ଲହରା କାଶ

ଉଇକିପିଡ଼ିଆ ରୁ
Jump to navigation Jump to search
ଲହରା କାଶ (Whooping cough)
Pertussis.jpg
A young boy coughing due to pertussis.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A37.
ଆଇସିଡ଼ି-୯-ସିଏମ୍033
ରୋଗ ଡାଟାବେସ1523
ମେଡ଼ିସିନ-ପ୍ଲସ001561
ଇ-ମେଡ଼ିସିନemerg/394 ped/1778
Patient UKଲହରା କାଶ
MeSHD014917

ଲହରା କାଶ ବା ପର୍ଟୁସିସ ବା ହୁପିଙ୍ଗ କଫ୍ ବା ୧୦୦ ଦିନିଆ କାଶ ((ଇଂରାଜୀରେ ଯଥାକ୍ରମେ Pertussis, or whooping cough or 100 day cough), ଯାହା ଏକ ପ୍ରକାର ଜୀବାଣୁ ରୋଗ, ସଂସ୍ପର୍ଶଦ୍ୱାରା ଡିଏଁ ଓ ଅତୀବ ସଂକ୍ରାମକ ରୋଗ । [୧][୨] ରୋଗ ପ୍ରାରମ୍ଭରେ ଏହାର ଲକ୍ଷଣ ସାଧାରଣ ସର୍ଦ୍ଦି ରୋଗ ଭଳି ହୁଏ; ନାକରୁ ପାଣି ବୋହିବା, ଜ୍ୱର ଓ ସାମାନ୍ୟ କାଶ । ତାହା ପରେ ସପ୍ତାହ ସପ୍ତାହ ବ୍ୟାପି ସାଂଘାତିକ କାଶ ହୁଏ । ଅନେକ ସମୟ ଧରି ଅବିରାମ କାଶିବା ପରେ ରୋଗୀ ଏକ ଲମ୍ବା ଉଚ୍ଚ ସ୍ୱରରେ ପ୍ରଶ୍ୱାସ ନିଏ ବା ଅଣନିଶ୍ୱାସୀ ହୁଏ । [୨] ଏହି କାଶ ୧୦୦ ଦିନରୁ ଅଧିକ ବା ଦଶ ସପ୍ତାହ ଧରି ହୁଏ । [୩] ଅତ୍ୟଧିକ ଜୋରରେ କାଶିଲେ ବାନ୍ତି ହୁଏ, ପଞ୍ଜରା ହାଡ଼ ଭାଙ୍ଗିଯାଏ ଓ ଅତ୍ୟଧିକ ଥକ୍କା ହୋଇଯାଏ । [୨][୪] ଏକ ବର୍ଷରୁ କମ ପିଲାଙ୍କର ଅଳ୍ପ ବା ଆଦୌ କାଶ ହୁଏ ନାହିଁ, ଏହା ବଦଳରେ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ । [୨] ସଂକ୍ରମଣ ହେବା ପରଠାରୁ ଲକ୍ଷଣ ଆରମ୍ଭ ହେବାକୁ ୭ରୁ ୧୦ ଦିନ ହୁଏ । [୫] ଟିକା ନେବା ପରେ ଯଦି ରୋଗ ହୁଏ ତେବେ ତାହା ସାମାନ୍ୟ ଧରଣର ହୁଏ । [୨]

ବୋର୍ଡେଟେଲା ପର୍ଟୁସିସ ନାମକ ଜୀବାଣୁଦ୍ୱାରା ଲହରା କାଶ ହୁଏ । ଏହା ଏକ ବାୟୁ ବାହିତ ରୋଗ ଯାହା ସ‌ହଜରେ ରୋଗୀର କାଶ ଓ ଛିଙ୍କ ମାଧ୍ୟମରେ ବ୍ୟାପିଯାଏ । [୬] ଏହି ରୋଗୀ ରୋଗ ଆରମ୍ଭରୁ ଓ କାଶ ହେବାପର ୩ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣକ୍ଷମ ରହେ । ଆଣ୍ଟିବାୟୋଟିକ ଆରମ୍ଭ କରିବାର ୫ ଦିନ ପରଠାରୁ ସଂକ୍ରମଣ କ୍ଷମତା ରହେନାହିଁ । [୭] ନାକ ଓ ପାଟି ପଛ ପଟୁ ନମୁନା ନେଇ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ନମୁନାକୁ କଲଚର କରାଯାଏ ବା ପଲିମରେଜ ଚେନ ରିଆକସନ ପରୀକ୍ଷା କରାଯାଏ । [୮]

ପର୍ଟୁସିସ ଟିକା ମୂଖ୍ୟତଃ ଏହାର ପ୍ରତିଷେଧକ ଟିକା ଅଟେ । [୯] ପ୍ରାରମ୍ଭିକ ଟିକା ୬ରୁ ୮ ବର୍ଷ ବୟସରେ ଦିଆଯାଏ ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୪ ଡୋଜ ଟିକା ଦିଆଯାଏ । [୧୦] ସମୟକ୍ରମେ ଟିକାର ପ୍ରଭାବ ହ୍ରାସ ହେଉଥିବାରୁ ବଡ଼ ପିଲା ଓ ବୟଃପ୍ରାପ୍ତ ଲୋକଙ୍କୁ ଅଧିକ ଡୋଜ ଦେବାକୁ ସୁପାରିଶ କରାଯାଏ । [୧୧] ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଓ ଭୟାବ‌ହ ରୋଗ ସଙ୍କଟାପର୍ଣ୍ଣ ଲୋକଙ୍କୁ ପ୍ରତିଷେଧକ ଭାବରେ ଆଣ୍ଟିବାୟୋଟିକ ଦିଆଯାଏ । [୧୨] ଲକ୍ଷଣ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ଆଣ୍ଟିବାୟୋଟିକ ଦେଲେ କାର୍ଯ୍ୟକାରୀ ହୁଏ, ଅନ୍ୟଥା ଏହାର ସାମାନ୍ୟ ପ୍ରଭାବ ରହେ । ଏକ ବର୍ଷ ବୟସରୁ କମ ପିଲା ଓ ଗର୍ଭିଣୀ ମହିଳାଙ୍କୁ ରୋଗ ହେବାର ୬ ସପ୍ତାହ ମଧ୍ୟରେ ଦେବାକୁ ଉପଦେଶ ଦିଆଯାଏ । ଆଣ୍ଟିବାୟୋଟିକ ମଧ୍ୟରେ ଏରିଥ୍ରୋମାଇସିନ, ଆଜିଥ୍ରୋମାଇସିନ କିମ୍ବା ଟ୍ରାଇମେଥୋପ୍ରିମ/ସଲଫାମେଥିକ୍ସାଜୋଲ ଦିଆଯାଏ । [୭] କାଶ କମିବାର ପ୍ରମାଣ ବିଶେଷ ମିଳେନି । [୧୩] ବର୍ଷେରୁ କମ ବୟସର ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଦିଆଯାଏ । [୨]

ହିସାବ କରି ଦେଖାଯାଇଛି, ପ୍ରତିବର୍ଷ ପୃଥିବୀରେ ୧୬ ନିୟୁତ ଲୋକଙ୍କୁ ଲହରା କାଶ ଆକ୍ରମଣ କରେ । [୧୩] ଅଧିକାଂଶ ରୋଗୀ ବିକାଶଶୀଳ ଦେଶମାନଙ୍କରେ ହୁଏ ଓ ସବୁ ବୟସର ଲୋକଙ୍କୁ ହୁଏ । [୯][୧୩] ସନ ୧୯୯୦ରେ ଏହି ରୋଗ ଯୋଗୁ ୧୩୮,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୬୧,୦୦୦ ମୃତ୍ୟୁ ହୋଇଥିଲା । [୧୪] ଏକ ବର୍ଷ ବୟସରୁ କମ ପିଲାଙ୍କ ମଧ୍ୟରୁ ୨ % ପିଲାଙ୍କ ମୃତ୍ୟୁ ହୁଏ । [୪] ଶୋଡ଼ଷ ଶତାବ୍ଦୀରେ ଏହାର ମହାମାରୀ ବର୍ଣ୍ଣିତ ହୋଇଥିଲା । ଏହି ରୋଗର ଜୀବାଣୁ ସନ ୧୯୦୫ ମସିହାରେ ଆବିଷ୍କାର ହୋଇଥିଲା । ଏହାର ଟିକା ସନ ୧୯୪୦ରେ ଉପଲବ୍ଧ ହୋଇଥିଲା । [୫]



ଆଧାର[ସମ୍ପାଦନା]

  1. Carbonetti NH (June 2007). "Immunomodulation in the pathogenesis of Bordetella pertussis infection and disease". Curr Opin Pharmacol. 7 (3): 272–8. doi:10.1016/j.coph.2006.12.004. PMID 17418639.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Pertussis (Whooping Cough) Signs & Symptoms". May 22, 2014. Retrieved 12 February 2015.
  3. "Pertussis (Whooping Cough) Fast Facts". cdc.gov. February 13, 2014. Retrieved 12 February 2015.
  4. ୪.୦ ୪.୧ "Pertussis (Whooping Cough) Complications". cdc.gov. August 28, 2013. Retrieved 12 February 2015.
  5. ୫.୦ ୫.୧ Atkinson, William (May 2012). Pertussis Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 215–230. ISBN 9780983263135.
  6. "Pertussis (Whooping Cough) Causes & Transmission". cdc.gov. September 4, 2014. Retrieved 12 February 2015.
  7. ୭.୦ ୭.୧ "Pertussis (Whooping Cough) Treatment". cdc.gov. August 28, 2013. Retrieved 13 February 2015.
  8. "Pertussis (Whooping Cough) Specimen Collection". cdc.gov. August 28, 2013. Retrieved 13 February 2015.
  9. ୯.୦ ୯.୧ Heininger U (February 2010). "Update on pertussis in children". Expert review of anti-infective therapy. 8 (2): 163–73. doi:10.1586/eri.09.124. PMID 20109046.
  10. "Revised guidance on the choice of pertussis vaccines: July 2014" (PDF). Wkly Epidemiol Rec. 89 (30): 337–40. Jul 2014. PMID 25072068.
  11. "Pertussis vaccines: WHO position paper". Wkly Epidemiol Rec. 85 (40): 385–400. Oct 1, 2010. PMID 20939150.
  12. "Pertussis (Whooping Cough) Prevention". cdc.gov. October 10, 2014. Retrieved 13 February 2015.
  13. ୧୩.୦ ୧୩.୧ ୧୩.୨ Wang, K; Bettiol, S; Thompson, MJ; Roberts, NW; Perera, R; Heneghan, CJ; Harnden, A (22 September 2014). "Symptomatic treatment of the cough in whooping cough". The Cochrane database of systematic reviews. 9: CD003257. doi:10.1002/14651858.CD003257.pub5. PMID 25243777.
  14. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.