ଶାନ୍ତାଦୁର୍ଗା

ଉଇକିପିଡ଼ିଆ ରୁ
Jump to navigation Jump to search
ଶାନ୍ତାଦୁର୍ଗା
Shantadurga in Mumbai.jpg
ମୁମ୍ବାଇର ଶିତଳାଦେବୀ ମନ୍ଦିର କମ୍ପ୍ଲେକ୍ସରେ ଶାନ୍ତାଦୁର୍ଗା
Devanagariशांतादुर्गा
Sanskrit TransliterationŚāntādurgā
Mountସିଂହ

ଶାନ୍ତାଦୁର୍ଗା (ଇଂରାଜୀ ଭାଷାରେ Shantadurga), (Devanagari:शांतादुर्गा, Śāntādurgā) ଜଣେ ଲୋକପ୍ରିୟ ହିନ୍ଦୁ ଦେବୀ ଦୁର୍ଗା ଯିଏ ଗୋଆରେକର୍ଣ୍ଣାଟକର କେତେକ ସ୍ଥାନରେ ମଧ୍ୟ ପୂଜା ପାଆନ୍ତି । ପୁରାତନ ସନ୍ତେରୀ ଦେବୀ ମାତାଙ୍କର ସେ ଏକ ନୂତନ ବ୍ରାହ୍ମଣୀ ଆକାର ।[୧] ଗୋଆର ପ୍ରାୟ ସମସ୍ତ ଗ୍ରାମମାନଙ୍କରେ ପିମ୍ପୁଡ଼ି କଲୋନୀ (ant hill ଭାବରେ ତାଙ୍କୁ ପୂଜା କରାଯାଏ । ଏହା କେତେକ ଶାନ୍ତାଦୁର୍ଗା ମନ୍ଦିରରେ ମଧ୍ୟ ଦେଖାଯାଏ । [୨]

ବ୍ୟୁତ୍ପତ୍ତି[ସମ୍ପାଦନା]

ସ୍କନ୍ଦ ପୁରାଣର ଏକ ଅଧ୍ୟାୟରେ ଥିବା ସ‌ହ୍ୟାଦ୍ରିଖଣ୍ଡର ଦ୍ୱିତୀୟ ଅଧ୍ୟାୟରେ ସଂସ୍କୃତ ଭାଷା ନାଗବ୍ୟ ମହାତ୍ମ୍ୟରେ ଶାନ୍ତାଦୁର୍ଗାର ବର୍ଣ୍ଣନା ଦିଆଦାଇଛି । [୩] କେବଳ ଏହାର ଶିର୍ଷକରେ ଶାନ୍ତାଦୁର୍ଗାଙ୍କ ନାମ ଅଛି କିନ୍ତୁ ଅନ୍ୟ କୌଣସି ସ୍ଥାନରେ ଏହା ବିଷୟରେ କିଛି ଲିଖିତ ନାହିଁ । ଏହି ଅଧ୍ୟାୟରେ ନାଗବ୍ୟାର (ଆଧୁନିକ ନାଗୋଆ) (Nagavya (modern Nagoa)) ଜଣେ ବାସିନ୍ଦା ଶାନ୍ତାମୂନୀଙ୍କ (Śāntāmuni) ବିଷୟରେ କିଛି ଲେଖା ଅଛି । ଶାନ୍ତାମୂନୀଙ୍କ ସମ୍ମୁଖରେ ଆବିର୍ଭୁତା ହୋଇଥିବାରୁ ଦେବୀଙ୍କୁ ଶାନ୍ତାଦୁର୍ଗା ନାମ ଦିଆଯାଇଥିବା ବିଶ୍ୱାସ କରାଯାଉଛି । ଏହ ବିଷୟରେ ଅନ୍ୟ କିଛି ଔଚିତ୍ୟ ପ୍ରଦର୍ଶନ କରାଯାଇ ନାହିଁ । ଭୟାନ‌କ ରୂପରେ ପ୍ରଦର୍ଶିତା ଦୁର୍ଗାଙ୍କୁ ଶାନ୍ତା ନାମ ଦେବା ଅସଙ୍ଗତ ଲାଗୁଛି । ସ‌ହ୍ୟାଦ୍ରିଖଣ୍ଡର କେବଳ ୧୬, ୧୮ ଓ ୩୪ ଛାନ୍ଦରେ ଶାନ୍ତା-ଦେବୀ ନାମ ନିଆଯାଇଛି । ଛାନ୍ଦ ୧୮ରେ ଦେବୀ ଗୋଟିଏ ପିମ୍ପଡ଼ି କଲୋନୀ ବା ହୁଙ୍କାରେ ଅଦୃଶ୍ୟ ହୋଇଯାଇଥିବା ଲେଖାଅଛି ।[୪] ଏହି ପିମ୍ପୁଡ଼ି ହୁଙ୍କାକୁ ଶାନ୍ତାଦୁର୍ଗା ଓ ସନ୍ତେରୀଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଇଛି । କୋଙ୍କଣରେ (Konkan) ଥିବା ଆଦିବାସୀ ସମ୍ପ୍ରଦାୟରେ ଏହି ପିମ୍ପୁଡ଼ି ପୂଜା ପ୍ରଚଳିତ ଥିବା ଆରମ୍ଭ ହୋଇ ଥାଇପାରେ । ତେଣୁ ସ‌ହ୍ୟାଦ୍ରିଖଣ୍ଡରେ ଲୋକ ଦେବୀଙ୍କର ସଂସ୍କୃତିକୁ ଉଚ୍ଚ ଜାତିର ଲୋକମାନର ବେଦ, ପୁରାଣ ଓ ତାନ୍ତ୍ରିକ ଧର୍ମରେ ପ୍ରମାଣ ଭାବରେ ଦେଇଛନ୍ତି ଓ କୋଙ୍କଣ ଜାତିର ଆଦିବାସୀଙ୍କର ଦେବ ଦେବୀଙ୍କୁ ବ୍ରାହ୍ମଣ ସ୍ରୋତକୁ ଆଣିବା ପାଇଁ ସଂସ୍କୃତ ନାମ ଦେଇଛନ୍ତି ।[୧] ଏହିପରି ଆନେକ ତାନ୍ତ୍ରିକ ବିଦ୍ୟାର ଦେବୀମାନଙ୍କୁ ନୁଆ ଭାବରେ ବ୍ରାହ୍ମଣମାନେ ଗ୍ରହଣ କରିଛନ୍ତି । ସମୟକ୍ରମେ ଏହି ଦେବୀଙ୍କୁ ଶିବଙ୍କ ‌ସ‌ହିତ ଯୋଡ଼ା ଯାଇଛି ।[୫]

