ସଦାନନ୍ଦ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ସଦାନନ୍ଦ ଅଗ୍ରୱାଲ
Born
ସଦାନନ୍ଦ ଅଗ୍ରୱାଲ

(1952-11-07)୭ ନଭେମ୍ବର ୧୯୫୨
ମେଣ୍ଡା, ତରଭା, ସୁବର୍ଣ୍ଣପୁର
Died୧ ଅଗଷ୍ଟ ୨୦୧୭(2017-08-01) (ବୟସ ୬୪)
ବଲାଙ୍ଗୀର
Nationality ଭାରତୀୟ
Educationଏକାଦଶ ଶ୍ରେଣୀ ମେଣ୍ଡା ହାଇ ସ୍କୁଲରୁ ପ୍ରଥମ ସ୍ଥାନରେ ପାସ କରିଥିଲେ
Known forଐତିହାସିକ, ଲିପିତତ୍ତ୍ୱବିଦ
Spouseତାରା ଅଗ୍ରୱାଲ
Childrenନମିତା, ଇତିସ୍ମିତା, ସିଦ୍ଧାର୍ଥ(ଆଶିଷ)
Parent(s)ଭାନିରାମ, ରାମବାଇ
Awardsଡିଲିଟ ଉପାଧି, ରାଷ୍ଟ୍ରୀୟ ସଂସ୍କୃତ ବିଦ୍ଯାପୀଠ ତିରୁପତି

ସଦାନନ୍ଦ ଅଗ୍ରୱାଲ ଜଣେ ଓଡ଼ିଆ ଐତିହାସିକ ଓ ଲିପିତତ୍ତ୍ୱ ବିଶାରଦ ଥିଲେ ।[୧] ସେ ଓଡ଼ିଶାର ପ୍ରଥମ ଲିପିତତ୍ତ୍ୱବିଦ ଭାବରେ ପରିଗଣିତ । ଏହାସହ ଏକାଧାରରେ ଜଣେ ଗବେଷକ,ସାମ୍ବାଦିକ,ନାଟ୍ୟକାର, ସଂଗୀତଜ୍ଞ, ଲେଖକ, ସମାଜସେବୀ, ସାହିତ୍ଯିକ ଭାବରେ ପରିଚିତ ଥିଲେ। ମହିମା ଧର୍ମ ଓ ଭୀମଭୋଇଙ୍କ ପ୍ରଚାର ପ୍ରସାରରେ ତାଙ୍କର ଅନନ୍ୟ ଭୂମିକା ଥିଲା। କୌଣସି ବିଶ୍ବବିଦ୍ୟାଳୟରେ ନିଜେ ପାଠ ନପଢି ମଧ୍ୟ ସେ ବିଶ୍ବଭାରତୀ ଶାନ୍ତିନିକେତନରେ ପ୍ରାଚୀନ ଲିପି ଉପରେ ଶିକ୍ଷା ଦାନ କରିଥିଲେ।

ଜୀବନୀ[ସମ୍ପାଦନା]

ସଦାନନ୍ଦ, ୧୯୫୨ ମସିହା ନଭେମ୍ବର ୭ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ପିତାଙ୍କ ନାମ ଥିଲା ଭାନିରାମ ଅଗ୍ରୱାଲ ଓ ମା'ଙ୍କ ନାମ ରାମବାଇ । ମାତାପିତାଙ୍କର ଚାରି ଝିଅ ଥିଲେ ଓ ଏକମାତ୍ର ପୁଅ ଥିଲେ ସଦାନନ୍ଦ । ସଦାନନ୍ଦ ମେଣ୍ଡା ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ ।

ଆର୍ଥିକ ଅନାଟନ ଯୋଗୁ ମାଟ୍ରିକରୁ ଆଗକୁ ପଢିପାରିନଥିଲେ ମଧ୍ୟ ସାହିତ୍ୟ, ଇତିହାସ, କଳାସଂସ୍କୃତି ଉପରେ ସେ ନିଜେ ଗବେଷଣା କରୁଥିଲେ । ୧୯୮୦ମସିହାରେ "ସୋନପୁର ଇତିହାସ" ନାମରେ ଗବେଷଣାଧର୍ମୀ ପୁସ୍ତକ ଦୁଇଭାଗରେ ପ୍ରକାଶ ପାଇଥିଲା । ଏହି ପୁସ୍ତକ ତାଙ୍କୁ ପରିଚିତି ଆଣି ଦେଇଥିଲା ଓ ପରବର୍ତ୍ତୀ ସମୟରେ ସେ ବହୁ ପୁସ୍ତକ, ପ୍ରବନ୍ଧ, ନାଟକ ଆଦି ରଚନା କରିଥିଲେ । ଭାରତ ସରକାରଙ୍କଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର "ଭୀମଭୋଇ" ନିର୍ମାଣରେ ସେ ଜଣେ ବିଶେଷ ବିଶେଷଜ୍ଞ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ମହିମା ଧର୍ମର ପ୍ରଚାର କ୍ଷେତ୍ରରେ ସେ କାର୍ଯ୍ୟ କରିଥିଲେ ।[୩] "ଖଲିଆପାଲି"ରେ ଥିବା ଭୀମ ଭୋଇଙ୍କ ସମାଧି ପୀଠର ଉନ୍ନତି ପାଇଁ ସେ ନିଜ ଶେଷ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ବଲାଙ୍ଗୀରରେ ପ୍ରସ୍ତାବିତ ମେଡିକାଲ କଲେଜକୁ ସନ୍ତକବି ଭୀମ ଭୋଇ ମେଡିକାଲ କଲେଜ କରାଯିବାକୁ ସେ ଚେଷ୍ଟିତ ଥିଲେ ।

