ଶୁକ ଦେଉଳ

Coordinates: 20°14′27″N 85°50′12″E / 20.24083°N 85.83667°E / 20.24083; 85.83667
ଉଇକିପିଡ଼ିଆ‌ରୁ
ଶୁକ ଦେଉଳ
ଶୁଆ ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା ଜିଲ୍ଲା
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Lua error in ମଡ୍ୟୁଲ:Location_map at line 522: "ଭାରତ, ଓଡ଼ିଶା" is not a valid name for a location map definition.
ଭୌଗଳିକ ଅବସ୍ଥିତି20°14′27″N 85°50′12″E / 20.24083°N 85.83667°E / 20.24083; 85.83667
Architecture
Typeକଳିଙ୍ଗ ସ୍ଥାପତ୍ୟ
Elevation[convert: invalid number]

ଶୁକ ଦେଉଳ ଭୁବନେଶ୍ୱରରେ ଥିବା ଏକ ପରିତ୍ୟକ୍ତ ମନ୍ଦିର । ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ । କାରୁକାର୍ଯ୍ୟ ଅନୁଧ୍ୟାନଦ୍ୱାରା ଉକ୍ତ ଦେଉଳ ଗଙ୍ଗବଂଶୀୟ ଶାସନକାଳରେ ପାଖାପାଖି ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମେୟ ।

ଅବସ୍ଥିତି[ସମ୍ପାଦନା]

ଏହି ମନ୍ଦିରଟି ପୁରୁଣା ଭୁବନେଶ୍ୱରର ବଡ଼ୁସାହି ଅଞ୍ଚଳର ଶଙ୍କରାନନ୍ଦ ମଠ ପଥରେ ଅବସ୍ଥିତ । ଏହା ୫୦ ମିଟରର ଦୂରରେ ବିନ୍ଦୁସାଗରର ଦକ୍ଷିଣ ତଟ ରହିଛି । ବର୍ତ୍ତମାନ ଚଟାଣ ସ୍ତରରୁ ମନ୍ଦିର ୧.୮୦ ମିଟର ତଳକୁ ରହିଛି । ଶୁକଦେଉଳର ପୂର୍ବପଟେ ଭବାନୀଶଙ୍କର ପ୍ରାଙ୍ଗଣ, ଉତ୍ତରରେ ଶାରୀ ଦେଉଳ ଓ ଦକ୍ଷିଣରେ ଆବାସ ରହିଛି ।

ସ୍ଥାପତ୍ୟ ଓ କାରୁକାର୍ଯ୍ୟ[ସମ୍ପାଦନା]

ଦେଉଳଟି ପଶ୍ଚିମମୁହାଁ । ବର୍ତ୍ତମାନ ମନ୍ଦିରର ମୁଖ୍ୟ ବିମାନ ସଙ୍ଗେ ସମ୍ମୁଖରେ ଗୋଟିଏ ମଣ୍ଡପ ରହିଛି । ତିନିଗୋଟି ପାର୍ଶ୍ୱଦେବତାଙ୍କ ସ୍ଥାନ ବର୍ତ୍ତମାନ ଶୂନ୍ୟ । ରେଖ ଶୈଳୀରେ ନିର୍ମିତ ବିମାନଟି ସପ୍ତରଥ ଥିବାରୁ ମଝିରୁ ରାହା, ଅନୁରାହା, ଅନୁରଥ ଓ କୋଣକ ପାଗ କ୍ରମରେ ରହିଛି ।

ବାୟବୀ, ବାୟବ୍ୟ କୋଣର ଦିଗପାଳଙ୍କ ଶକ୍ତି । ଦେବୀ କୃଷ୍ଣସାର ମୃଗ ଉପରେ ବସିଛନ୍ତି ଓ ହାତରେ ଧ୍ୱଜା ଧରିଛନ୍ତି ।

ଦେଉଳ ଗାତ୍ରରେ ଦିଗପାଳ ଓ ଅଳସାକନ୍ୟା ଅଛନ୍ତି । ଦ୍ୱାରବନ୍ଧରେ ତିନିଗୋଟି ବନ୍ଧ ରହିଛି (ପୁଷ୍ପ, ନର, ଲତା) ଓ ଶୈବ ଦ୍ୱାରପାଳ ଉଭୟ ପାର୍ଶ୍ୱରେ ଅଛନ୍ତି । ଲଲାଟବିମ୍ବରେ ଗଜଲକ୍ଷ୍ମୀ ରହିଛନ୍ତି । ସବା ଉପରେ ନବଗ୍ରହ ପଟଳ ଅଛି । କଳିଙ୍ଗ ସ୍ଥାପତ୍ୟ ନିୟମାନୁସାରେ ଯଥା ସ୍ଥାନରେ ବେକି ଭୈରବ, ଉଦ୍ୟତ, ଗଜବିଡ଼ାଳ, ଗଜାକ୍ରାନ୍ତ ଓ ଜାଗ୍ରତ ରହିଛନ୍ତି ।

ଆଧାର[ସମ୍ପାଦନା]

  1. http://ignca.nic.in/asi_reports/orkhurda171.pdf
  2. http://ignca.nic.in/asp/all.asp?projectid=orkhr1710001
  3. Book: Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)