ଶିକ୍ଷା ଅକ୍ଷମତା

ଉଇକିପିଡ଼ିଆ‌ରୁ
Learning disability
Specific learning disorder,[୧] learning difficulties,[୨] developmental academic disorder,[୩][୪] developmental disorder of scholastic skills[୪] knowledge acquisition disability,[୪] learning disorder,[୪] learning difference[୫]
A girl holding a sign that says "LD = equally intelligent / Cross out stigma" poses for a photo in Times Square with a man holding a sign that says "Take a picture with a proud Dyslexic".
People at a Learning Disabilities Month event[୬]
ବିଭାଗPsychiatry, neurology
ଲକ୍ଷଣDifficulties in school[୭]
ଆକ୍ରାନ୍ତ ସମୟChildhood[୭]
ବିପଦ କାରକFamily history, poverty, prematurity, alcohol[୭]
ସଠିକ ରୋଗ ନିର୍ଣ୍ଣୟBeing disadvantaged, intellectual disability, hearing impairment, traumatic brain injury, ADHD[୭][୧]
ପୁନଃପୌନିକ~10% of children[୧]

ଶିକ୍ଷା ଅକ୍ଷମତା ( LDs ), ଯାହା ଶିକ୍ଷା ବିକାର ଭାବରେ ମଧ୍ୟ ଜଣାଶୁଣା, ଏକ ଗୋଷ୍ଠୀ ବିକାର ଯେଉଁଥିରେ କୌଣସି କଥାର ଗ୍ରହଣ, ସଂଗଠନ, ମନେରଖିବା, ବୁଝିବା କିମ୍ବା ବ୍ୟବହାର କରିବାର କ୍ଷମତା ପ୍ରଭାବିତ ହୋଇଥାଏ ।[୭] ବୁଦ୍ଧି ସାଧାରଣତଃ ସାଧାରଣ ଥାଏ ।[୭] ପିଲାଦିନେ ବିଦ୍ୟାଳୟରେ ଅସୁବିଧା ଭୋଗ କରିବାଠାରୁ ଆରମ୍ଭ ହୁଏ ।[୭] ପ୍ରାୟ ୮୦% କ୍ଷେତ୍ରରେ ପଢ଼ିବା ଅକ୍ଷମତା (dyslexia) ଦେଖାଯାଏ ଯେଉଁଥିରେ ଗଣିତ ପାଠ ଅକ୍ଷମତା (dyscalculia), ଲେଖିବା ଅକ୍ଷମତା (dysgraphia) ଏବଂ ଅଣମୌଖିକ ଅକ୍ଷମତା ସହିତ ଅନ୍ୟାନ୍ୟ ପ୍ରକାରର ଶିକ୍ଷା ଅସୁବିଧା ହୋଇଥାଏ ।[୭]

ଜେନେଟିକ ଏବଂ ପରିବେଶ କାରକମାନଙ୍କର ମିଶ୍ରଣ ଏହାର କାରଣ ବୋଲି ବିଶ୍ୱାସ କରାଯାଏ ।[୭] ଶିଶୁ ବିକାଶ ସମୟରେ ପାରିବାରିକ ଦାରିଦ୍ର୍ୟ, ଅପରିପକ୍ୱତା, ନିକୋଟିନ କିମ୍ବା ମଦ୍ୟପାନ ସଂସ୍ପର୍ଶରେ ଆସିବା ଏହାର କାରଣ ହୋଇପାରେ ।[୭] [୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ କିଛି ସ୍ନାୟୁଗତ ଥିବା ବିଶ୍ୱାସ କରାଯାଏ ।[୭] ସମ୍ଭାବ୍ୟ କାରଣଗୁଡିକ ଯେପରି ବୌଦ୍ଧିକ ଅକ୍ଷମତା, ଶ୍ରବଣ ଦୁର୍ବଳତା, ମସ୍ତିଷ୍କ ଆଘାତ କିମ୍ବା ଧ୍ୟାନାଭାବ ଓ ଅତିସକ୍ରୟତା ବିକାର ବା ADHD ପରି ବେମାରୀ ନଥିବା ପ୍ରମାଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [୭] [୧]ଶିକ୍ଷା ଅକ୍ଷମତା (LDs) ପ୍ରାୟ ADHD, ଅଟିଜିମ୍, ଅବସାଦ, କିମ୍ବା ବିରୋଧୀ ଅବଜ୍ଞାକାରୀ ରୋଗ ଇତ୍ୟାଦି ସହିତ ଜଡିତ ଥାଇପାରେ ।[୭]

