ଶ୍ରୋଣୀ ଅଙ୍ଗ ସ୍ଥାନ‌ଚ୍ୟୁତି

ଉଇକିପିଡ଼ିଆ‌ରୁ
Pelvic organ prolapse
Genital prolapse
Anatomy of the female pelvic showing commonly prolapsed organs
ବିଭାଗGynecology
ଲକ୍ଷଣPressure in the vagina, bulging out the vagina, urinary incontinence[୧]
ଆକ୍ରାନ୍ତ ସମୟOlder age[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on smptoms and examination[୧]
ଚିକିତ୍ସାHigh fiber diet, pelvic floor exercises, pessary, surgery[୧]
ପୁନଃପୌନିକ108 million women (2.8% as of 2017)[୨]

ଶ୍ରୋଣୀ ଅଙ୍ଗ ସ୍ଥାନ‌ଚ୍ୟୁତି ବା ପେଲଭିକ ଅର୍ଗାନ ପ୍ରୋଲାପ୍ସ ( POP ) ନାମ ଦିଆଯାଏ ଯେତେବେଳେ ଏକ ବା ଏକାଧିକ ଶ୍ରୋଣୀ ଭିତରେ ଥିବା ଅଙ୍ଗମାନ ସ୍ଥାନ‌ଚ୍ୟୁତ ହୋଇ ଖସିପଡ଼ନ୍ତି ।| [୧] ମହିଳାମାନଙ୍କର ଏହା ସାଧାରଣତ ଯୋନୀ ମଧ୍ୟକୁ ସ୍ଖଳିତ ହୁଏ । [୧] ଅନେକ ମହିଳାଙ୍କର କୌଣସି ଲକ୍ଷଣ ପ୍ରକାଶିତ ହୁଏନାହିଁ | [୩] ଲକ୍ଷଣ: ଯୋନୀରେ ଚାପ ଅନୁଭବ, ଯୋନୀ ବାହାରକୁ ବାହାରିବା କିମ୍ବା ଅନିଚ୍ଛାକୃତ ମୂତ୍ରତ୍ୟାଗ ହୋଇପାରେ | [୧] ଏହା ଏକ ପ୍ରକାର ଶ୍ରୋଣୀ ଚଟାଣ ରୋଗ ବା ପେଲଭିକ୍ ଫ୍ଲୋର୍ ଡିସଅର୍ଡର୍ | [୧]

ପ୍ରସବ, ମେଦବହୁଳତା, ଦୀର୍ଘକାଳୀନ କାଶ, କୋଷ୍ଠକାଠିନ୍ୟ, ଋତୁବନ୍ଦ ଏବଂ ରୋଗର ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ଥାଏ । [୧] ପେଲଭିକ ଫ୍ଲୋରରେ ଦୁର୍ବଳତା ବା ଆଘାତ ଯୋଗୁ ଏହି ରୋଗ ହୁଏ | [୧] ସିଷ୍ଟୋସିଲ (ମୂତ୍ରାଶୟ), ରେକ୍ଟୋସିଲ (ମଳାଶୟ ), ଜର୍ୟୁ ସ୍ଖଳନ (ଜରାୟୁ) ଏବଂ ଏଣ୍ଟେରୋସିଲ (କ୍ଷୁଦ୍ରାନ୍ତ) ଇତ୍ୟାଦି ସ୍ଥାନ‌ଚ୍ୟୁତ ହୋଇପାରେ | [୧] ରୋଗ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ଚିକିତ୍ସାରେ ଅକଧି ଫାଇବର ଯୁକ୍ତ ଖାଦ୍ୟ, ଶ୍ରୋଣୀ ଚଟାଣ ବ୍ୟାୟାମ, ଏକ ଅପସାରଣ ଯୋଗ୍ୟ ଉପକରଣ ଯୋନୀ ଭିତରେ ରଖାଯାଇଥାଏ ଯାହା ପେସାରୀ ଭାବରେ ଜଣାଶୁଣା କିମ୍ବା ଅସ୍ତ୍ରୋପଚାର କରାଯାଇପାରେ | [୧] ପ୍ରୋଲାପ୍ସ ଯୋଗୁ ସମସ୍ୟା ଅଧିକ ସୃଷ୍ଟି ହେଉଥିଲେ ଅସ୍ତ୍ରୋପଚାର ପରାମର୍ଶ ଦିଆଯାଏ ।[୪] ଏହି ରୋଗରେ ୨୦୧୭ ମସିହାରେ ପ୍ରାୟ ୧୦୮ ନିୟୁତ ମହିଳା (2.8% ମହିଳା) ପ୍ରଭାବିତ ହୋଇଥିଲେ | [୨] ବୃଦ୍ଧ ମହିଳାମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି, ବିଶେଷକରି ସେମାନଙ୍କ ୭୦ ଦଶକ ବୟସରେ | [୧] [୫] ପୁରୁଷମାନେ କ୍ୱଚିତ୍ ପ୍ରଭାବିତ ହୁଅନ୍ତି | [୬]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Pelvic organ prolapse". womenshealth.gov (in ଇଂରାଜୀ). 3 May 2017. Retrieved 27 October 2020.
  2. ୨.୦ ୨.୧ GBD 2017 Disease and Injury Incidence and Prevalence, Collaborators. (10 November 2018). "Global, regional, and national incidence, prevalence, and years lived with disability for 354 diseases and injuries for 195 countries and territories, 1990-2017: a systematic analysis for the Global Burden of Disease Study 2017". Lancet (London, England). 392 (10159): 1789–1858. doi:10.1016/S0140-6736(18)32279-7. PMID 30496104. {{cite journal}}: |first1= has generic name (help)CS1 maint: numeric names: authors list (link)
  3. American College of Obstetricians and Gynecologists' Committee on Practice Bulletins—Gynecology and American Urogynecologic, Society. (November 2019). "Pelvic Organ Prolapse: ACOG Practice Bulletin, Number 214". Obstetrics and gynecology. 134 (5): e126–e142. doi:10.1097/AOG.0000000000003519. PMID 31651832.
  4. Health, Center for Devices and Radiological (16 April 2019). "Pelvic Organ Prolapse (POP)". FDA (in ଇଂରାଜୀ). Retrieved 27 October 2020.
  5. American College of Obstetricians and Gynecologists' Committee on Practice Bulletins—Gynecology and American Urogynecologic, Society. (November 2019). "Pelvic Organ Prolapse: ACOG Practice Bulletin, Number 214". Obstetrics and gynecology. 134 (5): e126–e142. doi:10.1097/AOG.0000000000003519. PMID 31651832.
  6. Laycock, J.; Haslam, J. (2013). Therapeutic Management of Incontinence and Pelvic Pain: Pelvic Organ Disorders (in ଇଂରାଜୀ). Springer Science & Business Media. p. 14. ISBN 978-1-4471-3715-3.