ସତ୍ୟ ନାରାୟଣ ମହାରଣା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସତ୍ୟ ନାରାୟଣ ମହାରଣା ଓଡ଼ିଶାର ଜନ୍ମିତ ଜଣେ ଭାରତୀୟ ମହାରଣା, ମୂର୍ତ୍ତିକାର ଓ ବାଲୁକାଶିଳ୍ପୀ । ୨୦୨୦ ମସିହାରେ ସେ ପୁରୀ ରଥଯାତ୍ରାର ନନ୍ଦିଘୋଷ ରଥର ୧.୩ ସେମି ଓ ୬୦୦ ମିଲିଗ୍ରାମ ଓଜନ ବିଶିଷ୍ଟ ଉଚ୍ଚ କ୍ଷୁଦ୍ର କାଠ ପ୍ରତିକୃତି ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୦ରେ କ୍ଷୁଦ୍ରତମ ରଥ ନିର୍ମାଣ ରେକର୍ଡ଼ ପାଇଁ ସ୍ଥାନପାଇଥିଲେ । ଏହି ନୂଆ ରେକର୍ଡ଼ ୩.୫୫୬ ସେମି ଓ ୩.୩୦୨ ସେମି ମାପ ଓ ୩ ଗ୍ରାମ ଓଜନବିଶିଷ୍ଟ ତାଙ୍କ ନିଜର ପୂର୍ବ ରେକର୍ଡ଼ ଭାଙ୍ଗିଥିଲା ।[୧]

ଜୀବନୀ

ସତ୍ୟ ନାରାୟଣ ମହାରଣା ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ବ୍ରହ୍ମପୁରଠାରେ ଜନ୍ମନେଇଥିଲେ ।[୨] ତାଙ୍କ ବାପାଙ୍କ ନାମ ସୁବାସ ଚନ୍ଦ୍ର ମହାରଣା ଓ ମାଆଙ୍କ ନାମ ସୁବାସିନୀ ମହାରଣା । ତାଙ୍କ ବଡ଼ଭାଇ ସଞ୍ଜୟ ମହାରଣା ଓ ବାପା ଉଭୟ ମାଟିରେ ମୂର୍ତ୍ତି ଗଢ଼ନ୍ତି ।[୧]

ରେକର୍ଡ

୨୦୨୩ ମସିହା ସୁଦ୍ଧା ସତ୍ୟ ନାରାୟଣ ମହାରଣା ମୋଟ ୨୫ଟି ଆନ୍ତର୍ଜାତୀୟ ଓ ଜାତୀୟ ପୁରସ୍କାର ଜିତିସାରିଥିଲେ । ସେଯାବତ ରେକର୍ଡ଼ ହୋଇଥିବା କ୍ଷୁଦ୍ରତମ ହକିଷ୍ଟିକ ତିଆରି କରିଥିଲେ ।[୩] ସେ ଏହି ସମୟରେ ଏକ ୫ ମି.ମି. ଲମ୍ବ ଓ ୧ ମି.ମି. ମୋଟାଇ ବିଶିଷ୍ଟ ଏବଂ ଆଉ ଏକ ୧ ସେ.ମି. ଲମ୍ବ ଓ ୧ ମି.ମି. ଓସାର ବିଶିଷ୍ଟ ଦୁଇଟି ହକିଷ୍ଟିକ ତିଆରି କରିଥିଲେ । ସେମି ଓ ୩.୩୦୨ ସେମି ମାପ ଓ ୩ ଗ୍ରାମ ଓଜନବିଶିଷ୍ଟ ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନପାଇଥିଲେ ।[୪] ୨୦୨୦ ମସିହାରେ ତିଆରି ରଥର ଓଜନ ୬୦୦ ମିଲିଗ୍ରାମ ଏବଂ ଏହା ଛୋଟ କାଠ, ରଙ୍ଗୀନ ପୋଷାକ ତଥା ରଙ୍ଗ ବ୍ୟବହାର କରି ତିଆରି ହୋଇଛି | ଏହି ରଥ ତିଆରି କରିବାକୁ ତାଙ୍କୁ ଚାରି ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହି ରଥ ପ୍ରତିକୃତିରେ ନନ୍ଦିଘୋଷ ରଥର ମୂଳ ସବିଶେଷ ରହିଛି । ନନ୍ଦିଘୋଷର ଉଚ୍ଚତା ୧୩ ମିଟରରୁ ଅଧିକ | ପ୍ରତିକୃତିଟିରେ ଜଗନ୍ନାଥଙ୍କ ଅତ୍ୟନ୍ତ ଛୋଟ ମୂର୍ତ୍ତିଟିଏ ରହିଛି ଏବଂ ଏହା ସହିତ ରଥସାରଥି, ୧୬ଟି ଛୋଟ ଚକ ଏବଂ ଏହାର ଉପରେ ଏକ ଛୋଟ ବାନା ମଧ୍ୟ ରହିଛି | କ୍ଷୁଦ୍ରକାୟ ପ୍ରତିକୃତି ନିର୍ମାଣରେ ଆଗ୍ରହୀ ୨୦୧୯ ଜୁଲାଇରେ ପ୍ରଥମେ ୬.୩୫ ସେମି ଉଚ୍ଚ ଏବଂ ୭.୬୨ ସେମି ଚଉଡ଼ାବିଶିଷ୍ଟ ପ୍ରତିକୃତି ନିର୍ମାଣ କରିଥିଲେ । ତାହାର ଓଜନ ୮ ଗ୍ରାମ ଥିଲା | ୨୦୧୮ରେ ତାଙ୍କଦ୍ୱାରା ନିର୍ମିତ ୧୧.୪୩ ସେମି ଉଚ୍ଚ ନନ୍ଦିଘୋଷ ରଥ ବାବଦରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ଉଲ୍ଲେଖ ହୋଇଇଥିଲା ।[୧]

ଆଧାର

  1. ୧.୦ ୧.୧ ୧.୨ Reporter, Staff (2020-06-01). "Odisha man attempts breaking own record of building smallest chariot". The Hindu (in Indian English). ISSN 0971-751X. Retrieved 2022-04-01.
  2. "Artisans in Odisha shower blessings to Droupadi Murmu ahead of her oath-taking ceremony as President of India". Asian News International. 25 July 2022. Retrieved 2024-01-04.
  3. Patnaik, Sunil (2023-01-08). "Miniature Artist Satya Maharana Of Berhampur Creates 'World's Smallest' Hockey Stick". odishabytes (in ଆମେରିକୀୟ ଇଂରାଜୀ). Retrieved 2024-01-04.
  4. Network, Post News (2018-07-19). "Satyanarayan Maharana: A master of miniatures - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2024-01-04.