୨୦୧୭ ମସିହା ଅଗଷ୍ଟ ୧ତାରିଖ ଦିନ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[୪]

ରଚନାବଳୀ[ସମ୍ପାଦନା]

  • ସୋନପୁର ଇତିହାସ( ପ୍ରଥମ ଓ ଦ୍ୱିତୀୟ ଭାଗ)
  • ଖାରବେଳ (ଓଡ଼ିଆ, ହିନ୍ଦୀ, ଇଂରାଜୀ)
  • ଓରିଶାନ ପଲାଓଗ୍ରାଫି
  • ଟୁ କପର ପ୍ଲେଟ ଗ୍ରାଣ୍ଟ ଫ୍ରମ ୱେଷ୍ଟର୍ଣ୍ଣ ଓରିଶା
  • ସୌରା ପେଣ୍ଟିସ ଅଫ୍ ଓରିଶା
  • ରକତ୍(କୋଶଳି ନାଟକ)
  • ସ୍ପର୍ଶର ପ୍ରଭାବ (ଅନୁବାଦ)
  • ବୃହତ୍ କୋଶଳ ଇତିହାସ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଡିଲିଟ୍ ଉପାଧି(ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ତିରୁପତି)
  • ଆଚାର୍ଯ୍ୟ ବିଦ୍ୟା ସାଗର ସମ୍ମାନ(ଭାରତ ବର୍ଷୀୟ ଦିଗମ୍ବର ଜୈନ ମହାସଭା)
  • ଜ୍ଞାନୋଦୟ ସମ୍ମାନ(ଜୁନ୍ଦକୁନ୍ଦ ଜ୍ଞାନପୀଠ, ଇନ୍ଦୋର)
  • ରାଜକିଶୋର ରାୟ ସମ୍ମାନ(କେଦାରନାଥ ଗବେଷଣା ପ୍ରତିଷ୍ଠାନ)
  • ଏକାମ୍ର ସମ୍ମାନ
  • ପୂର୍ଣ୍ଣଚନ୍ଦ୍ର ରଥ ସ୍ମାରକୀ ସମ୍ମାନ
  • ପାଟଣା ଗୌରବ
  • ଏପିଗ୍ରାଫିଷ୍ଟ ଆଓର୍ତ
  • ଭକ୍ତି ତରଙ୍ଗ ସମ୍ମାନ
  • ନାଦବ୍ରହ୍ମ ସମ୍ମାନ
  • ମହିମାଶ୍ରୀ ସମ୍ମାନ
  • ମହିମା ଗୌରବ ସମ୍ମାନ
  • ମଠଖାଇ ସମ୍ମାନ
  • ସ୍ୱୀକାର ସମ୍ମାନ[୫]

ଆଧାର[ସମ୍ପାଦନା]

  1. https://www.telegraphindia.com/1101209/jsp/orissa/story_13275920.jsp
  2. Jitāmitra Prasāda Siṃhadeba (2006). Socio-cultural History of Orissa: A Case Study of Khariar Estate. Punthi Pustak. ISBN 978-81-86791-62-2.
  3. "ଐତିହାସିକ ଡ. ସଦାନନ୍ଦ ଅଗ୍ରୱାଲଙ୍କ ପରଲୋକ". ଧରିତ୍ରୀ ୦୨/୦୮/୨୦୧୭, ଭୁବନେଶ୍ୱର ସଂସ୍କରଣ (ପୃଷ୍ଠା ୮). 2 August 2017. Retrieved 27 June 2022.
  4. http://kanaknews.com/histric-sadananda-agrawal-death/
  5. ସମ୍ବାଦ ୦୨/୦୮/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ http://www.sambadepaper.com/Details.aspx?id=375175&boxid=21541540. Retrieved 2 August 2017. {{cite news}}: Missing or empty |title= (help)[permanent dead link]