ଲିଙ୍କୋମାଇସିନ
| Clinical data | |
|---|---|
| Trade names | Lincocin, Biocine, others |
| AHFS/Drugs.com | monograph |
| MedlinePlus | a609005 |
| Pregnancy category |
|
| Routes of administration | IM/IV |
| Legal status | |
| Legal status |
|
| Pharmacokinetic data | |
| Bioavailability | N/A |
| Elimination half-life | 5.4 ± 1.0 h after IM or IV administration |
| Excretion | renal and biliary |
| Identifiers | |
| |
| ECHA InfoCard | 100.005.296 |
| Chemical and physical data | |
| Formula | C18H34N2O6S |
| Molar mass | ୪୦୬.୫୪ g·mol−1 |
| 3D model (JSmol) | |
| |
| |
| (verify) | |
ଲିଙ୍କୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲିଙ୍କୋସିନ, ଏକ ଆଣ୍ଟିବାୟୋଟିକ ଔଷଧ ଯାହା ସ୍ଟାଫିଲୋକୋକାଇ ଓ ସ୍ଟ୍ରେପ୍ଟୋକୋକାଇ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅନ୍ୟ କୋଣସି ବିକଳ୍ପ ଔଷଧ ଉପଯୁକ୍ତ ନ ହେଲେ ଏହା ଅବଶେଷରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ।[୧] ଏହା ମାଂସପେଶୀ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଲ ଝାଡ଼ା, ରାସ, ଗଲୁ, ମାଂସପେଶୀ ଯନ୍ତ୍ରଣା, କାନନାଦ ଏବଂ ବିଶ୍ୱ ଘୂର୍ଣ୍ଣନ ଭଳି ଅନୁଭବ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କ୍ଲୋସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ, ପାନସାଇଟୋପେନିଆ ବା ନିମ୍ନ ରକ୍ତ କଣିକା ସ୍ତର ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ଲିଙ୍କୋସାମାଇଡ, ଯାହା କ୍ଲିଣ୍ଡାମାଇସିନ ତୁଳନାରେ ସମାନ କିନ୍ତୁ କମ୍ ପ୍ରଭାବଶାଳୀ ।[୧]
୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲିଙ୍କୋମାଇସିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୬୦୦ମିଗ୍ରା ବିଶିଷ୍ଟ ୧୦ ମାତ୍ରାର ମୂଲ୍ୟ ୨୦୨୧ ମସିହାର ୨୮୦ ଡଲାର ଥିଲା ।[୨] ଏହା ଷ୍ଟ୍ରେପ୍ଟୋମାଇସେସ ଲିଙ୍କୋଲନେନସିସରୁ ତିଆରି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Lincomycin Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 23 November 2021.
- ↑ "Lincomycin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 23 November 2021.