ଅନ୍ୟ ଏକ କାଳ୍ପନିକ କାହାଣୀରେ ଶିବ ଓ ବିଷ୍ଣୁଙ୍କର ଭାୟାବ‌ହ ଯୁଦ୍ଧ ହେବାରୁ ପୃଥିବୀ ଥରହର ହୋଇଥିବା ଲେଖାଅଛି । ଏଣୁ ବ୍ରହ୍ମା ଯାଇ ଶକ୍ତିଙ୍କୁ ଏହି ଯୁଦ୍ଧ ରୋକିବା ନିମନ୍ତେ ପ୍ରାର୍ଥନା କଲେ । ଦେବୀ ଶିବଙ୍କର ଗୋଟିଏ ହାତ ଓ ବିଷ୍ଣୁଙ୍କର ଗୋଟିଏ ହାତ ଧରି ମିଳାମିଶା କରେଇଥିଲେ । ଏହା ଯୋଗୁ ଯୁଦ୍ଧ ବନ୍ଦ ହେବା ସଙ୍ଗେ ସଙ୍ଗେ ଶାନ୍ତି ବିରାଜମାନ କଲା । କେବାଲେରେ (Kavale) ଥିବା ଶାନ୍ତାଦୁର୍ଗା ମନ୍ଦିରରେ ଏହି ବିଷୟ ଭଳି ଏକ ଦେବୀ ପ୍ରତିମୁର୍ତ୍ତି ଅଛି ।[୬] ସପ୍ତଦଶ ଶତାବ୍ଦୀରେ ଲିଖିତ ମରାଠୀ ଭାଷାରେ କୋଙ୍କଣ ମହାତ୍ମ୍ୟରେ ଗୋଆରେ ଥିବା ଶୈବ ଓ ବୈଷ୍ଣବ ଅନୁଗାମୀଙ୍କ ମଧ୍ୟରେ ଏହିଭଳି ଏକ ବିବାଦ ସୃଷ୍ଟି ହୋଇଥିବା ଲିଖିତ ଅଛି । ଏହି ବିବାଦକୁ ପ୍ରତୀକ ଭାବରେ ଶାନ୍ତାଦୁର୍ଗା ଭାବରେ ଗ୍ରହଣ କରାଯିବା ସମ୍ଭାବନା ରହିଛି । [୧]

ପ୍ରତିମାବିଦ୍ୟା[ସମ୍ପାଦନା]

ଶାନ୍ତାଦୁର୍ଗାଙ୍କର ମନ୍ଦିରରେ ଥିବା ଆସନ ଉପରେ ପ୍ରସ୍ତର ମୂର୍ତ୍ତି, ଧାତୁ ପ୍ରତିମା ବା କଳସ ବଦଳରେ ଏକ ପିମ୍ପୁଡ଼ି ହୁଙ୍କା ଥିବା ଦେଖାଯାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Mitragotri, Vithal Raghavendra (1999). A socio-cultural history of Goa from the Bhojas to the Vijayanagara. Panaji: Institute Menezes Braganza. p. 139,175–180.
  2. Gomes Pereira, Rui (1978). Goa: Hindu temples and deities(tranlslated from the original in Portuguese by Antonio Victor Couto). Pereira, 1978. pp. 1–231.
  3. Shastri, P. (1995) Introduction to the Puranas, New Delhi: Rashtriya Sanskrit Sansthan, pp.118-20
  4. Gaitonde, V.D. (1972). Sahyadrikhanda(Skanda Purana),in Marathi Translated from Sanskrit. Mumbai: Katyayani Publications. pp. 254–257.
  5. Desai, P.B. Tantric Cults in Epigraphs. Oriental research. pp. 285–288.
  6. Sinai Dhume, Anant Ramkrishna (2009). The Cultural History of Goa from 10000 B.C.-1352 A.D. (second ed.). Panaji: Broadway book centre. p. 103. ISBN 9788190571678.