ଲୁଟ୍ରୋପିନ ଆଲଫା
Clinical data | |
---|---|
Trade names | Luveris |
AHFS/Drugs.com | monograph |
ଲୁଭ୍ରୋପିନ୍ ଆଲଫା, ଲୁଭେରିସ୍ ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ହାଇପୋପିଟୁଇଟାରୀଜିମ କାରଣରୁ ମହିଳାଙ୍କ ବନ୍ଧ୍ୟାତ୍ୱର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ଫୋଲିଟ୍ରୋପିନ୍ ଆଲଫା ସହିତ ଏକତ୍ର ବ୍ୟବହୃତ ହୁଅନ୍ତି, ଯେଉଁମାନଙ୍କର କ୍ଲୋମିଫେନ୍ ପ୍ରଭାବଶାଳୀ ନୁହଁନ୍ତି | [୧] [୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ସ୍ତନ ଯନ୍ତ୍ରଣା, ପେଟ ଯନ୍ତ୍ରଣା ଏବଂ ଓଭାରିଆନ ସିସ୍ଟ ଅନ୍ତର୍ଭୁକ୍ତ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ଓଭାରିଆନ୍ ହାଇପରଷ୍ଟିମୁଲେସନ୍ ସିଣ୍ଡ୍ରୋମ ଏବଂ ଏକାଧିକ ଗର୍ଭଧାରଣ ଅନ୍ତର୍ଭୁକ୍ତ ହୋଇପାରେ ।[୧] [୨] ଏହା ଏକ ପ୍ରକାର ଲ୍ୟୁଟିନାଇଜିଂ ହରମୋନ୍ (LH) ଯାହା ରେକମ୍ବିନାଣ୍ଟ ଡିଏନଏ (DNA) କୌଶଳ ଦ୍ୱାରା ନିର୍ମିତ ହୋଇଥାଏ ।[୧]
୨୦୦୦ ମସିହାରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଲୁଟ୍ରୋପିନ୍ ଆଲଫା ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୭୫ ୟୁନିଟ୍ ମାତ୍ରା କ୍ରୟ ନିମନ୍ତେ ପ୍ରାୟ ୩୧ ଡଲାର ଖର୍ଚ୍ଚ ହେଉଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ BNF 81: March-September 2021. BMJ Group and the Pharmaceutical Press. 2021. p. 787. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ "Lutropin Alfa Monograph for Professionals". Drugs.com (in ଇଂରାଜୀ). Archived from the original on 3 November 2014. Retrieved 24 November 2021.
- ↑ "Luveris". Archived from the original on 5 March 2021. Retrieved 24 November 2021.