ସଜଫୁଲ
Appearance
ସଜଫୁଲ ଆକାଶବାଣୀ କଟକ ଦ୍ବାରା ପ୍ରଚାରିତ ସୁଗମ ସଙ୍ଗୀତର ଏକ ବିଶେଷ କାର୍ଯ୍ୟକ୍ରମ ।[୧][୨][୩] ବିଂଶ ଶତାବ୍ଦୀର ଷାଠିଏ ଦଶକରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅଦ୍ୟାବଧି ତିଷ୍ଠି ରହିଛି । ପ୍ରତି ମାସରେ ସପ୍ତାହକୁ ଥରେ ତିନୋଟି ଗୀତ ଶୁଣିବାକୁ ମିଳୁଥିବା ଏହି କାର୍ଯ୍ୟକ୍ରମରେ ଜଣେ ଗାୟକ ଓ ଜଣେ ଗାୟିକା ପ୍ରଥମେ ଏକକ ଭାବେ ଓ ଶେଷରେ ଦୈତ କଣ୍ଠରେ ଗାଆନ୍ତି । ଏହି ଗୀତଗୁଡ଼ିକୁ ବିଶେଷ ଭାବେ ପ୍ରସ୍ତୁତ କରାଯାଉଥିବାରୁ ସେଗୁଡ଼ିକ ସାଧାରଣତଃ ସୁମଧୁର ଏବଂ ଲୋକପ୍ରିୟ ହୋଇଥାଏ ।
ସର୍ବପ୍ରଥମ ସଜଫୁଲ କାର୍ଯ୍ୟକ୍ରମରେ ଚାରୋଟି ଗୀତ
[ସମ୍ପାଦନା]ଗୀତ | ଗୀତିକାର | ଗାୟକ / ଗାୟିକା | ସଙ୍ଗୀତ ନିର୍ଦ୍ଦେଶକ |
---|---|---|---|
ଝରି ଝରି ଯାଏ ହେରେକ ଫୁଲ | ପର୍ଶୁରାମ ପଟ୍ଟନାୟକ | ଅକ୍ଷୟ ମହାନ୍ତି | ଭୁବନେଶ୍ୱର ମିଶ୍ର |
ଆଷାଢ଼ ଶ୍ୟାମ ଶାଢ଼ୀ ଆଉ କେବେ | କଲ୍ୟାଣୀ ଭଟ୍ଟାଚାର୍ଯ୍ୟ | ||
ହୁଁ ହୁଁ ହସେ ରାତି | ଅକ୍ଷୟ ମହାନ୍ତି ଓ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ | ||
ଚକୋରି ଗୋ କାନ୍ଦନା ଜୋଛନା ରାତେ [୧] | ଅକ୍ଷୟ ମହାନ୍ତି |
ସେହିପରି, ଅଗଷ୍ଟ ୧୯୬୯ରେ ପ୍ରଚାରିତ ହୋଇଥିବା ସଜଫୁଲ କାର୍ଯ୍ୟକ୍ରମରେ ନିମ୍ନଲିଖିତ ଶିଳ୍ପୀମାନେ ଥିଲେ।
ଗୀତ | ଗୀତିକାର | ଗାୟକ / ଗାୟିକା | ସଙ୍ଗୀତ ନିର୍ଦ୍ଦେଶକ |
---|---|---|---|
ଆକାଶ ଯେ ମୋତେ ପାଗଳ | ଧନଞ୍ଜୟ ଶତପଥୀ | ||
ବନ ମୟୂରୀ ମୋ ବୟସି [୨] | ଭୁବନେଶ୍ବରୀ ମିଶ୍ର | ||
ଝୁମକୁ ଝୁମା ନାଚିବି ନାଚ ତୋ | ଧନଞ୍ଜୟ ଶତପଥୀ ଓ ଭୁବନେଶ୍ବରୀ ମିଶ୍ର |
ଆଧାର
[ସମ୍ପାଦନା]- ↑ All India Radio, N.D.; Srinivasan, P. (1977). AKASHVANI: Vol. XLII, No. 29 ( 17 JULY, 1977 ). 76 Akashvani (July-Oct) 1977 (in ଜର୍ମାନ). All India Radio (AIR),New Delhi. p. 70. Retrieved 16 December 2023.
- ↑ Delhi, P.D.N. (1961). AKASHVANI: Vol. XXVI. No. 6. ( 5 FEBRUARY, 1961 ). 07 Akashvani (Jan-Feb) 1961 (in ଜର୍ମାନ). Publications Division (India),New Delhi. p. 62. Retrieved 16 December 2023.
- ↑ All India Radio, N.D. (1974). AKASHVANI: Vol. XXXIX, No. 17 ( 5 MAY, 1974 ). 63 Akashvani (Apr-June) 1974 (in ଜର୍ମାନ). All India Radio (AIR),New Delhi. p. 737. Retrieved 16 December 2023.
AKASHVANI: Vol. XXVI. No. 6. ( 5 FEBRUARY, 1961 ) - Page 62 Saja Phula (New songs of this month): Sung by Angurbala Roy and Balkrishna Das. [୩]