ଶ୍ରୀକାନ୍ତ ପଣ୍ଡା
ଶ୍ରୀକାନ୍ତ ପଣ୍ଡା | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଭୈରବ ଚନ୍ଦ୍ର ମହାନ୍ତି |
ପର ଅଧିକାରୀ | ବିଶ୍ୱନାଥ ପଣ୍ଡିତ |
ନିର୍ବାଚନ ମଣ୍ଡଳୀ | କଟକ ସିଟି |
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ବିଶ୍ୱନାଥ ପଣ୍ଡିତ |
ପର ଅଧିକାରୀ | ସୟଦ ମୁସ୍ତାଫିଜ ଅହମଦ |
ନିର୍ବାଚନ ମଣ୍ଡଳୀ | କଟକ ସିଟି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୬ ଜୁଲାଇ ୧୯୩୧ |
ମୃତ୍ୟୁ | ୨୨ ସେପ୍ଟେମ୍ବର ୨୦୧୧ | (ବୟସ ୮୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ଗୀତା ପଣ୍ଡା |
ବାପା/ବୋଉ | ଅନନ୍ତ ପ୍ରସାଦ ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଶ୍ରୀକାନ୍ତ ପଣ୍ଡା (୬ ଜୁଲାଇ ୧୯୩୧ - ୨୨ ସେପ୍ଟେମ୍ବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଶ୍ରୀକାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଟକ ସିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଶ୍ରୀକାନ୍ତ ପଣ୍ଡା ୧୯୩୧ ମସିହାର ଜୁଲାଇ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ ପ୍ରସାଦ ପଣ୍ଡା ଓ ପତ୍ନୀଙ୍କ ନାମ ଗୀତା ପଣ୍ଡା ।[୧] ଶ୍ରୀକାନ୍ତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଶ୍ରୀକାନ୍ତ ପଣ୍ଡା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଶ୍ରୀକାନ୍ତ ପଣ୍ଡା ୨୦୧୧ ମସିହାର ସେପ୍ଟେମ୍ବର ମାସ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।