ଲୋମ କୂପ ପ୍ରଦାହ
Folliculitis | |
---|---|
![]() A single spot of folliculitis | |
ବିଭାଗ | Dermatology |
ଲକ୍ଷଣ | Tender small pustule or red bump[୧][୨] |
ବିପଦ କାରକ | Diabetes, obesity, antibiotic use, poor immune function, shaving[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination[୧] |
ସଠିକ ରୋଗ ନିର୍ଣ୍ଣୟ | Acne, papulopustular rosacea, pseudofolliculitis barbae, keratosis pilaris[୧] |
ପ୍ରତିକାର | Good hygiene[୧] |
ଚିକିତ୍ସା | Depends on the cause, often conservative[୧] |
Prognosis | Generally good[୧] |
ପୁନଃପୌନିକ | Common[୧] |
ଲୋମ କୂପ ପ୍ରଦାହ (ଇଂରାଜୀ ଭାଷାରେ Folliculitis) ହେଉଛି ଲୋମ ମୂଳରେ ଥିବା ଫଲିକ୍ଲ ବା କୂପର ପ୍ରଦାହ ଯାହା ଯୋଗୁ ଛୋଟ ଲାଲ ଫୋଟକା ବା ପୂଜ ଜାତ ହୁଏ ।[୧] ଏଗୁଡ଼ିକ ସାଧାରଣତଃ ଦରଜ ଲାଗେ ।[୨] ଏହି ରୋଗ ଲୋମ ଆବୃତ ହୋଇଥିବା ଯେ କୋଣସି ଚର୍ମରେ ହୋଇପାରେ । [୧] [୨] ଏହି ରୋଗ ଜଟିଳ ହେଲେ ସେଲୁଲାଇ ଟିସ୍ ବା ଆବସେସ୍ ହୋଇପାରେ | [୧]
ଏହା ସାଧାରଣତଃ ଜୀବାଣୁ ସଂକ୍ରମଣ ହେତୁ ହୋଇଥାଏ ଯଦିଓ କମ୍ ସଂଖ୍ୟାରେ କବକ, ଭୂତାଣୁ କିମ୍ବା ଅଣ-ସଂକ୍ରାମକ କାରଣରୁ ହୋଇପାରେ | [୧] ମଧୁମେହ, ମେଦବହୁଳତା, ଆଣ୍ଟିବାୟୋଟିକ୍ ବ୍ୟବହାର, ଦୁର୍ବଳ ପ୍ରତିରକ୍ଷା କାର୍ଯ୍ୟ, ଦାଢ଼ି କାଟିବା ଏବଂ ଲିଥିୟମ୍ ପରି କେତେକ ଔଷଧ ବ୍ୟବହାର ମଧ୍ୟ ସଙ୍କଟ କାରକ ହୋଇପାରେ ।[୧] ଲକ୍ଷଣ ଦେଖି ଓ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]
ରୋଗର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ କିନ୍ତୁ ପ୍ରାୟ ରକ୍ଷଣଶୀଳ ଚିକିତ୍ସା କରାଯାଏ ।[୧] ସ୍ଟାଫ ଅରିଅସ ଜୀବାଣୁ ଯୋଗୁ ରୋଗ ହୋଇଥିଲେ ଆପେ ସମାଧାନ ହୋଇପାରେ, କିନ୍ତୁ ଅଧିକ ସଂଖ୍ୟକ ପ୍ରଦାହରେ ଆଣ୍ଟିବାୟୋଟିକ କ୍ରିମ୍ କିମ୍ବା ବଟିକା ଦେଇ ଚିକିତ୍ସା କରାଯାଇପାରେ | [୧] ଯେତେବେଳେ ଗରମ ନଳୀ ବ୍ୟବହାର ହେତୁ ହୋଇଥିଲେ ସାଧାରଣତଃ ୧୦ ଦିନ ମଧ୍ୟରେ ଚିକିତ୍ସା ବିନା ଏହି ରୋଗର ସମାଧାନ ହୋଇଯାଏ | [୧] ଏହା ଏକ ସାଧାରଣ ରୋଗ ଅଟେ | [୧]