ଶିକ୍ଷକ, ମନୋବିଜ୍ଞାନୀ ଏବଂ ଚିକିତ୍ସକଙ୍କ ସମୂହଙ୍କଦ୍ୱାରା ଏହାର ପରିଚାଳନା ସାଧାରଣତଃ କରାଯାଇପାରେ । [୭] ବକ୍ତୃତା ଦେବା ଶିକ୍ଷା ସାହାଯ୍ୟରେ ପଢ଼ିବା ଅକ୍ଷମତା ଦୂର ହୋଇପାରେ ।[୭] ଫିଜିଓଥେରାପି ସାହାଯ୍ୟରେ ଲେଖିବା ଅସୁବିଧା ଦୂର ହୋଇପାରେ ।[୭] ସଂଯୁକ୍ତ ରୋଗଗୁଡ଼ିକର ମଧ୍ୟ ଚିକିତ୍ସା ଆବଶ୍ୟକ ହୋଇପାରେ । [୭] ବିଶ୍ୱବ୍ୟାପୀ ପ୍ରାୟ ୫ରୁ ୧୫% ସ୍କୁଲ ବୟସର ପିଲାମାନେ ପ୍ରଭାବିତ ହୁଅନ୍ତି ।[୭] [୧] ପ୍ରାୟ ୪% ବୟସ୍କମାନେ ମଧ୍ୟ ପ୍ରଭାବିତ ହୋଇଥାଆନ୍ତି । [୧] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [୧] ଦୀର୍ଘକାଳୀନ ପରିଣାମରେ ବେକାରୀ ଅନ୍ତର୍ଭୁକ୍ତ ହୋଇପାରେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 66-74. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  2. "Developmental academic disorder (Concept Id: C1330966) - MedGen". NCBI. 2019-12-20. Archived from the original on 2021-04-12. Retrieved 2019-12-20.
  3. "Code System Concept". phinvads.cdc.gov. 2018-12-05. Archived from the original on 2020-07-21. Retrieved 2019-12-20.
  4. ୪.୦ ୪.୧ ୪.୨ ୪.୩ "2020 ICD-10-CM Diagnosis Code F81.9: Developmental disorder of scholastic skills, unspecified". The Web's Free 2019/2020 ICD-10-CM/PCS Medical Coding Reference. 2019-10-01. Archived from the original on 2018-05-10. Retrieved 2019-12-20.
  5. "Learning Disabilities vs. Differences". www.ldanys.org. Archived from the original on 15 April 2021. Retrieved 1 March 2021.
  6. Kate Adams (September 30, 2012). "October Is Learning Disabilities Awareness Month in Canada!". baytoday.ca. LDAO – North Bay and Area News Release. Archived from the original on 21 July 2015. Retrieved 28 April 2015.
  7. ୭.୦୦ ୭.୦୧ ୭.୦୨ ୭.୦୩ ୭.୦୪ ୭.୦୫ ୭.୦୬ ୭.୦୭ ୭.୦୮ ୭.୦୯ ୭.୧୦ ୭.୧୧ ୭.୧୨ ୭.୧୩ ୭.୧୪ ୭.୧୫ ୭.୧୬ ୭.୧୭ Dominguez, O; Carugno, P (January 2021). "Learning Disability". PMID 32119258. {{cite journal}}: Cite journal requires |journal= (help)