ଶିଶୁ ସାହିତ୍ୟ

ଉଇକିପିଡ଼ିଆ‌ରୁ

ଶିଶୁ ସାହିତ୍ୟ କିମ୍ବା କିଶୋର ସାହିତ୍ୟରେ ପିଲାମାନଙ୍କ ପାଇଁ ରଚିତ କାହାଣୀ, ପୁସ୍ତକ, ପତ୍ରିକା ଏବଂ କବିତା ଅନ୍ତର୍ଭୁକ୍ତ । ଆଧୁନିକ ଶିଶୁ ସାହିତ୍ୟ ଦୁଇଟି ଭିନ୍ନ ଶ୍ରେଣୀରେ ବିଭକ୍ତ: ବର୍ଗ କିମ୍ବା ପାଠକଙ୍କ ବୟସସୀମା ।

ଶିଶୁ ସାହିତ୍ୟର ଆରମ୍ଭ ପରୀ କାହାଣୀ ଏବଂ ଗୀତ ଆଦି ଯାଏ ବ୍ୟାପକ ବୋଲି ମାନିହେବ । ତେବେ ଅଷ୍ଟାଦଶ ଶତାବ୍ଦୀରେ ମାତ୍ର ଏସବୁ ଶିଶୁ ସାହିତ୍ୟ ଭିତରେ ଗଣାହେଲା । ଗୀତଗୁଡ଼ିକ ଏକ ବ୍ୟାପକ ମୌଖିକ ପରମ୍ପରାର ଅଂଶବିଶେଷ, ଯାହା ମୁଦ୍ରଣ ପ୍ରକାଶ ହେବା ପୂର୍ବରୁ ବୟସ୍କମାନେ ପିଲାମାନଙ୍କୁ ଶୁଣାଇଥିଲେ । ମୁଦ୍ରଣ ଆଗରୁ ଆଦି ଶିଶୁ ସାହିତ୍ୟର ଆରମ୍ଭ ଖୋଜିବା କଷ୍ଟକର । ମୁଦ୍ରଣ ବ୍ୟାପକ ଭାବେ ବ୍ୟବହାର ହେବା ପରେ ମଧ୍ୟ ଅନେକ କ୍ଲାସିକ "ଶିଶୁ" କାହାଣୀ ମୂଳତଃ ବୟସ୍କମାନଙ୍କ ପାଇଁ ରଚନା କରାଯାଇଥିଲା ଏବଂ ପରେ ଅଳ୍ପ ବୟସ୍କ ପାଇଁ ଗ୍ରହଣ କରାଯାଇଥିଲା । ପଞ୍ଚଦଶ ଶତାବ୍ଦୀରୁ ବିଶେଷ କରି ପିଲାମାନଙ୍କ ପାଇଁ ଅନେକ ସାହିତ୍ୟ ରଚନା କରାଯାଇଥିଲା ଓ ଏଥିରେ ପ୍ରାୟତଃ ଏକ ନୈତିକ କିମ୍ବା ଧାର୍ମିକ ବାର୍ତ୍ତା ରହିଥିଲା । ପିଲାମାନଙ୍କର ସାହିତ୍ୟକୁ ମୌଳବାଦୀ ପରମ୍ପରା ଭଳି ଧାର୍ମିକ ଉତ୍ସ, କିମ୍ବା ଚାର୍ଲ୍ସ ଡାରଉଇନଙ୍କ ଏବଂ ଜନ ଲକଙ୍କ ପ୍ରଭାବଦ୍ୱାରା ଦାର୍ଶନିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରଦାନ କରାଯାଇଚି । ଉନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭକୁ "ଶିଶୁ ସାହିତ୍ୟର ସୁବର୍ଣ୍ଣ ଯୁଗ" କୁହାଯାଏ କାରଣ ସେହି ସମୟରେ ଅନେକ କ୍ଲାସିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା ।

ଜାତୀୟ ପରମ୍ପରା[ସମ୍ପାଦନା]

ଭାରତ[ସମ୍ପାଦନା]

ଓଡ଼ିଶାରେ ଜହ୍ନମାମୁ, ମୀନା ବଜାର, ସଂସାର, ମନପବନ, ନନ୍ଦନକାନନ ଆଦି ନିୟମିତ ପତ୍ରିକା ଓଡ଼ିଆରେ ଶିଶୁସାହିତ୍ୟ ପ୍ରକାଶ କରିଥାନ୍ତି ।[୧]

ଆଧାର[ସମ୍ପାଦନା]

  1. Sahoo, Dr. Basanta Kishore Sahoo (1995) Who's who in Odia Children's - Literature, Vol.I&II Mayur Publication and RIOCL, ISBN 81-86040-44-7