ସତ୍ରାଜିତ୍‌

ଉଇକିପିଡ଼ିଆ‌ରୁ

ସତ୍ରାଜିତ୍ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଶ୍ୱଶୁର; ଶ୍ରୀକୃଷ୍ଣଙ୍କ ଅଷ୍ଟ ମହିଷୀଙ୍କ ମଧ୍ୟରୁ ଅନ୍ୟତମା ସତ୍ୟଭାମାଙ୍କ ପିତା । ହିନ୍ଦୁ ପୁରାଣରେ ଥିବା ବର୍ଣ୍ଣନା ଅନୁସାରେ ସତ୍ରାଜିତ୍ ଜଣେ ଯାଦବ ରାଜା ଏବଂ ସୂର୍ଯ୍ୟ ଦେବତାଙ୍କ ଜଣେ ମହାନ ଭକ୍ତ । ସ୍ୟମନ୍ତକ ମଣିର କାହାଣୀରେ ତାଙ୍କର ଭୂମିକା ପାଇଁ ସେ ଜଣାଶୁଣା ।[୧][୨]

ସତ୍ୟଭାମାଙ୍କ ବିବାହର ଏକ ତୈଳଚିତ୍ର

ସ୍ୟମନ୍ତକ ମଣିଲାଭ[ସମ୍ପାଦନା]

ସତ୍ୟାଜିତ୍ ସୂର୍ଯ୍ୟ ଦେବତାଙ୍କର ଜଣେ ମହାନ ଭକ୍ତ ଥିଲେ । ସେ ଭକ୍ତି ସହକାରେ ସୂର୍ଯ୍ୟଙ୍କର ଅନେକ ପୂଜା ଅର୍ଚ୍ଚନା କଲେ । ଦିନେ ସତ୍ୟାଜିତ୍ ସମୁଦ୍ର କୂଳରେ ବୁଲୁଥିବା ବେଲେ ହଠାତ୍ ସୂର୍ଯ୍ୟ ଦେବ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ ତାଙ୍କୁ କହିଥିଲେ ଯେ ସେ ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଏକ ଉପହାର ଦେଉଛନ୍ତି । ଏହି ଉପହାରଟି ସ୍ୟମନ୍ୟକ ନାମକ ଏକ ବହୁମୂଲ୍ୟ ମଣି ଥିଲା । ସେ ତାଙ୍କୁ କହିଥିଲେ ଯେ ମଣି ତାଙ୍କ ରାଜ୍ୟକୁ ଉତ୍ତମ ଭାଗ୍ୟ ଏବଂ ନିରାପତ୍ତା ଆଣିବ ଏବଂ ଏହି ମଣି ତାଙ୍କୁ ଧନବାନ କରାଇବ । ସତ୍ୟାଜିତ୍‌ ଆନନ୍ଦିତ ହୋଇ ବେକରେ ମଣି ଧାରଣ କରି ତାଙ୍କ ରାଜ୍ୟକୁ ଗଲେ । ମଣିଟି ପିନ୍ଧିବା ପରେ ସେ ନିଜେ ସୂର୍ଯ୍ୟ ଦେବତା ପରି ଝଲସି ଉଠୁଥିଲେ । ଏକଦା କୃଷ୍ଣ ଆଗ୍ରହ କଲେ ଯେ ସତ୍ୟାଜିତ୍‌ ସେହି ମଣିଟିକୁ କିଛିଦିନ ପାଇଁ ଉଗ୍ରସେନଙ୍କୁ ଧାରଣ କରିବାକୁ ଦିଅନ୍ତୁ । କାରଣ ସେହି ସମୟରେ ତାଙ୍କ ରାଜ୍ୟ ବିପର୍ଯ୍ୟୟ ଏବଂ ଅଭାବ ଅନାଟନରେ ବୁଡି ରହିଥିଲା । ସତ୍ୟଜିତ୍ କିନ୍ତୁ ମନା କରି ନିଜ ପ୍ରାସାଦକୁ ଫେରିଗଲେ ।[୩]

ଦିନେ ସତ୍ରାଜିତଙ୍କ ଭାଇ ପ୍ରସେନଜିତ ସତ୍ୟାଜିତଙ୍କଠାରୁ ସ୍ୟମନ୍ତକ ମଣିଟିକୁ ମାଗି ନେଇ ପିନ୍ଧି ଶିକାର ପାଇଁ ଜଙ୍ଗଲକୁ ଗଲେ । ତେବେ ଶିକାର ସମୟରେ ବନରେ ଏକ ସିଂହ ତାଙ୍କୁ ହତ୍ୟା କରି ମଣିଟିକୁ ପାଟିରେ ନେଇ ଏକ ଗୁମ୍ଫା ଭିତରକୁ ଗଲା । ଗୁମ୍ଫାଟି ରାମାୟଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାଲୁମାନଙ୍କର ଅମର ରାଜା ଜାମ୍ବବାନର ଥିଲା । ଜାମ୍ବବାନ ସିଂହକୁ ହତ୍ୟା କରି ମଣିଟିକୁ ଲାଭ କଲେ । ଅନେକ ଦିନ ବିତିଗଲା, ସତ୍ରାଜିତ୍ ସନ୍ଦେହ କଲେ ଯେ ତାଙ୍କ ଭାଇ ସେହି ସ୍ୟମନ୍ତକ ମଣି ପାଇଁ ହିଁ ନିହତ ହୋଇଥିବେ । କୃଷ୍ଣ ମାଗିବା ସେତ୍ତ୍ୱେ ଏହି ମଣିଟି ତାଙ୍କୁ ଦେଇ ନ ଥିବା ମନେ ପକାଇ ସେ କୃଷ୍ଣଙ୍କୁ ହିଁ ଚୋର ବୋଲି ସନ୍ଦେହ କରିଥିଲେ । ଏହି ଗୁଜବ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଗଲା । ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଚାହୁଁଥିବା କୃଷ୍ଣ ଏହି ମଣିର ବୃତ୍ତାନ୍ତ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କଲେ ।[୪]

