ଲୁଗଲ୍‌ସ ଆୟୋଡିନ

ଉଇକିପିଡ଼ିଆ‌ରୁ
ଲୁଗଲ୍‌ସ ଆୟୋଡିନ
Clinical data
Synonymspotassium triiodide, Lugol's solution, aqueous iodine, strong iodine solution[୧]
AHFS/Drugs.commonograph
Routes of
administration
topical, by mouth
Identifiers
CAS Number
Chemical and physical data
FormulaI3K
Molar mass419.812

ଲୁଗଲ୍‌ସ ଆୟୋଡିନ (ଇଂରାଜୀ ଭାଷାରେ Lugol's iodine, ଅନ୍ୟ ଜଣାଶୁଣା ନାମ ଆକ୍ୟିଅସ ଆୟୋଡିନ ଓ ସ୍ଟ୍ରଙ୍ଗ ଆୟୋଡିନ ସଲ୍ୟୁସନ) ଏକ ଔଷଧ ଓ ଜୀବାଣୁ ନାଶକ ବା ଡିସଇଫେକ୍ଟାଣ୍ଟ (disinfectant) ଯାହା ଅନେକ କାମ ନିମନ୍ତେ ବ୍ୟବ‌ହାର କରାଯାଏ ।[୨][୩] ପାଟିରେ ଦେଲେ ଏହା ଆୟୋଡିନ ଅଭାବ ପୂରଣ କରେ, ରେଡିଓଆକ୍ଟିଭ ଆୟୋଡିନ (radioactive iodine) ପ୍ରଭାବରୁ ଥାଇରଏଡ ଗ୍ରନ୍ଥିକୁ ରକ୍ଷା କରେ ଓ ଅପରେଶନ କରିବା ପର୍ଯ୍ୟନ୍ତ ଥାଇରୋଟକ୍ସିକୋସିସ (thyrotoxicosis) ରୋଗରୁ ସୁରକ୍ଷା ଦିଏ ।[୩][୪] ଜରାୟୁଗ୍ରୀବା କର୍କଟ (cervical cancer) ସ୍କ୍ରୀନିଙ୍ଗ ନିମନ୍ତେ ଏହାକୁ ଜରାୟୁ ଗ୍ରୀବାରେ (cervix) ଲଗାଯାଏ ।[୫] ଛୁଞ୍ଚି ଆଘାତ (needle stick injury) ଭଳି ଛୋଟ ଆଘାତରେ ଏହା ଜୀବାଣୁ ନାଶକ ଭାବରେ ଲଗାଯାଏ ।[୨] ପାନୀୟ ଜଳ (drinking water) ବିଶୋଧନ ନିମନ୍ତେ ମଧ୍ୟ ଅଳ୍ପ ପରିମାଣରେ ଏହା ମିଶାଯାଏ ।[୬]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ମୁଣ୍ଡବଥା, ବାନ୍ତି (vomiting) ଓ ଶ୍ୱେତ ପଟଳ ପ୍ରଦାହ (inflammation of the whites of the eyes) ହୋଇପାରେ ।[୩][୧] ଦୀର୍ଘକାଳୀନ ବ୍ୟବ‌ହାର ଫଳରେ ନିଦ୍ରା ସମସ୍ୟା ଓ ଅବସାଦ ( depression) ଦେଖାଯାଇପାରେ ।[୩] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ବ୍ୟବ‌ହାର କରାଯାଏନାହିଁ ।[୩] ଦୁଇ ଭାଗ ପଟାସିଅମ ଆୟୋଡାଇଡ (potassium iodide) ସ‌ହିତ ଏକ ଭାଗ ଏଲିମେଣ୍ଟାଲ ଆୟୋଡିନ (iodine) ମିଶେଇ ଲୁଗଲ୍‌ସ ଆୟୋଡିନ ପ୍ରସ୍ତୁତ କରାଯାଏ ।[୭]

ଲୁଗଲ୍‌ସ ଆୟୋଡିନ ପ୍ରଥମେ ସନ ୧୮୨୯ରେ ଫରାସୀ ଚିକିତ୍ସକ ଜିନ ଗିଲୋମେ ଅଗସ୍ଟ ଲୁଗୋଲ (Jean Lugol) ପ୍ରସ୍ତୁତ କରିଥିଲେ ।[୬][୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଲୁଗଲ୍‌ସ ଆୟୋଡିନ ଏକ ଜେନେରିକ ଔଷଧ (generic medication) ଯାହା ବିନା ପ୍ରେସକ୍ରିପସନରେ ମିଳେ ।[୧] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୫୦୦ମି:ଲି: ଦ୍ରବଣର ମୂଲ୍ୟ ପ୍ରାୟ ୯.୫୭ ପାଉଣ୍ଡ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Strong Iodine Solution". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ Block, Seymour Stanton (2001). Disinfection, Sterilization, and Preservation (in ଇଂରାଜୀ). Lippincott Williams & Wilkins. p. 177. ISBN 9780683307405.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ British national formulary : BNF 69 (69 ed.). British Medical Association. 2015. p. 493. ISBN 9780857111562.
  4. Lugol's solution Drug Information, Professional. 1994. Retrieved 11 January 2017.
  5. Fokom-Domgue, J; Combescure, C; Fokom-Defo, V; Tebeu, PM; Vassilakos, P; Kengne, AP; Petignat, P (3 July 2015). "Performance of alternative strategies for primary cervical cancer screening in sub-Saharan Africa: systematic review and meta-analysis of diagnostic test accuracy studies". BMJ (Clinical research ed.). 351: h3084. PMID 26142020.
  6. ୬.୦ ୬.୧ Preedy, Victor R.; Burrow, Gerard N.; Watson, Ronald Ross (2009). Comprehensive Handbook of Iodine: Nutritional, Biochemical, Pathological and Therapeutic Aspects (in ଇଂରାଜୀ). Academic Press. p. 135. ISBN 9780080920863.
  7. ୭.୦ ୭.୧ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 67. ISBN 9780471899792.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.