ଶିବ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ଶିବ ପାଣିଗ୍ରାହୀ
ଜନ୍ମ ନାଆଁଶିବ ପାଣିଗ୍ରାହୀ
ଜନ୍ମ(1943-03-01)୧ ମାର୍ଚ୍ଚ ୧୯୪୩
ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୯ ନଭେମ୍ବର ୨୦୨୦(2020-11-09) (ବୟସ ୭୭)
କଟକ
ବିଭାଗଚିତ୍ରଶିଳ୍ପୀ

ଶିବ ପାଣିଗ୍ରାହୀ (୧ ମାର୍ଚ୍ଚ ୧୯୪୩ - ୯ ନଭେମ୍ବର ୨୦୨୦) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ।[୧] ପ୍ରକୃତି ଓ ପରିବେଶ ତାଙ୍କ ଚିତ୍ରକଳାର ମୁଖ୍ୟ ସ୍ଥାନ ଅଧିକାର କରୁଥିଲା । ସୂକ୍ଷ୍ମ ଚିତ୍ରକଳା, ପୁସ୍ତକର ପ୍ରଚ୍ଛଦ ଅଙ୍କନ ସହିତ ଓଡ଼ିଆ ଭାଷା ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି(୨୦୧୩-୨୦୧୫) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜୀବନ କାଳ[ସମ୍ପାଦନା]

ଶିବ ୧୯୪୩ ମସିହାରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ପିତା କେଦାରନାଥ ପାଣିଗ୍ରାହୀ ଓ ମାତା କ୍ଷେତ୍ରମଣି ପାଣିଗ୍ରାହୀଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ମୟୁରଭଞ୍ଜର ଛଉ ନାଚ ଦେଖି, ସେ ଚିତ୍ରକଳା ପ୍ରତି ଆକର୍ଷିତ ହୋଇଥିଲେ । ୧୯୬୨ ମସିହାରେ ଖଲ୍ଲିକୋଟ ଚାରୁକଳା ବିଦ୍ୟାଳୟରୁ ସେ ଚିତ୍ରକଳାରେ ଉପାଧି ଶିକ୍ଷା ପ୍ରାପ୍ତ କରିଥିଲେ । ପରେ ବିଶ୍ୱଭାରତୀ ଶାନ୍ତିନିକେତନରୁ ଚିତ୍ରକଳା ବାବଦରେ ଅଧିକ ଶିକ୍ଷାଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଭୁବନେଶ୍ୱରସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦେଇଥିଲେ ଓ ସେଠାରୁ ଚିତ୍ରକଳା ବିଭାଗର ମୁଖ୍ୟ ଭାବେ ଅବସର ମଧ୍ୟ ଗ୍ରହଣ କରିଥିଲେ ।[୩]

୨୦୨୦ ନଭେମ୍ବର ୧୧ ତାରିଖରେ ହୃଦ୍‌ଘାତ ଯୋଗୁ ତାଙ୍କର ପରଲୋକ ଘଟିଥିଲା ।[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର [୫]
  • ପ୍ରାଣନାଥ ପୁରସ୍କାର (୨୦୧୦) [୬]

ଆଧାର[ସମ୍ପାଦନା]

  1. "Dancer-wife of painter Siba Panigrahi passes away". www.prameyanews.com/. prameya news. Retrieved 3 June 2020.
  2. "ଶୁଖିଲା ଚୁଡ଼ା ଖାଇ ଦୁଇଦିନ ରହିବାକୁ ପଡ଼ିଥିଲା". ଧରିତ୍ରୀ. Retrieved 12 October 2016.
  3. "ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ". No. ସମାଜ ୧୦/୧୧/୨୦୨୦. ସମାଜ. pp. ୧, ୯. Archived from the original on 10 November 2020. Retrieved 10 November 2020.
  4. "ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ". www.samajalive.in. ସମାଜ. Archived from the original on 9 November 2020. Retrieved 9 November 2020.
  5. Odisha Lalit Kala Akademi,. "Award". Retrieved 10 November 2020.{{cite web}}: CS1 maint: extra punctuation (link)
  6. Siba Panigrahi receiving the Prananath Award from Rajya Sabha MP Pyarimohan Mohapatra

ଅଧିକ ତଥ୍ୟ[ସମ୍ପାଦନା]