ଶ୍ରୀବତ୍ସ ନାୟକ (୧୯୧୯ ଜନ୍ମ)
Appearance
ଶ୍ରୀବତ୍ସ ନାୟକ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ନିର୍ବାଚନ ମଣ୍ଡଳୀ | ଜଗନ୍ନାଥପ୍ରସାଦ |
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ନିର୍ବାଚନ ମଣ୍ଡଳୀ | ଜଗନ୍ନାଥପ୍ରସାଦ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୧୯ |
ମୃତ୍ୟୁ | ୧୮ ଜାନୁଆରୀ ୨୦୦୫ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଆର୍), କଂଗ୍ରେସ (ଇ) |
ଜୀବନ ସାଥୀ | ମାଲୁଣି ନାୟକ |
ବାପା/ବୋଉ | ମାଙ୍ଗତା ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଶ୍ରୀବତ୍ସ ନାୟକ (୧ ଜାନୁଆରୀ ୧୯୧୯ - ୧୮ ଜାନୁଆରୀ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଗନ୍ନାଥପ୍ରସାଦ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଶ୍ରୀବତ୍ସ ନାୟକ ୧୯୧୯ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଙ୍ଗତା ନାୟକ ଓ ପତ୍ନୀଙ୍କ ନାମ ମାଲୁଣି ନାୟକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଶ୍ରୀବତ୍ସ ନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୧ | ୧୯୭୧ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଜଗନ୍ନାଥପ୍ରସାଦ | କଂଗ୍ରେସ (ଆର୍) |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଜଗନ୍ନାଥପ୍ରସାଦ | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଜଗନ୍ନାଥପ୍ରସାଦ | କଂଗ୍ରେସ (ୟୁ) |
ମୃତ୍ୟୁ
[ସମ୍ପାଦନା]ଶ୍ରୀବତ୍ସ ନାୟକ ୨୦୦୫ ମସିହାର ଜାନୁଆରୀ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Sribatcha Nayak". odishaassembly.nic.in. Odisha Assembly. Retrieved 13 September 2022.