ଉଦର ଚାପ

ଉଇକିପିଡ଼ିଆ‌ରୁ
Abdominal thrusts
ହସ୍ତକ୍ଷେପ
Performing the Heimlich maneuver

ଉଦର ଚାପ, ହେମଲିଚ୍ ମାନୁଭର ଭାବରେ ମଧ୍ୟ ଜଣାଶୁଣା, ଯାହା କୌଣସି ବାହ୍ୟ ପଦାର୍ଥ ଶ୍ୱାସନଳୀର ବାୟୁପଥ ଅବରୋଧ କରୁଥିଲେ ତାହାର ଚିକିତ୍ସା ଯାହା ପାଇଁ କରାଯାଏ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ୧ ବର୍ଷରୁ ଅଧିକ ବୟସ୍କଙ୍କଠାରେ ବ୍ୟବହୃତ ହୁଏ ଯେଉଁମାନେ କାଶିବାକୁ ଅସମର୍ଥ କିନ୍ତୁ ସଚେତନ ଥାଆନ୍ତି । [୨] ୧ ବର୍ଷରୁ କମ୍ କିମ୍ବା ଗର୍ଭବତୀ ଥିବା ବ୍ୟକ୍ତିଙ୍କଠାରେ ଏହା ସୁପାରିଶ କରାଯାଏ ନାହିଁ [୩] ଏକ ବର୍ଷ ବୟସରୁ କମ ଥିଲେ ପିଠି ଚାପୁଡ଼ା ଏବଂ ଛାତି ଚାପ ସୁପାରିଶ କରାଯାଉଥିବାବେଳେ ଯେଉଁମାନେ ଗର୍ଭବତୀମାନଙ୍କ ପାଇଁ ଛାତି ଚାପ ବ୍ୟବହାର କର।ଯାଏ । [୪] [୫]

ବ୍ୟକ୍ତିଙ୍କ ପଛରେ ଉଦ୍ଧାରକାରୀ ଠିଆ ହୋଇ ଆରମ୍ଭ କରିବା ଉଚିତ୍ ।[୩] ସେମାନେ ବ୍ୟକ୍ତିଙ୍କ ଅଣ୍ଟାରେ ବାହୁ ଗୁଡ଼ାଇ ଆଗକୁ ବଙ୍କା କରିବା ଅପେକ୍ଷା କରିବା ଉଚିତ୍ । [୧] [୬] ଏହା ପରେ ଗୋଟିଏ ହାତକୁ ମୁଠା କରି, ନାହି ଉପରେ ଏବଂ ଅନ୍ୟ ହାତ ଏବଂ ବାହୁକୁ ବ୍ୟବହାର କରି ମୁଠାକୁ ଭିତର ଓ ଉପରକୁ ଟଣାଯାଏ । [୬] ଏହି ଅନ୍ତିମ ପଦ୍ଧତି ୫ରୁ ୧୦ ଥର ପୁନରାବୃତ୍ତି କରାଯାଏ । [୫] [୬] ପିଲାଙ୍କ ପାଇଁ ଜଣେ ବ୍ୟକ୍ତି ଆଣ୍ଠୁମାଡି ଏହି ପଦ୍ଧତି କରିପାରନ୍ତି । [୫]

ଜଟିଳତା ମଧ୍ୟରେ ପଞ୍ଜରା, ଯକୃତ, ପେଟ କିମ୍ବା ପ୍ଲିହା ଆଘାତ ହୋଇପାରେ । [୧] ଏହା ସମ୍ଭବ ଯେ ବାନ୍ତି ମଧ୍ୟ ହୋଇପାରେ ।[୫] ବ୍ୟକ୍ତି ଚେତାଶୂନ୍ୟ ହେଲେ କାର୍ଡିଓପଲମୋନାରୀ ରିସସେଟେସନ୍ (CPR) ଆରମ୍ଭ ହେବା ଉଚିତ୍ ।[୫] ସର୍ଜନ ହେନେରୀ ହେମଲିଚଙ୍କୁ ୧୯୪୭ ମସିହାରେ ଏହି ପ୍ରଣାଳୀ ସୃଷ୍ଟି କରିବାର ଶ୍ରେୟ ଦିଆଯାଇଛି। [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "How To Do the Heimlich Maneuver in the Conscious Adult or Child - Critical Care Medicine". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 23 April 2022.
  2. Duckett, Stephanie A.; Bartman, Marc; Roten, Ryan A. (2022). "Choking". StatPearls. StatPearls Publishing. Archived from the original on 1 October 2021. Retrieved 22 April 2022.
  3. ୩.୦ ୩.୧ "What should I do if someone is choking?". nhs.uk (in ଇଂରାଜୀ). 26 June 2018. Archived from the original on 23 March 2022. Retrieved 23 April 2022.
  4. Duckett, Stephanie A.; Bartman, Marc; Roten, Ryan A. (2022). "Choking". StatPearls. StatPearls Publishing. Retrieved 22 April 2022.
  5. ୫.୦ ୫.୧ ୫.୨ ୫.୩ ୫.୪ "How To Do the Heimlich Maneuver in the Conscious Adult or Child - Critical Care Medicine". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 23 April 2022.
  6. ୬.୦ ୬.୧ ୬.୨ "What should I do if someone is choking?". nhs.uk (in ଇଂରାଜୀ). 26 June 2018. Archived from the original on 23 March 2022. Retrieved 23 April 2022.
  7. "Dr Henry Heimlich uses Heimlich manoeuvre to save a life at 96". the Guardian (in ଇଂରାଜୀ). 27 May 2016. Archived from the original on 8 April 2022. Retrieved 23 April 2022.