ଶରତ କୁମାର ଜେନା

ଉଇକିପିଡ଼ିଆ‌ରୁ
ଶରତ କୁମାର ଜେନା
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଉଦୟ ନାରାୟଣ ଦେବ
ପର ଅଧିକାରୀସୂର୍ଯ୍ୟ ନାରାୟଣ ପାତ୍ର
ନିର୍ବାଚନ ମଣ୍ଡଳୀମୋହନା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-07-01)୧ ଜୁଲାଇ ୧୯୩୪
ମୃତ୍ୟୁ୯ ମାର୍ଚ୍ଚ ୨୦୧୧(2011-03-09) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରଙ୍ଗଲତା ଜେନା
ବାପା/ବୋଉଜୁରା ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଶରତ କୁମାର ଜେନା (୧ ଜୁଲାଇ ୧୯୩୪ - ୯ ମାର୍ଚ୍ଚ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶରତ କୁମାର ଜେନା ୧୯୩୪ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜୁରା ଜେନା ଓ ପତ୍ନୀଙ୍କ ନାମ ରଙ୍ଗଲତା ଜେନା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶରତ କୁମାର ଜେନା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଶରତ କୁମାର ଜେନା ୨୦୧୧ ମସିହାର ମାର୍ଚ୍ଚ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Sarat Kumar Jena". odishaassembly.nic.in. Odisha Assembly. Retrieved 2 August 2022.