ମହିମା ଧର୍ମ

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତର ଓଡ଼ିଶାଠାରେ ଥିବା ଢେଙ୍କାନାଳର ଜୋରନ୍ଦା ମହିମା ଗାଦି
ଭୁବନେଶ୍ୱର ଏକ ରାସ୍ତାରେ ଚାଲିଚାଲି ଯାଉଥିବା ଜଣେ ମହିମା ଅଲେଖ ସାଧୁ ।
ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱରଠାରେ ଏକ କ୍ୟାବିନ ଭିତରେ ଶୋଇଥିବା ଜଣେ ମହିମା ଅଲେଖ ସାଧୁ ।

ମହିମା ଧର୍ମ (ପୂରା ନାମ "ସତ୍ୟ ମହିମା ଅଲେଖ ଧର୍ମ") ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟମାନଙ୍କରେ ପ୍ରଚଳିତ ଏକ ଅଦ୍ୱୈତ ସାମାଜିକ-ଧର୍ମଧାରା । ଏହା ଉନବିଂଶ ଶତାବ୍ଦୀରେ ସମାଜର ନିମ୍ନ ଜାତି ଭାବେ ଜଣା ଜାତିର ଲୋକଙ୍କଦ୍ୱାରା ବ୍ରାହ୍ମଣବାଦର ବିରୋଧରେ ଏକ ନୂତନ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା । ଏଥିରେ ମୂର୍ତ୍ତି ପୂଜାକୁ ବିରୋଧ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ୱାସ କରାଯାଏ । ଏହା ପୃଥିବୀର କନିଷ୍ଟତମ ଧର୍ମ ଭାବେ ଜଣା ।[୧] ଏଥିରେ ବୌଦ୍ଧଜୈନ ଧର୍ମ ତଥା ଅଦ୍ୱେତ ବେଦାନ୍ତର ପ୍ରଭାବ ପଡ଼ିଛି । ଏହା ହିନ୍ଦୁ ସମାଜର ପୌତଳିକତା, ଜାତିବାଦ ଓ ବାହ୍ୟ ଉପଚାର ଆଦି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା । [୨]

ନାମକରଣ[ସମ୍ପାଦନା]

"ମହିମା" ଓଡ଼ିଆ ଶବ୍ଦ ମହିମ, ମୂଳ ପାଳି ମଝିମରୁ ଆହରିତ ଯାହାର ଅର୍ଥ "ମଝି" ବା "ମଧ୍ୟ"।

ଦର୍ଶନ[ସମ୍ପାଦନା]

ଏହି ଧର୍ମ ଏକ ଧାର୍ମିକ ସଂସ୍ଥା ଅପେକ୍ଷା ଓଡ଼ିଆଙ୍କ ମୌଳିକ ବିଚାର ବହନ କରୁଥିବା ଏକ ସାଂସ୍କୃତିକ ସଂସ୍ଥା ସ୍ଥାପନ ଉପରେ ଅଧିକ ଦୃଷ୍ଟି ଦେଇଥିଲା । ମହିମା ଧର୍ମର ମୂଳ ଆଧାର "ନିରାକାର ବାଦ" ବା "ଶୂନ୍ୟ ପୁରୁଷ ପୂଜନ" ଉପରେ ଆଧାରିତ । ଏହା ବ୍ରାହ୍ମଣ ପ୍ରାଧାନ୍ୟ ମୂର୍ତ୍ତି ପୂଜାର ପରିପନ୍ଥୀ । ଏଥିରେ ଓଡ଼ିଶାର ମୌଳିକ ଆରାଧନା ସୂର୍ଯ୍ୟପୂଜା "ଅଲେଖ" ଭାବେ ସାଙ୍କେତିକ ରୂପରେ ପୂଜିତ । ଭୀମଭୋଇଙ୍କ ରଚନାରେ ଏହି ଦର୍ଶନ ଫୁଟି ଉଠିଥିବା ପରିଲକ୍ଷିତ ହୁଏ ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।।

—ଭୀମଭୋଇ

ଇତିହାସ[ସମ୍ପାଦନା]

ଉନବିଂଶ ଶତାବ୍ଦୀରେ ଧୂଳିଆବାବା ଆବିର୍ଭାବ ହୋଇ ପ୍ରଥମେ ମହିମା ଧର୍ମର ବିଚାର ବାଢ଼ିଥିଲେ । ଏଥିରେ ଜାତି ପ୍ରଥାର କଠୋରତାକୁ ସମ୍ପୂର୍ଣ୍ଣ ବିରୋଧ କରିବା ସହିତ ମୂର୍ତ୍ତି ପୂଜା, ପୂଜା ପଦ୍ଧତି ଆଦି ଛାଡ଼ି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ଭିତରେ ସୀମିତ ନଥିବା ପ୍ରାରମ୍ଭିକ ପରମ୍ପରା ସପକ୍ଷରେ କହିଥିଲେ । ତାଙ୍କ ଶିଷ୍ୟ ଭୀମଭୋଇ ବ୍ରାହ୍ମଣବାଦ ବିରୋଧରେ ଶକ୍ତ ଆନ୍ଦୋଳନ ଗଢ଼ିତୋଳିଥିଲେ ।

ଆଧାର[ସମ୍ପାଦନା]

  1. କାନୁନ୍‌ଗୋ, ପଞ୍ଚାନନ (୨୦୧୪). ସଂସ୍କୃତି ବୈଭବ. Check date values in: |date= (help)
  2. Mishra, R.N. "The Alekh Cult: A Religion of the Masses". Boloji.com. Retrieved 6 October 2014.