ମଣି ଫେରିପାଇବା[ସମ୍ପାଦନା]

ଅନୁସନ୍ଧାନ ବେଳେ କୃଷ୍ଣ ସତ୍ରାଜିତଙ୍କ ଭାଇଙ୍କ ମୃତଦେହ ପାଇଥିଲେ । ପରେ ସେ ଜାମ୍ବବାନଙ୍କ ଗୁମ୍ଫାରେ ପହଞ୍ଚିଥିଲେ । କୃଷ୍ଣ ଜାମ୍ବବାନଙ୍କୁ ମଣିଟି ଫେରାଇବାକୁ କହିଥିଲେ କିନ୍ତୁ ଜାମ୍ବାବାନ ମନା କରି ପ୍ରଭୁଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି ଯୁଦ୍ଧ ଚାଲିଥିଲା, ଜାମ୍ବବାନ୍ ଶେଷରେ ଅନୁଭବ କଲେ ଯେ କୃଷ୍ଣ ହେଉଛନ୍ତି ରାମଙ୍କ ପୁନର୍ଜନ୍ମ । ସେ କୃଷ୍ଣଙ୍କଠାରୁ କ୍ଷମା ମାଗିଥିଲେ ଏବଂ ତାଙ୍କ ସୁନ୍ଦରୀ କନ୍ୟା ଜାମ୍ବବତୀଙ୍କ ସହ ସ୍ୟମନ୍ତକ ମଣି କୃଷ୍ନଙ୍କୁ ଅର୍ପଣ କରିଥିଲେ । କୃଷ୍ଣ ସେସବୁ ଗ୍ରହଣ କରି ସତ୍ରାଜିତଙ୍କ ନିକଟକୁ ଗଲେ । ତାଙ୍କ ଅଭିଯୋଗକୁ ଭୁଲ ପ୍ରମାଣ କରି କୃଷ୍ଣ ରତ୍ନଭଣ୍ଡାରକୁ ମଣିଟି ଫେରାଇ ଦେଇଥିଲେ । କୃଷ୍ଣ ଚାଲିଯିବା ପରେ ସତ୍ରାଜିତ୍ ତାଙ୍କ କାର୍ଯ୍ୟ ପାଇଁ ଲଜ୍ଜିତ ହୋଇ କୃଷ୍ଣଙ୍କଠାରୁ କ୍ଷମା ମାଗିବା ଅବସରରେ ତାଙ୍କର ସୁନ୍ଦରୀ କନ୍ୟା ସତ୍ୟଭାମାଙ୍କ ସହ ସ୍ୟମନ୍ତକ ମଣିକୁ କୃଷ୍ଣଙ୍କୁ ଅର୍ପଣ କଲେ । କୃଷ୍ଣ ଜାଣିଥିଲେ ଯେ ଭବିଷ୍ୟତରେ ସତ୍ୟଭାମା ନାରକାସୁରର ବଦ୍ଧର କାରନ ହେବେ । ତେଣୁ ସେ ସତ୍ୟଭାମାଙ୍କୁ ଗ୍ରହଣ କରିଥିଲେ କିନ୍ତୁ ସେ ସ୍ୟମନ୍ତକ ମଣି ନେବାକୁ ମନା କରି ସତ୍ୟଭାମାଙ୍କ ସହ ଦ୍ୱାରକା ଗମନ କରିଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

କୃତବର୍ମା, ଅକୃର ଏବଂ ଶତଧନ୍ୱା ତିନି ଯାଦବ ଯୋଦ୍ଧା ଥିଲେ । ସ୍ୟମନ୍ତକ ମଣିର ଅପୂର୍ବ ଜ୍ୟୋତିରେ ଆକର୍ଷିତ ହୋଇ ତିନିହେଁ ଏହା ନିଜ ପାଇଁ ଚାହୁଁଥିଲେ । ଦିନେ ରାତିରେ ସତ୍ରାଜିତ୍ ଶୋଇଥିବା ବେଳେ ସେମାନେ ତାଙ୍କୁ ହତ୍ୟା କରି ମଣିଟି ନେଇଗଲେ । ପରେ କୃଷ୍ଣ ଏବଂ ବଳରାମ ଶତଧନ୍ୱାଙ୍କୁ ହତ୍ୟା କରି ସତ୍ରାଜିତଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲେ ।[୬]

ଆଧାର[ସମ୍ପାଦନା]

  1. The Syamantaka gem. Amar Chitra Katha Private Limited. April 1971. ISBN 8189999648.
  2. Mani, Vettam (1975). Puranic encyclopaedia : a comprehensive dictionary with special reference to the epic and Puranic literature. Robarts - University of Toronto. Delhi : Motilal Banarsidass. p. 701.
  3. "Krishna and the Syamantaka Gem". Indiaparenting.com (in ଇଂରାଜୀ). Retrieved 17 January 2021.
  4. "Jambavan and the Story of the Syamantaka Jewel". www.harekrsna.de. Retrieved 17 January 2021.
  5. "The Jewel Syamantaka". www.wisdomlib.org. 25 May 2013. Retrieved 17 January 2021.
  6. "PrabhupadaBooks.com Srila Prabhupada's Original Books". prabhupadabooks.com. Retrieved 17 January 2021.