ବିରୋଧୀ ଅବଜ୍ଞାକାରୀ ରୋଗ

ଉଇକିପିଡ଼ିଆ‌ରୁ
Oppositional defiant disorder
Video explanation
ବିଭାଗPsychiatry, pediatrics
ଲକ୍ଷଣIrritable mood, defiant behavior, vindictiveness[୧][୨]
ଆକ୍ରାନ୍ତ ସମୟChildhood[୧]
ଅବଧି> 6 months[୨]
କାରଣGenetic, environmental, and social factors[୧]
ବିପଦ କାରକChild abuse, poverty, poor peer group[୧]
ସଠିକ ରୋଗ ନିର୍ଣ୍ଣୟConduct disorder, ADHD, mood disorder[୧]
ଚିକିତ୍ସାCognitive behavioral therapy, family therapy, school support[୧]
ପୁନଃପୌନିକ2 to 11%[୧]

ବିରୋଧୀ ଅବଜ୍ଞାକାରୀ ରୋଗ (ଇଂରାଜୀ ଭାଷାରେ Oppositional defiant disorder/ ODD ) ହେଉଛି ଏକ ପିଲାଦିନର ରୋଗ ଯାହା ଭାବନା ଏବଂ ଆଚରଣ ଜନିତ ନିୟନ୍ତ୍ରଣ ସମସ୍ୟା ସହିତ ଜଡିତ ଥାଏ ।[୧] ଏହା ଏକ କ୍ରୋଧିତ ମନୋଭାବ, ଅସମ୍ମାନ ଆଚରଣ ଏବଂ ଅନ୍ୟମାନଙ୍କ ପ୍ରତି ପ୍ରତିଶୋଧ ପରାୟଣତାର ଏକ ଦୀର୍ଘକାଳୀନ ଢ଼ାଞ୍ଚା ସହିତ ଉପସ୍ଥାପନ କରେ ।[୧] [୨] ଜଟିଳତା ମଧ୍ୟରେ ଉଦ୍‌ବେଗ ଅବ୍ୟବସ୍ଥା, ବିକୃତ ମନୋଭାବ, ଆଚରଣ ବ୍ୟାଧି ଏବଂ ପଦାର୍ଥର ଅପବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୧]

ଏହାର ମୂଳ କାରଣ ଜେନେଟିକ, ପରି ବେଶ ଏବଂ ସାମାଜିକ କାରଣଗୁଡିକ ସହିତ ଜଡିତ ଥିବା ବିଶ୍ୱାସ କରାଯାଏ ।[୧] ବିଶ୍ୱାସ କରାଯାଏ ଯେ ଏହି ଅବସ୍ଥା ପାଇଁ ଜେନେଟିକର ସଙ୍କଟ ପ୍ରାୟ ଅଧା ଦାୟୀ ଅଟେ । [୧] ଅନ୍ୟାନ୍ୟ ସଙ୍କଟ କାରଣଗୁଡ଼ିକ ମଧ୍ୟରେ ହେଉଛି ଶିଶୁ ନିର୍ଯାତନା, ଦାରିଦ୍ର୍ୟ ଏବଂ ଗରିବ ସାଥୀ ଗୋଷ୍ଠୀ ଦାୟୀ । [୧] ଶିଶୁ ସହିତ ଯୋଗାଯୋଗ କରୁଥିବା ଲୋକଙ୍କ ସହ ଆଲୋଚନା କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ରୋଗ ନିର୍ଣ୍ଣୟ କରିବାରେ ଅନେକ ମୂଲ୍ୟାଙ୍କନ ଉପକରଣ ସାହାଯ୍ୟ କରିପାରେ ।[୧] ଓଡିଡି ରୋଗ ଆଚରଣ ବ୍ୟାଧିଠାରୁ ଭିନ୍ନ ଅଟେ କାରଣ ଲକ୍ଷଣଗୁଡ଼ିକ କମ୍ ଗୁରୁତର ଅଟେ ।[୧]

ଏହି ରୋଗର ପରିଚାଳନା ନିମନ୍ତେ ପିତାମାତାଙ୍କ ତାଲିମ, ବିଦ୍ୟାଳୟ ସହାୟତା, ଏବଂ ଜ୍ଞାନଗତ ଆଚରଣବିଧି ଚିକିତ୍ସା କରାଯାଇପାରେ ।[୧] ଯଦି ଯଥେଷ୍ଟ ପ୍ରଭାବଶାଳୀ ନ ହେଲେ ଆଣ୍ଟିସାଇକୋଟିକ୍ ବ୍ୟବହାର କରାଯାଇପାରେ ।[୧] କିଛି ସଂପୃକ୍ତ ରୋଗ ଥିଲେ ସେଗୁଡ଼ିକର ଚିକିତ୍ସା ମଧ୍ୟ ଆବଶ୍ୟକ ହୋଇପାରେ । [୧] ବିରୋଧୀ ଅବଜ୍ଞାକାରୀ ରୋଗ ୨ରୁ ୧୧% ଲୋକଙ୍କୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି । [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [୧] ଆରମ୍ଭ ସାଧାରଣତ ବିଦ୍ୟାଳୟ ଆରମ୍ଭରେ ହୋଇଥାଏ ଏବଂ ବୟସ ସହିତ ଏହା କମ ହୋଇଯାଏ । [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Aggarwal, A; Marwaha, R (January 2020). "Oppositional Defiant Disorder". PMID 32491375. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 462-466. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)