ଲୋମ କୂପ ପ୍ରଦାହ

ଉଇକିପିଡ଼ିଆ‌ରୁ
Folliculitis
A single spot of folliculitis
ବିଭାଗDermatology
ଲକ୍ଷଣTender small pustule or red bump[୧][୨]
ବିପଦ କାରକDiabetes, obesity, antibiotic use, poor immune function, shaving[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୧]
ସଠିକ ରୋଗ ନିର୍ଣ୍ଣୟAcne, papulopustular rosacea, pseudofolliculitis barbae, keratosis pilaris[୧]
ପ୍ରତିକାରGood hygiene[୧]
ଚିକିତ୍ସାDepends on the cause, often conservative[୧]
PrognosisGenerally good[୧]
ପୁନଃପୌନିକCommon[୧]

ଲୋମ କୂପ ପ୍ରଦାହ (ଇଂରାଜୀ ଭାଷାରେ Folliculitis) ହେଉଛି ଲୋମ ମୂଳରେ ଥିବା ଫଲିକ୍ଲ ବା କୂପର ପ୍ରଦାହ ଯାହା ଯୋଗୁ ଛୋଟ ଲାଲ ଫୋଟକା ବା ପୂଜ ଜାତ ହୁଏ ।[୧] ଏଗୁଡ଼ିକ ସାଧାରଣତଃ ଦରଜ ଲାଗେ ।[୨] ଏହି ରୋଗ ଲୋମ ଆବୃତ ହୋଇଥିବା ଯେ କୋଣସି ଚର୍ମରେ ହୋଇପାରେ । [୧] [୨] ଏହି ରୋଗ ଜଟିଳ ହେଲେ ସେଲୁଲାଇ ଟିସ୍ ବା ଆବସେସ୍ ହୋଇପାରେ | [୧]

ଏହା ସାଧାରଣତଃ ଜୀବାଣୁ ସଂକ୍ରମଣ ହେତୁ ହୋଇଥାଏ ଯଦିଓ କମ୍ ସଂଖ୍ୟାରେ କବକ, ଭୂତାଣୁ କିମ୍ବା ଅଣ-ସଂକ୍ରାମକ କାରଣରୁ ହୋଇପାରେ | [୧] ମଧୁମେହ, ମେଦବହୁଳତା, ଆଣ୍ଟିବାୟୋଟିକ୍ ବ୍ୟବହାର, ଦୁର୍ବଳ ପ୍ରତିରକ୍ଷା କାର୍ଯ୍ୟ, ଦାଢ଼ି କାଟିବା ଏବଂ ଲିଥିୟମ୍ ପରି କେତେକ ଔଷଧ ବ୍ୟବ‌ହାର ମଧ୍ୟ ସଙ୍କଟ କାରକ ହୋଇପାରେ ।[୧] ଲକ୍ଷଣ ଦେଖି ଓ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ରୋଗର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ କିନ୍ତୁ ପ୍ରାୟ ରକ୍ଷଣଶୀଳ ଚିକିତ୍ସା କରାଯାଏ ।[୧] ସ୍ଟାଫ ଅରିଅସ ଜୀବାଣୁ ଯୋଗୁ ରୋଗ ହୋଇଥିଲେ ଆପେ ସମାଧାନ ହୋଇପାରେ, କିନ୍ତୁ ଅଧିକ ସଂଖ୍ୟକ ପ୍ରଦାହରେ ଆଣ୍ଟିବାୟୋଟିକ କ୍ରିମ୍ କିମ୍ବା ବଟିକା ଦେଇ ଚିକିତ୍ସା କରାଯାଇପାରେ | [୧] ଯେତେବେଳେ ଗରମ ନଳୀ ବ୍ୟବହାର ହେତୁ ହୋଇଥିଲେ ସାଧାରଣତଃ ୧୦ ଦିନ ମଧ୍ୟରେ ଚିକିତ୍ସା ବିନା ଏହି ରୋଗର ସମାଧାନ ହୋଇଯାଏ | [୧] ଏହା ଏକ ସାଧାରଣ ରୋଗ ଅଟେ | [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Winters, RD; Mitchell, M (January 2020). "Folliculitis". PMID 31613534. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; NZ2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।