ଶିବା (୧୯୮୯ର ତେଲୁଗୁ ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ଶିବା
ନିର୍ଦ୍ଦେଶକରାମ ଗୋପଳ ବର୍ମା
ପ୍ରଯୋଜକଆକିନାଇନି ଭେଙ୍କଟ
ସଂଳାପ(କଥା): ରାମ ଗୋପଳ ବର୍ମା
କଳାକାରଅକ୍କିନେନି ନାଗାର୍ଜୁନ, ଅମାଲା , ରଘୁବରନ
ସଙ୍ଗୀତଇଲ୍ଲାୟାରାଜା
ମୁକ୍ତିଲାଭ ତାରିଖ
୧୯୮୯
ଦେଶ ଭାରତ
ଭାଷାତେଲୁଗୁ

ଶିବା ୧୯୮୯ ମସିହାରେ ନିର୍ମିତ ଏକ ତେଲୁଗୁ ଭାଷୀ ଭାରତୀୟ ଚଳଚ୍ଚିତ୍ର । ଲେଖକ ତଥା ନିର୍ଦ୍ଦେଶକ ଭାବେ ରାମ ଗୋପଳ ବର୍ମା ଙ୍କର ଏହା ଥିଲା ପ୍ରଥମ ଅବଦାନ ।[୧] ଅର୍ଣ୍ଣପୂର୍ଣ୍ଣା ଷ୍ତୁଡିଓ ଏବଂ ଏସ୍. ଏସ୍. କ୍ରୀଏସନ ବ୍ୟାନରର ଏହି ଚଳଚ୍ଚିତ୍ରଟିର ଯୁଗ୍ମ ପ୍ରଯୋଜକ ଥିଲେ ଆକିନାଇନି ଭେଙ୍କଟ ଏବଂ ୟାରଲାଗଡ୍ଡା ସୁରେନ୍ଦ୍ର । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅକ୍କିନେନି ନାଗାର୍ଜୁନ, ଅମାଲା ଏବଂ ରଘୁବରନ । ଚଳଚ୍ଚିତ୍ରଟି ୧୯୭୨ ମସିହାରେ ନିର୍ମିତ ଚଳଚ୍ଚିତ୍ର Way of the Dragonର ତେଲୁଗୁ ସଂସ୍କରଣ ବା ରିମେକ୍ । [୨]

କଥାବସ୍ତୁ[ସମ୍ପାଦନା]

ଶିବା (୧୯୮୯ର ତେଲୁଗୁ ଚଳଚ୍ଚିତ୍ର) ଚଳଚ୍ଚିତ୍ରର କଥାବସ୍ତୁ ଏହିଭଳି:

ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଶିବା ଏକ ନିକଟବର୍ତ୍ତୀ ଗ୍ରାମରୁ ବିଜୟୱାଡ଼ା ଆସନ୍ତି ଉଚ୍ଚତର ଶିକ୍ଷା ପାଇଁଁ । ସେଠାରେ ସେ ତା ଭାଇ ଶରତ ଘରେ ରୁହେ ଏବଂ VAS College of Arts and Sciencesରେ ନାମ ଲେଖାଏ । ଶିବାର ଭାଇ ଶରତ ଏବଂ ଶରତଙ୍କ ଝିଅ କିର୍ତ୍ତୀ ଶିବାର ସେଠାରେ ରହିବା ବିଷୟ ନେଇ ଖୁସି ଥିଲେ ବି ଶରତଙ୍କ ସ୍ତ୍ରୀ ଏକଥା ସହିପାରେ ନାହିଁଁ । ଶିବାକୁ ସେ ଏକ ବୋଝ ସଦୃଶ ମନେ କରନ୍ତି । ଇତି ମଧ୍ୟରେ କଲେଜରେ ଅନେକ ଛାତ୍ର ଶିବାର ବନ୍ଧୁ ବନିଯାଆନ୍ତି ଏବଂ ଏଇ ଅବସରରେ ସେ ଭେଙ୍କେଟ ନାମକ ଜଣେ ସଚ୍ଚୋଟ ପୋଲିସ ଅଫିସରଙ୍କ ଭଉଣୀ ଆଶାକୁ ଭଲ ପାଇ ବସନ୍ତି ।

