ବିରୋଧୀ ଅବଜ୍ଞାକାରୀ ରୋଗ
| Oppositional defiant disorder | |
|---|---|
Video explanation | |
| ବିଭାଗ | Psychiatry, pediatrics |
| ଲକ୍ଷଣ | Irritable mood, defiant behavior, vindictiveness[୧][୨] |
| ଆକ୍ରାନ୍ତ ସମୟ | Childhood[୧] |
| ଅବଧି | > 6 months[୨] |
| କାରଣ | Genetic, environmental, and social factors[୧] |
| ବିପଦ କାରକ | Child abuse, poverty, poor peer group[୧] |
| ସଠିକ ରୋଗ ନିର୍ଣ୍ଣୟ | Conduct disorder, ADHD, mood disorder[୧] |
| ଚିକିତ୍ସା | Cognitive behavioral therapy, family therapy, school support[୧] |
| ପୁନଃପୌନିକ | 2 to 11%[୧] |
ବିରୋଧୀ ଅବଜ୍ଞାକାରୀ ରୋଗ (ଇଂରାଜୀ ଭାଷାରେ Oppositional defiant disorder/ ODD ) ହେଉଛି ଏକ ପିଲାଦିନର ରୋଗ ଯାହା ଭାବନା ଏବଂ ଆଚରଣ ଜନିତ ନିୟନ୍ତ୍ରଣ ସମସ୍ୟା ସହିତ ଜଡିତ ଥାଏ ।[୧] ଏହା ଏକ କ୍ରୋଧିତ ମନୋଭାବ, ଅସମ୍ମାନ ଆଚରଣ ଏବଂ ଅନ୍ୟମାନଙ୍କ ପ୍ରତି ପ୍ରତିଶୋଧ ପରାୟଣତାର ଏକ ଦୀର୍ଘକାଳୀନ ଢ଼ାଞ୍ଚା ସହିତ ଉପସ୍ଥାପନ କରେ ।[୧] [୨] ଜଟିଳତା ମଧ୍ୟରେ ଉଦ୍ବେଗ ଅବ୍ୟବସ୍ଥା, ବିକୃତ ମନୋଭାବ, ଆଚରଣ ବ୍ୟାଧି ଏବଂ ପଦାର୍ଥର ଅପବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୧]
ଏହାର ମୂଳ କାରଣ ଜେନେଟିକ, ପରି ବେଶ ଏବଂ ସାମାଜିକ କାରଣଗୁଡିକ ସହିତ ଜଡିତ ଥିବା ବିଶ୍ୱାସ କରାଯାଏ ।[୧] ବିଶ୍ୱାସ କରାଯାଏ ଯେ ଏହି ଅବସ୍ଥା ପାଇଁ ଜେନେଟିକର ସଙ୍କଟ ପ୍ରାୟ ଅଧା ଦାୟୀ ଅଟେ । [୧] ଅନ୍ୟାନ୍ୟ ସଙ୍କଟ କାରଣଗୁଡ଼ିକ ମଧ୍ୟରେ ହେଉଛି ଶିଶୁ ନିର୍ଯାତନା, ଦାରିଦ୍ର୍ୟ ଏବଂ ଗରିବ ସାଥୀ ଗୋଷ୍ଠୀ ଦାୟୀ । [୧] ଶିଶୁ ସହିତ ଯୋଗାଯୋଗ କରୁଥିବା ଲୋକଙ୍କ ସହ ଆଲୋଚନା କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ରୋଗ ନିର୍ଣ୍ଣୟ କରିବାରେ ଅନେକ ମୂଲ୍ୟାଙ୍କନ ଉପକରଣ ସାହାଯ୍ୟ କରିପାରେ ।[୧] ଓଡିଡି ରୋଗ ଆଚରଣ ବ୍ୟାଧିଠାରୁ ଭିନ୍ନ ଅଟେ କାରଣ ଲକ୍ଷଣଗୁଡ଼ିକ କମ୍ ଗୁରୁତର ଅଟେ ।[୧]
ଏହି ରୋଗର ପରିଚାଳନା ନିମନ୍ତେ ପିତାମାତାଙ୍କ ତାଲିମ, ବିଦ୍ୟାଳୟ ସହାୟତା, ଏବଂ ଜ୍ଞାନଗତ ଆଚରଣବିଧି ଚିକିତ୍ସା କରାଯାଇପାରେ ।[୧] ଯଦି ଯଥେଷ୍ଟ ପ୍ରଭାବଶାଳୀ ନ ହେଲେ ଆଣ୍ଟିସାଇକୋଟିକ୍ ବ୍ୟବହାର କରାଯାଇପାରେ ।[୧] କିଛି ସଂପୃକ୍ତ ରୋଗ ଥିଲେ ସେଗୁଡ଼ିକର ଚିକିତ୍ସା ମଧ୍ୟ ଆବଶ୍ୟକ ହୋଇପାରେ । [୧] ବିରୋଧୀ ଅବଜ୍ଞାକାରୀ ରୋଗ ୨ରୁ ୧୧% ଲୋକଙ୍କୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି । [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [୧] ଆରମ୍ଭ ସାଧାରଣତ ବିଦ୍ୟାଳୟ ଆରମ୍ଭରେ ହୋଇଥାଏ ଏବଂ ବୟସ ସହିତ ଏହା କମ ହୋଇଯାଏ । [୧]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 Aggarwal, A; Marwaha, R (January 2020). "Oppositional Defiant Disorder". PMID 32491375.
{{cite journal}}: Cite journal requires|journal=(help) - 1 2 3 Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 462-466. doi:10.1176/appi.books.9780890425596.156852. ISBN 978-0-89042-555-8.
{{cite book}}: Cite has empty unknown parameter:|1=(help)