Jump to content

ସଞ୍ଜୟ କୁମାର ମିଶ୍ର (ଜନ୍ମ: ୧୯୬୧)

ଉଇକିପିଡ଼ିଆ‌ରୁ

ସଞ୍ଜୟ କୁମାର ମିଶ୍ର (ଜନ୍ମ: 29.12.1961) ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବ୍ୟାୟାଧୀଶ ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ ମିଶ୍ର ବଲାଙ୍ଗୀରରେ ୨୯ ଡିସେମ୍ବର ୧୯୬୧ରେ ଜନ୍ମଗ୍ରହଣ କରିଥିଲେ । ପିତା ହେଉଛନ୍ତି ମାର୍କଣ୍ଡ ମିଶ୍ର ଏବଂ ମାତା ଜ୍ୟୋତିର୍ମୟୀ ମିଶ୍ର । ତାଙ୍କର ପ୍ରାଥମିକ ଶିକ୍ଷାର ଆରମ୍ଭ ହୋଇଥିଲା ଟିକିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗୀରରୁ ୧୯୭୭ ମସିହାରେ ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୮୨ ମସିହାରେ ରାଜେନ୍ଦ୍ର ମହାବିଦ୍ୟାଳୟ, ବଲାଙ୍ଗୀରରୁ ବି.କମ୍.(ସମ୍ମାନ) ଡିଗ୍ରୀ ହାସଲ କଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୮୪ ମସିହାରେ ବାଣିଜ୍ୟରେ ସ୍ନାତକୋତ୍ତର ଏବଂ ୧୯୮୭ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରୁ ଏଲ୍.ଏଲ୍.ବି. ଶିକ୍ଷା ସମାପ୍ତ କଲେ । ୧୯୮୮ ମାର୍ଚ୍ଚ ମାସରୁ ବଲାଙ୍ଗୀର ଜିଲ୍ଲା ଅଦାଲତରେ ତାଙ୍କ ପିତା ଶ୍ରୀ ମାର୍କଣ୍ଡ ମିଶ୍ରଙ୍କ ଦିଗ୍‌ଦର୍ଶନରେ ଓକିଲାତି ଆରମ୍ଭ କଲେ । ଏହା ମଧ୍ୟରେ ସେ ମଧ୍ୟ ସ୍ୱାଧୀନ ଭାବେ ଅନେକ ଫୌଜଦାରୀ ମାମଲା ଏବଂ ଦେୱାନୀ ମାମଲା ପରିଚାଳନା କଲେ । କିଛି ସମୟ ପାଇଁ ସେ ବଲାଙ୍ଗୀର ଆଇନ ମହାବିଦ୍ୟାଳୟର ଅବୈତନିକ ଆଇନ ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବାରରୁ ଜିଲ୍ଲା ବିଚାରପତି ପଦବୀର ନିଯୁକ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସେ ୧୬.୦୨.୧୯୯୯ରେ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ଭାବରେ ଜୟପୁରରେ ଯୋଗ ଦେଲେ । ଚାକିରି କାଳ ମଧ୍ୟରେ ସେ ସୁନ୍ଦରଗଡ଼ ଓ ଢେଙ୍କାନାଳରେ ଜିଲ୍ଲା ଓ ଦୌରା ବିଚାରପତି ଭାବରେ ଏବଂ ଭୁବନେଶ୍ୱରରେ ସ୍ୱତନ୍ତ୍ର ବିଚାରପତି (ସିବିଆଇ) ଭାବରେ କାର୍ଯ୍ୟ କରିବା ସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରେଜିଷ୍ଟ୍ରାର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ ସଂପାଦନ କରିଥିଲେ ।

୦୭.୧୦.୨୦୦୯ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ । ପରେ ସେ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଥିଲେ ।[] ଚାକିରୀରୁ ଅବସର ପରେ ଭାରତର କେନ୍ଦ୍ର ସରକାରଙ୍କ ଦ୍ୱାର ସେ ଜି ଏସ‌ଟି (GSTAT) ଅପିଲ୍ଲେଟ୍‌ ଟ୍ରିବୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।[]

  1. "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-23.
  2. "High Court of Jharkhand, India". jharkhandhighcourt.nic.in. Retrieved 2024-12-23.
  3. Standard, Business. "Who is Sanjaya Kumar Mishra, the newly appointed president of GSTAT?". www.business-standard.com (in ଆମେରିକୀୟ ଇଂରାଜୀ). Retrieved 2024-12-23. {{cite web}}: |first= has generic name (help)