁକ ହେଉଥିବାରୁ ସରହପାଙ୍କ ଜନ୍ମ ଜେ, ଓଡ଼ିଶାରେ ଏଥିରେ ସନ୍ଦେହର ଅବକାଶ ନାହି।ସେ ଓଡ଼ିଶାରେ ଅଧ୍ୟୟନ କରିସାରିବା ପରେ ଉଚ୍ଚ ଶିକ୍ଷା ପାଈଁ ବାହାରକୁ ଯାଇଥିଲେ। ପରେ ସେ ସେଠାରେ କିଛିକଳା ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ପରେ ସେ ନାଳନ୍ଦା ଯାତ୍ରା କରି ସେଠାରେ 'ଶର'ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କ କନ୍ୟାଙ୍କୁ ବିବାହ କରିଥିଲେ।ଏହାପରେ ସେ ସଦା ସର୍ବଦା ହାତରେ ଏକ ସର ଧାରଣ କଲେ ।ଶର ପ୍ରସ୍ତୁତ କରୁଥିବା ସମ୍ପ୍ରଦାୟରେ ବିବାହ ହେତୁ ହାତରେ ସର୍ବଦା ଶର ଧାରଣ କରୁଥିବାରୁ ତାଙ୍କ ନାମ ହୋଇଥିଲା ସରହପା। ସେ ରାହୁଳ ଭଦ୍ର,ମହାଶବର,ସରହ,ଆଚାର୍ଯ୍ୟ, ଆଦି ନାମରେ ନାମିତ ହୋଇଥିଲେ।

ରଚନାବଳୀ

[ସମ୍ପାଦନା]

ସରହପା ତାହାଙ୍କର ଚର୍ଯାପଦର ଅନେକ ରଚନା ନିମନ୍ତେ ଖ୍ୟାତ । ସେ 25ଟି ଗ୍ରନ୍ଥର ରଚୟିତା। ଏହି ଗ୍ରନ୍ଥ ମଧ୍ୟରେ ତାଙ୍କର 'ଦୋହାକୋଷ' ଅନ୍ୟତମ। ଚର୍ଯା ଗୀତିକାରେ ଥିବା ତାଙ୍କର 4ଟି ଗିତିକା ହେଲା 22,32,38,39 ନମ୍ବର ଗିତିକା। ସେ ତାଙ୍କ ଗିତିକାରେ ନିଜକୁ ଅଚିନ୍ତ୍ୟ ଯୋଗୀ ଭାବରେ ସୂଚାଇଛନ୍ତି। ଜନ୍ମ,ମରଣ,ସ୍ଥିତି ସଂପର୍କରେ ସେ ନିର୍ବିକଳ୍ପ। ଏ ସବୁରେ ସେ ପ୍ରଭେଦ ଦେଖି ନାହାନ୍ତି। ତେଣୁ ଏସବୁରେ ଆନ୍ତରିକତା ଆଣିବା ପାଈଁ ସେ ସାଧନାର ଜଟିଳ ପଥ ପରିହାର କରିବା ପାଈଁ ସେ ପରାମର୍ଶ ଦିଅନ୍ତି।ସହଜ ମାର୍ଗ ଅବଲମ୍ବନ କରି ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ତତ୍ତ୍ୱକୁ ଉପଲବ୍ଧି କରିବା ପାଈଁ ସେ କହିଛନ୍ତି। ତାଙ୍କ 'ମନଃ ଶିକ୍ଷା ଚର୍ଯା'ରେ 'ନୈକାଚର୍ଯା'ତାଙ୍କର ଏକ ରୂପ ଗିତିକା। ଏଥିରେ ସେ କହିଛନ୍ତି,କାୟା ରୂପକ ନୈକାରେ ବିଶୁଦ୍ଧ ମନକୁ ହାଲୁକା କରି ଏବଂ ସଦଗୁରୁ ଅନୁସାରେ ହାତରେ ମଙ୍ଗ ଧରି ସ୍ଥିର ଚିତ୍ତରେ ସେହି ନୈକାକୁ ଆଶ୍ରୟ କରିବା ପାଈଁ ସେ ଉପଦେଶ ଦେଇଛନ୍ତି। ଶୂନ୍ୟ ସାଧନା ଏବଂ କାୟା ସାଧନା ତାଙ୍କ ଗୀତିକାରେ ସ୍ଥାନ ପାଇଛି। ସେ କହନ୍ତି ଘୋର ଅନ୍ଧକାରରେ ଚନ୍ଦ୍ରକାନ୍ତ ମଣି ଯେଭଳି ଆଲକ ବିଛୁରିତ କରେ ଠିକ ସେହିପରି ପରମ ମହାସୁଖ ମଧ୍ୟ ମନୁଷ୍ୟର ଅଶେଷକୁ ଦୁରିତ ହରଣ କରି ତାକୁ ନିର୍ୱାଣ ପଥ ଦର୍ଶାଇଏ। ତେଣୁ ସେ କହିଛନ୍ତି- "ଯଦି ମନ ପବନ ନ ସଂଚରଇରବି ସସୀ ନାହିଁପବସେ

ତହି ବଟ ଚିତ୍ତ ବିସାମକରୁ ସରେହେ କହିଓ ଭୱସେ ।
ଘୋର ଅନ୍ଧାରେ ଚନ୍ଦ୍ରମଣି ଜିମି ଉତ୍ ଜୋଳା କରେଇ
ପରମ ମହାସୁଖ ଏଣୁ କଣେ ହୁରିଓ ଅଶେଷ ହରେଇ ।"

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. ↑ Lara Braitstein. The Adamantine Songs: Vajragiti by Saraha. American Institute of Buddhist Studies. 2014, p. 4
  2. ↑ Lara Braitstein. The Adamantine Songs: Vajragiti by Saraha. American Institute of Buddhist Studies. 2014, p. 4

ବାହାର ଲିକ

[ସମ୍ପାଦନା]