ସନୋବର କବୀର

ଉଇକିପିଡ଼ିଆ‌ରୁ
ସନୋବର କବୀର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ
ଗାୟିକା
ସକ୍ରିୟ ବର୍ଷ୧୯୯୯ – ୨୦୦୮

ସନୋବର କବୀର ଜଣେ ଭାରତୀୟ ଅଭିନେତା, ଯିଏକି ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।[୧] ୧୯୯୯ ମସିହାରେ ମଦର୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବା ପରେ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଆଦିରେ କାମ କରିଥିଲେ । ଜଣେ କଣ୍ଠଶିଳ୍ପୀ ଭାବରେ ସେ ମ୍ୟୁଜିକ୍ ଭିଡିଓ ଓ ଆଲବମ୍‌ର ନିର୍ମାଣ କରିଥିଲେ ।[୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସନୋବରଙ୍କ ମାଆଙ୍କ ନାମ ସାବିହା ଏବଂ ବାପାଙ୍କ ନାମ ଏନ୍.ଏସ୍ କବୀର ।[୩] ସେ ଅଭିନେତା ରଜା ମୁରାଦଙ୍କ ଭାଣିଜୀ ଏବଂ ଅଭିନେତା ମୁରାଦଙ୍କ ନାତୁଣୀ । ଅଭିନେତ୍ରୀ ସୋନମ ଖାନ୍ ହେଉଛନ୍ତି ତାଙ୍କ ସମ୍ପର୍କୀୟ ଭଉଣୀ ।

ଅଭିନୟ ଜୀବନ[ସମ୍ପାଦନା]

୧୯୯୯ ମସିହାରେ ସେ ରେଖାଙ୍କ ଅଭିନୀତ ସାୱନ କୁମାର ତକଙ୍କ କଥାଚିତ୍ର ମଦର୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ କିଛି ହିନ୍ଦୀ କଥାଚିତ୍ରରେ ଅଭିନୟ କରିବା ପରେ ଦୂରଦର୍ଶନରେ କାମ କରିଥିଲେ । ତୁମ୍ ବିନ୍ ଜାଉଁ କାହାଁ, ଆର୍ଜୁ ହୈ ତୁ ଏବଂ କରିସ୍ମା[୪] ଭଳି ଧାରାବାହିକରେ ଅଭିନୟ ସେ ଅଭିନୟ କରିଛନ୍ତି । ଏହାପରେ ଜଣେ ଗାୟିକା ଭାବରେ[୫] ସେ ବମ୍ବସେଲ୍ ବେବ୍ ନାମକ ଏକ ରିମିକ୍ସ ମ୍ୟୁଜିକ୍ ଆଲବମ୍ ନିର୍ମାଣ କରିଥିଲେ । ୨୦୧୦ ମସିହାରେ, ସେ ଅଭିନେତା ରାଜୀବ ସିଂହଙ୍କୁ ବିବାହ କରିଥିଲେ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ପ୍ରକାର ଭୂମିକା ମନ୍ତବ୍ୟ
୧୯୯୯ ମଦର୍ କଥାଚିତ୍ର ଜିୟା ବ୍ରିଟାନିଆ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୦ ଇସ୍କ୍ ଇସ୍କ୍ କ୍ଷୁଦ୍ର ଚଳଚ୍ଚିତ୍ର
କୁଡ଼ି ପଞ୍ଜାବୀ ଲଗ୍ ଦି
ପଞ୍ଜାବୀ ମୁଣ୍ଡା: ମେଡ୍‌ଲି
ଏ ମେରେ ଦିଲ୍-ଏ-ନାଦାନ୍
୨୦୦୧ ଆୟେଗା ଆନେୱାଲା
୨୦୦୨ କାଲି କାଲି ଆଁଖିୟୋସେ
ତାରା ଅମ୍ବର ତେ
ବସ୍ତି କଥାଚିତ୍ର ମଧୁ
୨୦୦୩ କୋନ୍ ନେହା ବୋଷ
୨୦୦୪ କଜ୍‌ରା ମୋହବତ୍ ୱାଲା କ୍ଷୁଦ୍ର ଚଳଚ୍ଚିତ୍ର
୨୦୦୫ ମେରି ବେରି କେ ବେର୍ ମତ୍ ତୋଡ଼ୋ କାଣ୍ଟା ଚୁଭ୍ ଜାଏଗା [୭]
ଜିୟା ହୋ ଜିୟା
ହସ୍ତା ହୁଆ ନୁରାନି ଚେହେରା
ୟାର୍ ଦିଲ୍‌ଦାର୍
ତୁ କ୍ୟା ଜାନେ
ଉନ୍‌ସେ ମିଲି ନଜର୍
୨୦୦୬ ଦିଲ୍ ନେହିଁ ଲଗ୍‌ଦା
୨୦୦୮ ମେହବୁବା କଥାଚିତ୍ର ନର୍ତ୍ତକୀ

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ
୨୦୦୩ କଭି କଭି ମୋଭା
୨୦୦୩–୦୪ କରିସ୍ମା: ଦି ମିରାକିଲ୍ସ ଅଫ୍ ଡେସ୍ଟିନି ରିୟା
୨୦୦୩ ଆର୍ଜୁ ହୈ ତୁ
ତୁମ୍ ବିନ୍ ଜାଉଁ କାହାଁ

ଗୀତ ଓ ଆଲବମ୍[ସମ୍ପାଦନା]

ବର୍ଷ ଆଲବମ୍ ଗୀତ ଗାୟକ
୨୦୦୩ ଦି ରିଟର୍ଣ୍ଣ ଅଫ୍ କାନ୍ତା (ମିକ୍ସ) ମେରୀ ବେରୀ କେ ବେର୍ ସନୋବର
୨୦୦୫ ବମ୍ବେସେଲ୍ ବେବ୍‌ସ୍ କାନ୍ ମେଁ ଝୁମ୍‌କା
ଡିଜେ ହଟ୍ ରିମିକ୍ସ ଭଲ୍ୟୁମ୍ ୪ ସୋନୁ ନିଗମ ଏବଂ କଳ୍ପନା
୨୦୦୬ ସନୋବର ଆଣ୍ଡ ଦି ମସ୍ତି ଏକ୍ସପ୍ରେସ୍ ସୋଣିୟେ ଦିଲ୍ ନେହିଁ ଲଗ୍‌ଦା ତେରେ ବିନା ସନୋବର

ଆଧାର[ସମ୍ପାଦନା]

  1. "GR8! TV Magazine - Sanober & Rukhsar". www.gr8mag.com. Retrieved 2023-10-12.
  2. "Sanober Kabir gets Lodhi Club rocking". Times of India (in English). 27 February 2013. Archived from the original on 8 November 2013. Retrieved 8 November 2013.{{cite news}}: CS1 maint: unrecognized language (link)
  3. "Sanober Kabir ties the knot!". The Times of India. 31 January 2010. Retrieved 24 July 2019.
  4. "Mature roles? Why not, says Sanober?". The Times of India. 30 July 2010. Archived from the original on 12 November 2013.
  5. Wadhwa, Akash (28 May 2008). "Sanober Kabir delights Lucknowites". Times of India (in English). Archived from the original on 8 November 2013. Retrieved 12 October 2023.{{cite news}}: CS1 maint: unrecognized language (link)
  6. "Sanober Kabir ties the knot!?". The Times of India. 31 January 2010. Archived from the original on 29 October 2013.
  7. Naval-Shetye, Aakanksha (5 December 2004). "Sanober Kabir delights Lucknowites". Times of India (in English). Archived from the original on 8 November 2013. Retrieved 8 November 2013.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]