ଇଲୈୟାରାଜା
ଇଲୈୟାରାଜା | |
---|---|
Background information | |
ଜନ୍ମ ସମୟରେ ନାମ | ଜ୍ଞାନଥେସିକନ |
Also known as |
|
ଜନ୍ମ | ପାନ୍ନାଇପୁରମ, ଥେନି ଜିଲ୍ଲା, ତାମିଲନାଡୁ, ଭାରତ | ୨ ଜୁନ ୧୯୪୩
ଶୈଳୀ | |
ପେଷା |
|
ବାଦ୍ୟଯନ୍ତ୍ର | |
କାର୍ଯ୍ୟକାଳ | ୧୯୭୬ରୁ ଏଯାଏଁ |
ୱେବସାଇଟ | www |
ଇଲୈୟାରାଜା ଜଣେ ଭାରତୀୟ ଗୀତିକାର, ଚଳଚ୍ଚିତ୍ର ସଂଗୀତ ସଂଯୋଜକ, ଯନ୍ତ୍ର ସଂଗୀତ ବାଦକ, ଗାୟକ, ସଂଗୀତକାର ତଥା ଚଳଚ୍ଚିତ୍ର ପ୍ରଯୋଜକ । ଭାରତୀୟ ସଂଗୀତରେ ପାଶ୍ଚାତ୍ୟ ସଂଗୀତର ସମ୍ମିଶ୍ରଣ (fusion) କ୍ଷେତ୍ରରେ ସେ ଅନେକ ସଫଳ ପରୀକ୍ଷା ନିରୀକ୍ଷା କରିଥିବାରୁ ସଂଗୀତ ଜଗତରେ ବିଶେଷ କରି ତାମିଲ ଭାଷୀ ସଂଗୀତରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଭାରତୀୟ ଲୋକ ସଂଗୀତ ତଥା ପରମ୍ପରାଗତ ସଂଗୀତରେ ପାଶ୍ଚାତ୍ୟ ସଂଗୀତ କଳାର ପ୍ରୟୋଗ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅନେକ । ଲଣ୍ଡନସ୍ଥିତ Royal Philharmonic Orchestraଦ୍ୱାରା ପ୍ରସ୍ତୁତ ଏକ ସଂଗୀତର ସ୍ୱର ସଂଯୋଜନା ମାତ୍ର ୧୩ ଦିନ ମଧ୍ୟରେ ରଚନା କରିବାରେ ସେ ହେଉଛନ୍ତି ପ୍ରଥମ ଏସୀୟ ସଂଗୀତକାର ।[୧]
ବାଲ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]୨ ଜୁନ ୧୯୪୩ରେ ତାମିଲନାଡୁର ଥେନି ଜିଲ୍ଲା ଅନ୍ତର୍ଗତ ପାନ୍ନାଇପୁରମଠାରେ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଇଲୈୟାରାଜାଙ୍କ ପିଲାଦିନ ନାମ ଥିଲା ଜ୍ଞାନଥେସିକନ୍ ।[୨] ସ୍କୁଲକୁ ଯିବାପରେ ବାପା ତାଙ୍କ ନାମ ବଦଳାଇ ରାଜାୟା କରିଦେଲେ, ହେଲେ ଗାଆଁରେ କିନ୍ତୁ ତାଙ୍କ ଡାକନାମ ଥିଲା ରାସାୟା ।.[୩] ଇତିମଧ୍ୟରେ ବାଦ୍ୟ ଯନ୍ତ୍ର ଶିକ୍ଷା କରିବାପାଇଁ ସେ ମାଷ୍ଟର ଧନରାଜଙ୍କ ପାଖକୁ ଗଲେ । ମାଷ୍ଟର ଧନରାଜ ତାଙ୍କ ନାମ ରଖିଲେ ରାଜା ।.[୪]
ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ଆନ୍ନାକିଲିର ପ୍ରଯୋଜକ ପଞ୍ଚୁ ଅରୁଣାଚଲମ ତାଙ୍କ ନାଆଁରେ ଇଲୈୟା (ଅର୍ଥ: ଛୋଟ) ଯୋଡିଦେଇ ତାଙ୍କ ନୂଆ ନାଆଁ ରଖିଲେ ଇଲୈୟାରାଜା ।[୫]
ଜୀବାଙ୍କୁ ବିବାହ କରିଥିବା ଇଲୈୟାରାଜା ହେଇଛନ୍ତି ତିନୋଟି ସନ୍ତାନର ଜନକ, ଯଥା, କାର୍ତିକ ରାଜା, ଯୁବା ଶଙ୍କର ରାଜା ଏବଂ ଭବତରିଣୀ । ପ୍ରତ୍ୟେକେ ଚଳଚ୍ଚିତ୍ର ସଂଗୀତ ସଂଯୋଜକ ତଥା ଗାୟକ ।.[୬][୭] ୩୧ ଅକ୍ଟୋବର ୨୦୧୧ରେ ସ୍ତ୍ରୀ ଜୀବା ମୃତ୍ୟୂବରଣ କରନ୍ତି । [୮] ଗାଙ୍ଗାଇ ଅମରନ ନାମରେ ଇଲୈୟାରାଜା ଙ୍କର ଜଣେ ଭାଇ ଅଛନ୍ତି । ତାମିଲ ଚଳଚ୍ଚିତ୍ର ଜଗତରେ ସେ ମଧ୍ୟ ଜଣେ ସଂଗୀତ ନିର୍ଦ୍ଦେଶକ ତଥା ଗୀତୀକାର । [୯]
ସଙ୍ଗୀତକାର ଜୀବନ
[ସମ୍ପାଦନା]ପିଲାଟିଦିନରୁ ସେ ତାମିଲଭାଷୀ ଲୋକ ସଂଗୀତ ତଥା ପରମ୍ପରାଗତ ସଂଗୀତ ଶୁଣିବାକୁ ଭଲପାଉଥିଲେ ।[୧୦] ମାତ୍ର ୧୪ ବର୍ଷ ବୟସରେ ସେ ତାଙ୍କ ଭାଇ ପାଭାଲାର ବରଦାରାଜନଙ୍କଦ୍ୱାରା ପରିଚାଳିତ ଏକ ଭ୍ରମଣକାରୀ ସଂଗୀତକାର ଦଳରେ ଯୋଗ ଦେଲେ ଏବଂ ପାଖାପାଖି ଦଶ ବର୍ଷ କାଳ ଦକ୍ଷିଣ ଭାରତର ବହୁ ସ୍ଥାନରେ ସଂଗୀତ ପରିବେଷଣ କଲେ । ସେହି ସମୟରେ ସେ ଭାରତର ପ୍ରଥମ ପ୍ରଥାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ପ୍ରଥମ କରି ତାମିଲ କବି କାନ୍ନାଡାସାନ୍ଙ୍କ ଲିଖିତ ଏକ କବିତାର ସଂଗୀତ ସଂଯୋଜନା କରିଥିଲେ ।[୧୧] ୧୯୬୮ ମସିହାରେ ପ୍ରଫେସର ଧନରାଜଙ୍କ ସହ ମିଶି ସେ ଏକ ସଂଗୀତ ପାଠ୍ୟକ୍ରମ ମାଡ୍ରାସଠାରେ ଆରମ୍ଭ କଲେ । ପରବର୍ତ୍ତୀ ସମୟରେ ସେ ଟ୍ରିନିଟି କଲେଜ ଅଫ୍ ମ୍ୟୁଜିକର ଡିଷ୍ଟାନ୍ସ ଲେର୍ଣିଙ୍ଗ ପାଠ୍ୟକ୍ରମ ଜରିଆରେ କ୍ଳାସିକାଲ ଗିଟାର ଶିକ୍ଷ କରି ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।[୧୨]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୧୯୮୪- ଜାତୀୟ ଚଳଚ୍ଚିତ୍ର ପୁରସ୍କାର -ସାଗର ସଂଗମ ଚଳଚ୍ଚିତ୍ରରେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ
