ଶରତ କୁମାର ଦେବ

ଉଇକିପିଡ଼ିଆ‌ରୁ
ଶରତ କୁମାର ଦେବ
ବିଧାୟକ: ୫ମ, ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୮୫
ପୂର୍ବ ଅଧିକାରୀଦିବାକରନାଥ ଶର୍ମା
ପର ଅଧିକାରୀଦୋଳଗୋବିନ୍ଦ ନାୟକ
ନିର୍ବାଚନ ମଣ୍ଡଳୀଆଳି
ସାଂସଦ: ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୪ – ୧୯୮୮
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1944-10-26)ଅକ୍ଟୋବର ୨୬, ୧୯୪୪
ମୃତ୍ୟୁ୨୪ ମାର୍ଚ୍ଚ ୧୯୮୮(1988-03-24) (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀସୁଶ୍ରୀ ଦେବୀ
ସନ୍ତାନପ୍ରତାପ କେଶରୀ ଦେବ
ବାପା/ବୋଉଚନ୍ଦ୍ରଭାନୁ ଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ଶରତ କୁମାର ଦେବ (୨୬ ଅକ୍ଟୋବର ୧୯୪୪ - ୨୪ ମାର୍ଚ୍ଚ ୨୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଏବଂ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଶରତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୮୪ ମସିହାରେ କେନ୍ଦ୍ରାପଡ଼ା ଉପ-ନିର୍ବାଚନରେ ସେ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶରତ କୁମାର ଦେବ ୧୯୪୪ ମସିହାର ଅକ୍ଟୋବର ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରଭାନୁ ଦେବ ଏବଂ ପତ୍ନୀଙ୍କ ନାମ ସୁଶ୍ରୀ ଦେବୀ । ତାଙ୍କ ପତ୍ନୀ ଜଣେ ରାଜନୀତିଜ୍ଞ ।[୧] ଶରତ କୁମାର ଦେବଙ୍କ ପୁଅ ପ୍ରତାପ କେଶରୀ ଦେବ ମଧ୍ୟ ଜଣେ ରାଜନୀତିଜ୍ଞ । ଶରତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶରତ କୁମାର ଦେବ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଥରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଶରତ କୁମାର ଦେବ ୧୯୮୮ ମସିହାର ମାର୍ଚ୍ଚ ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Sarat Kumar Deb". odishaassembly.nic.in. Odisha Assembly. Retrieved 1 April 2020.