ସଛିଦ୍ର କାନପରଦା

ଉଇକିପିଡ଼ିଆ‌ରୁ
Perforated eardrum
Perforated tympanic membrane, punctured eardrum, ruptured eardrum
A completely perforated eardrum, showing the handle of the malleus (hammer bone).
ବିଭାଗENT surgery
ଲକ୍ଷଣHearing loss, ear pain, ear discharge, ringing in the ear[୧]
ଆକ୍ରାନ୍ତ ସମୟSudden[୨]
କାରଣMiddle ear infection, physical trauma, overpressure[୧][୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination by otoscopy[୧]
ଚିକିତ୍ସାConservative, antibiotics, surgery[୧]
PrognosisGood[୨]
ପୁନଃପୌନିକRelatively frequent[୨]

ସଛିଦ୍ର କାନପରଦା, ଅନ୍ୟ ନାମ ପରଫୋରେଟେଡ ଟିମ୍ପାନିକ ମେମ୍ବ୍ରେନ ହେଉଛି କାନ ପରଦାର ଏକ ଛିଦ୍ର । [୧] ଏହାର ଲକ୍ଷଣ ମଧ୍ୟରେ ଶ୍ରବଣ ଶକ୍ତି ହ୍ରାସ, କାନ ଯନ୍ତ୍ରଣା, କାନରୁ ତରଳ ପଦାର୍ଥ ନିର୍ଗତ ହେବା କିମ୍ବା କାନ‌ନାଦ ହୋଇପାରେ । [୧] ମୁଣ୍ଡବୁଲା ବା ଭର୍ଟିଗୋ ମଧ୍ୟ ହୋଇପାରେ, କିନ୍ତୁ ଯଦି କୌଣସି ଆଭ୍ୟନ୍ତରୀଣ କାନ ଆଘାତ ନଥାଏ ତେବେ ଏହା ସାଧାରଣତଃ ସଂକ୍ଷିପ୍ତ ହୁଏ ।[୨] [୩] ଜଟିଳ ହେଲେ ଦୀର୍ଘକାଳୀନ ଶ୍ରବଣହାନୀ, କୋଲେଷ୍ଟିଏଟୋମା ଏବଂ ମାଷ୍ଟଏଡାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ। [୨]

ଏହାର କାରଣଗୁଡିକ ମଧ୍ୟକର୍ଣ୍ଣ ପ୍ରଦାହ, କାନରେ ଆଘାତ, କାନ ସଫା କରିବା ସମୟରେ, ଏକ ଉଚ୍ଚ ଶବ୍ଦ, କିମ୍ବା ଚାପର ପରିବର୍ତ୍ତନ ଯେପରିକି ସ୍କୁବା ଡାଇଭିଙ୍ଗ୍ ସହିତ ଦେଖାଯାଏ । [୧] [୩] କାନରେ ଓଟୋସ୍କୋପଦ୍ୱାରା ରୋଗ ନିର୍ଣ୍ଣୟ ନିଶ୍ଚିତ ହୋଇପାରିବ । [୧] ଶ୍ରବଣ ପରୀକ୍ଷା ମଧ୍ୟ କରାଯାଇପାରେ ।[୩]

ଏହି ଛିଦ୍ର ପ୍ରାୟ ନିଜେ ଭଲ ହୋଇଯାଏ; ସେ ପର୍ଯ୍ୟନ୍ତ କାନକୁ ଶୁଖିଲା ରଖିବାକୁ ସୁପାରିଶ କରାଯାଏ । [୧] [୩] ଯଦି ଏକ ଅନ୍ତର୍ନିହିତ ସଂକ୍ରମଣ ଥାଏ, ତେବେ ଏହାକୁ ଆଣ୍ଟିବାୟୋଟିକ ସାହାଯ୍ୟରେ ଚିକିତ୍ସା କରାଯାଇପାରେ । ସାଧାରଣତଃ ଯୁବା ବୟସରେ ଏହା ଦେଖାଯାଏ ।[୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [୨] ସଛିଦ୍ର କର୍ଣ୍ଣର ଚିକିତ୍ସା ନିମନ୍ତେ କାନ-ବିଣ୍ଡା ଲଗାଯିବା ପଦ୍ଧତି ଅତି କମରେ ୧୬୪୦ ମସିହାରୁ ଆରମ୍ଭ ହୋଇଥିଲା । [୪] [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Perforated eardrum". nhs.uk (in ଇଂରାଜୀ). 23 October 2017. Archived from the original on 24 March 2022. Retrieved 27 April 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Dolhi, N; Weimer, AD (January 2022). "Tympanic Membrane Perforations". PMID 32491810. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ "Eardrum Perforation - Ear, Nose, and Throat Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 12 November 2021. Retrieved 27 April 2022.
  4. Watkinson, John C.; Clarke, Ray W. (12 June 2018). Scott-Brown's Otorhinolaryngology and Head and Neck Surgery: Volume 2: Paediatrics, The Ear, and Skull Base Surgery (in ଇଂରାଜୀ). CRC Press. p. PT2310. ISBN 978-1-351-39899-2. Archived from the original on 28 April 2022. Retrieved 28 April 2022.
  5. Sarkar, Saurav (28 May 2016). Endoscopic Ear Surgery: A New Horizon (in ଇଂରାଜୀ). JP Medical Ltd. p. PA53. ISBN 978-93-85891-62-5. Archived from the original on 28 April 2022. Retrieved 28 April 2022.