- ୧୯୮୬-ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ସିନ୍ଧୁ ଭୈରବୀ ଚଳଚ୍ଚିତ୍ରରେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ
- ୧୯୮୯-ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ରୁଦ୍ର ବୀଣା ଚଳଚ୍ଚିତ୍ରରେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ
- ୨୦୦୯-ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ପାଝାସି ରାଜା ଚଳଚ୍ଚିତ୍ରରେ ଶ୍ରେଷ୍ଠ ପୃଷ୍ଠଭୂମି ସଂଗୀତ ପାଇଁ
- ୨୦୧୬-ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ଥାରାଇ ଥାପାଟ୍ଟାଇ ଚଳଚ୍ଚିତ୍ରରେ ଶ୍ରେଷ୍ଠ ପୃଷ୍ଠଭୂମି ସଂଗୀତ ପାଇଁ
ଏତଦ ବ୍ୟତୀତ ସଂଗୀତ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କୃତୀ ପାଇଁ ସେ ଭାରତ ସରକାରଙ୍କଦ୍ୱାରା ୨୦୧୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୮ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଆଧାର
[ସମ୍ପାଦନା]- ↑ "Mr.Viji Manuel talks about Symphony by Isaignani Ilaiyaraaja". Youtube. 19 October 2015. Retrieved 20 October 2015.[permanent dead link]
- ↑ "Exclusive biography of #Ilayaraja and on his life". FilmiBeat. Archived from the original on 19 February 2017.
- ↑ "திரை இசையில் திருப்பம் உண்டாக்கிய இளையராஜா கிராமிய இசைக்கு புத்துயிர் அளித்தார்". Maalai Malar. Archived from the original on 4 January 2015. Retrieved 31 May 2018.
- ↑ "Humorist springs a surprise". The Hindu. Chennai, India. 2008-08-08. Archived from the original on 9 May 2012.
- ↑ "Raja and his rule". Deccan Herald.
- ↑ Sangeetha Devi, K. "Music from the past". Archived 7 November 2012 at the Wayback Machine. The Hindu. 13 January 2007. Accessed 2007-03-03.
- ↑ Staff reporter. "Ilaiyaraja's daughter gets engaged". Archived 29 April 2007 at the Wayback Machine. The Hindu. 5 August 2005. Accessed 2007-03-03.
- ↑ "Music maestro Ilayaraja's wife passes away". The Hindu. Chennai, India. 2011-11-01. Archived from the original on 10 December 2011.
- ↑ "Illayaraja: Gangai Amaran get together again". Behindwoods. 2005-03-12. Archived from the original on 24 July 2012. Retrieved 2012-03-11.
- ↑ Mohan, A. 1994. Ilaiyaraja: composer as phenomenon in Tamil film culture. M.A. thesis, Wesleyan University (pp. 106–107).
- ↑ Rangarajan, M. "Memorable evening in many ways". Archived 16 February 2007 at the Wayback Machine. The Hindu. 9 July 2004. Accessed 2006-11-19.
- ↑ Author unknown. "No point in classifying music, says Ilayaraja". Archived 16 October 2007 at the Wayback Machine. The Hindu. 19 June 2005. Accessed 2007-02-01.
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଇଲୈୟାରାଜା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |