ଲିଉପ୍ରୋରେଲିନ
| Clinical data | |
|---|---|
| Trade names | Lupron, Eligard, others |
| Synonyms | leuprolide (USAN) |
| AHFS/Drugs.com | Consumer Drug Information |
| MedlinePlus | a685040 |
| Pregnancy category |
|
| Routes of administration | implant / injection |
| ATC code | |
| Legal status | |
| Legal status |
|
| Pharmacokinetic data | |
| Elimination half-life | 3 hours |
| Excretion | Kidney |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEMBL | |
| ECHA InfoCard | 100.161.466 |
| Chemical and physical data | |
| Formula | C59H84N16O12 |
| Molar mass | 1209.4 g/mol |
| 3D model (JSmol) | |
| |
| |
| | |
ଲିଉପ୍ରୋରେଲିନ (ଇଂରାଜୀ ଭାଷାରେ Leuprorelin, ଅନ୍ୟ ନାମ ଲିଉପ୍ରୋଲାଇଡ/leuprolide) ଏକ କୃତ୍ରିମ ହରମୋନ (hormone) ଯାହା ପ୍ରୋସ୍ଟେଟ କର୍କଟ, ସ୍ତନ କର୍କଟ, ଏଣ୍ଡୋମେଟ୍ରିଓସିସ, ୟୁଟେରାଇନ ଫାଇବ୍ରଏଡ (uterine fibroids) ଓ ପ୍ରାକ୍ ଯୁବକ୍ରାନ୍ତି/ପ୍ୟୁବର୍ଟି (early puberty) ଆଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧][୨] ଏହା ମାଂସପେଶୀରେ ଇଞ୍ଜେକସନ (injection into a muscle) ବା ଚର୍ମ ତଳ ଇଞ୍ଜେକସନ (under the skin) ଆକାରରେ ଦିଆଯାଏ । [୧]
ଲିଉପ୍ରୋରେଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ଜ୍ୱର ଅନୁଭବ (hot flashes), ନିଦ୍ରା ସମସ୍ୟା, ମୁଣ୍ଡବଥା, ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ଓ ପରିବର୍ତ୍ତିତ ମନୋଭାବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏହା ବ୍ୟତୀତ ଅଧିକ ରକ୍ତ ଶର୍କରା (high blood sugar), ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ପିଟୁଇଟାରି ଗ୍ରନ୍ଥି ସମସ୍ୟା (problems with the pituitary gland) ଆଦି ବେମାରୀ ମଧ୍ୟ ଦେଖାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ନେଲେ ଶିଶୁର କ୍ଷତି ହୁଏ । ଏହା ଏକ ଗୋନାଡୋଟ୍ରପିନ-ରିଲିଜିଙ୍ଗ ହରମୋନ ଆନାଲଗ (gonadotropin-releasing hormone (GnRH) analogue) ଶ୍ରେଣୀର ଔଷଧ । ଏହା ଗୋନାଡୋଟ୍ରପିନ (gonadotropin) କ୍ଷରଣ କମେଇଦିଏ ଓ ତାହାଦ୍ୱାରା ଟେସ୍ଟିସ୍ଟିରନ (testosterone) ଓ ଏସ୍ଟ୍ରାଡିଓଲ (estradiol) ହରମୋନ ସ୍ତର କମିଯାଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଲିଉପ୍ରୋରେଲିନ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଇଂଲଣ୍ଡରେ ଏହାର ଏକ ମାସିକିଆ ଡୋଜ୍ର ଖର୍ଚ୍ଚ ପ୍ରାୟ ୭୫.୨୪ ପାଉଣ୍ଡ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ସମ ପରିମାଣ ଔଷଧର ଖର୍ଚ୍ଚ ପ୍ରାୟ ୧,୦୧୧.୯୩ ଆମେରିକୀୟ ଡଲାର ।[୫] ଏହା ଲୁପ୍ରନ ନାମରେ ବିକ୍ରୟ ହୁଏ । [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Leuprolide Acetate". The American Society of Health-System Pharmacists. Retrieved 8 December 2016.
- ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ British national formulary : BNF 69 (69 ed.). British Medical Association. 2015. p. 655. ISBN 9780857111562.
- ↑ "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 23 December 2016.