କଲେଜର ଅପ୍ରତିଦ୍ୱନ୍ଦି ଛାତ୍ର ସଂସଦର ପ୍ରେସିଡେଣ୍ଟ ଜେ ଦୁର୍ଗା ରାଓ (ଯିଏ କି J. D.ନାମରେ ବେଶ ପରିଚିତ) ବାସ୍ତବରେ ଏକ ଗୁଣ୍ଡା ଶ୍ରେଣୀର ପିଲା । ଗୁଣ୍ଡା ସର୍ଦ୍ଦାର ଭବାନୀ ସହ ଏମାନେ ପରିଚିତ । ଭବାନୀ ତାର ଗୁଣ୍ଡାଦଳ ସହ ରାଜନେତା ମାଚିରାଜୁ ପାଇଁ କାମ କରେ । J. D ଅନେକ ସମୟରେ ଗୁଣ୍ଡାଗିରି କରି ଜେଲ ଯାଇଛି , ହେଲେ ଭବାନୀ ମାଚିରାଜୁ ସହାୟତାରେ ତାକୁ ଜାମିନରେ ମୁକୁଳେଇ ଆଣିବାରେ ସକ୍ଷମ ହୋଇଛି । J. D ଥରେ ଯେତେବେଳେ କଲେଜ କ୍ୟାମ୍ପସରେ ଆଶାକୁ ହଇରାଣ କରିବାକୁ ଚେଷ୍ଟା କରେ, ଶିବା J. Dକୁ ସାଇକେଲ ଚେନରେ ଅକ୍ରମଣ କରିଛି । ଏଇଠୁ ଆରମ୍ଭ ହୁଏ ଶିବା ଓ ଗଣେଶ (ଭବାନୀ ଦଲର ଏକ ଗୁଣ୍ଡା) ମଧ୍ୟରେ ଶତ୍ରୁତା ।

ଏହି ଘଟଣା ପରେ ଶିବାର ସାଙ୍ଗସବୁ ଶିବାକୁ କଲେଜ ନିର୍ବାଚନରେ ଛାତ୍ର ସଂସଦର ଅଧ୍ୟକ୍ଷ ଭାବେ ଲଢିବାକୁ ପ୍ରବର୍ତ୍ତାନ୍ତି । କିନ୍ତୁ ଶିବା ଏହି ପଦବୀ ପାଇଁ ନରେଶକୁ ମନୋନୀତ କରିବାକୁ କହେ । ଇତି ମଧ୍ୟରେ ଶିବାକୁ ଶାନ୍ତ କରିବାକୁ ଗଣୈଶ ଅନେକ ଚେଷ୍ଟା କରି ବିଫଳ ହୁଏ । ଭବାନୀ ଏସବୁ କଥା ଶୁଣି ଜାଣିପାରେ ଯେ ଶିବା ଏକ ସାଧାରଣ ପିଲା ନୁହେଁ । ଖାଲି ସେତିକି ନୁହେଁ, J. D ବଦଳରେ ଶିବାକୁ ନିଜ ଦଳରେ ସାମିଲ କରିବାକୁ ସେ ଚିନ୍ତା କରେ ।


