ଲୁଟ୍ରୋପିନ ଆଲଫା

ଉଇକିପିଡ଼ିଆ‌ରୁ
ଲୁଟ୍ରୋପିନ ଆଲଫା
Clinical data
Trade namesLuveris
AHFS/Drugs.commonograph
Identifiers
ECHA InfoCard100.029.680 Edit this at Wikidata

ଲୁଟ୍ରୋପିନ ଆଲଫା, ବିକ୍ରୟ ନାମ ଲୁଭେରିସ୍, ହେଉଛି ଏକ ଔଷଧ ଯାହା ହାଇପୋପିଟୁଇଟାରିଜିମ୍ କାରଣରୁ ସୃଷ୍ଟି ହୋଇଥିବା ମହିଳାଙ୍କ ବନ୍ଧ୍ୟାତ୍ୱର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେଉଁମାନଙ୍କଠାରେ କ୍ଲୋମିଫେନ୍ ପ୍ରଭାବଶାଳୀ ହୁଏନି, ତାଙ୍କୁ ଫୋଲିଟ୍ରୋପିନ୍ ଆଲଫା ସହିତ ଲୁଟ୍ରୋପିନ ଆଲଫା ଏକତ୍ର ଦିଆଯାଏ ।[୧] [୨] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ସ୍ତନ ଯନ୍ତ୍ରଣା, ପେଟ ଯନ୍ତ୍ରଣା ଏବଂ ଓଭାରିନ୍ ସିଷ୍ଟ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ଓଭାରିଆନ୍ ହାଇପରଷ୍ଟିମୁଲେସନ୍ ସିଣ୍ଡ୍ରୋମ ଏବଂ ଏକାଧିକ ଗର୍ଭଧାରଣ ହୋଇପାରେ । [୧] [୨] ଏହା ରେକମ୍ବିନାଣ୍ଟ ଡିଏନଏ କୌଶଳଦ୍ୱାରା ନିର୍ମିତ ଏକ ପ୍ରକାର ଲ୍ୟୁଟିନାଇଜିଂ ହରମୋନ୍ (LH) ।[୧]

୨୦୦୦ ମସିହାରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଲୁଟ୍ରୋପିନ୍ ଆଲଫା ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଜ୍ୟରେ 2021 ସୁଦ୍ଧା ୭୫ ୟୁନିଟ୍ ଡୋଜ ପାଇଁ ଏହାର ମୂଲ୍ୟ £ 31 ରହିଛି ।[୧] ଏହା ଆମେରିକାରେ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ। [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ BNF 81: March-September 2021. BMJ Group and the Pharmaceutical Press. 2021. p. 787. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ "Lutropin Alfa Monograph for Professionals". Drugs.com (in ଇଂରାଜୀ). Archived from the original on 3 November 2014. Retrieved 24 November 2021.
  3. "Luveris". Archived from the original on 5 March 2021. Retrieved 24 November 2021.