ଘତଣାଚକ୍ରରେ ଶିବାକୁ ସମସ୍ତେ ନିଜର କରିବାକୁ ଚେଷ୍ଟା କରନ୍ତି । ଏପରିକି ରାଜନେତା ମାଚିରାଜୁ ମଧ୍ୟ ଭବାନୀକୁ ଛାଡି ଶିବାକୁ ପସନ୍ଦ କରନ୍ତି ଏବଂ ଭବାନୀ ବଦଳରେ ଶିବାକୁ ଆପଣାଇବାକୁ ଚେଷ୍ଟା କରନ୍ତି । ଭବାନୀ ଏକଥା ଜାଣିପାରେ ଏବଂ ପ୍ରତିଶୋଧ ପରାୟଣ ହୋଇ କିର୍ତ୍ତୀକୁ ଅପହରଣ କରାଇନିଏ । ଭବାନୀ ନାମରେ ଏକ ଗ୍ରେପ୍ତାରୀ ୱାରେଣ୍ଟ ଜାରୀ ହୁଏ । ଏଥିରେ ଭୀଷଣ ଅପମାନିତ ବୋଧ କରି ଭବାନୀ କିର୍ତ୍ତୀ ଏବଂ ମାଚିରାଜୁ ଉଭୟଙ୍କୁ ହତ୍ୟା କରିଦିଏ । ପରେ ପରେ ଶିବା ଓ ଭବାନୀ ମଧ୍ୟରେ ଏକ ଦ୍ୱନ୍ଦ ଯୁଦ୍ଧ ହୁଏ । ଯୁଦ୍ଧରେ ହାରି ଭବାନୀ ଆତ୍ମହତ୍ୟା କରିଦିଏ । ରାଜନୀତି ତଥା ଆପରାଧିକ ପୃଷ୍ଠଭୂମି ଉପରେ ଆଧାରିତ ଚଳଚ୍ଚିତ୍ର କଥାବସ୍ତୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଏବଂ ନାଟକୀୟ ।

ଅଭିନୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

ଇତ୍ୟାଦି

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଇଲୈୟାରାଜା[୩] [୪]ଚଳଚ୍ଚିତ୍ରରେ ଥିବା ପାଞ୍ଚୋଟି ଗୀତ ମଧ୍ୟରୁ ଭି ସୁନ୍ଦରମ ମୂର୍ତ୍ତୀ ତିନୋଟି ଗୀତ ରଚନା କରିଛନ୍ତି ଏବଂ ଅନ୍ୟ ଦୁଇଟି ଗୀତ ଏସ୍ ସୀତାରାମ ଶାସ୍ତ୍ରୀ ରଚନ କରିଛନ୍ତି । ଏସ୍ ପି ବାଲସୁବ୍ରମନ୍ୟମ, ଏସ୍ ଜାନକି ଏବଂ କେ ଏସ୍ ଚିତ୍ରା ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ ରଚନା କଣ୍ଠଶିଳ୍ପୀ
ସରସାଲୁ ଏସ୍ ସୀତାରାମ ଶାସ୍ତ୍ରୀ ଏସ୍ ଜାନକି
ବଟାନୀ ଏସ୍ ସୀତାରାମ ଶାସ୍ତ୍ରୀ ଏସ୍ ପି ବାଲସୁବ୍ରମନ୍ୟମ୍
ଏନ୍ନିୟାଲୋ ଏସ୍ ସୀତାରାମ ଶାସ୍ତ୍ରୀ ଏସ୍ ପି ବାଲସୁବ୍ରମନ୍ୟମ୍
କିସ୍ ମି ହେଲୋ ଏସ୍ ସୀତାରାମ ଶାସ୍ତ୍ରୀ ଏସ୍ ପି ବାଲସୁବ୍ରମନ୍ୟମ୍, କେ ଏସ୍ ଚିତ୍ରା

ଆଧାର[ସମ୍ପାଦନା]

  1. "Ram Gopal Varma to direct sequel of his debut film 'Shiva'". Retrieved 14 May 2018.
  2. "Shiva returns". Retrieved 14 May 2018.
  3. "Ram Gopal Varma Blogs The Psychological aspect of BackGround Music". Retrieved 14 May 2018.
  4. "Shiva (Original Motion Picture Soundtrack) - EP". Retrieved 14 May 2018.